ବିଜେଡିର ରକ୍ତଦାନ କାର୍ଯ୍ୟକ୍ରମ “ଜୀବନବିନ୍ଦୁ”ର ଶୁଭାରମ୍ଭ

jibanbandhuପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୯୯ ତମ ଜନ୍ମତିଥି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ପାଇଁ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ “ଜୀବନବିନ୍ଦୁର” ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ସାରା ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବ । ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟରେ ଏହାର ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ ଅବସରରେ ମନ୍ତ୍ରୀ ପରିଷଦର ବହୁ ସଦସ୍ୟ, ବିଧାୟକ, ସାଂସଦ ଓ ବିଜେଡି କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ କହିଥିଲେ ଯେ, ଓଡ଼ିଶାର ଜନସଂଖ୍ୟାର ପ୍ରାୟ ୧ ପ୍ରତିଶତ ଲୋକ ବିଭିନ୍ନ ସମୟରେ ରକ୍ତ ଆବଶ୍ୟକ କରିଥାନ୍ତି । ଏହି ଆବଶ୍ୟକତା ପୁରଣ ହେବା ନିମନ୍ତେ ସ୍ୱେଚ୍ଛାକୃତ ରକ୍ତଦାନ ଆବଶ୍ୟକ । ରାଜ୍ୟରେ ବାର୍ଷିକ ପ୍ରାୟ ୪.୨ ଲକ୍ଷ ୟୁନିଟ ରକ୍ତର ଆବଶ୍ୟକତା ରହିଛି । ବିଶେଷକରି ମାର୍ଚ୍ଚ ମାସରୁ ଜୁନ ମାସ ମଧ୍ୟରେ ପ୍ରାୟତଃ ରକ୍ତର ଉକ୍ରଟ ଅଭାବ ଦେଖାଦେଇଥାଏ । ତେଣୁ ଏହି ସମୟ ମଧ୍ୟରେ ବିଜେଡି ଅଧିକ ସଂଖ୍ୟକ ରକ୍ତଦାନ ଶିବିର ଆୟୋଜନ କରି ଏହି ଆବଶ୍ୟକତା ପୂରଣ କରିବ । ସେ କହିଥିଲେ ଯେ, ଭୁବନେଶ୍ୱର, କଟକ, ବ୍ରହ୍ମପୁର, କେନ୍ଦୁଝର, ସମ୍ବଲପୁର, ବାଲେଶ୍ୱର ଓ ବାରିପଦା ଭଳି ସହରରେ ସବୁବେଳେ ରକ୍ତର ଆବଶ୍ୟକତା ଅଧିକ ହୋଇଥାଏ । ତେଣୁ ଏହି ସବୁ ସ୍ଥାନରେ ପ୍ରତ୍ୟେକ ମାସରେ ବିଜେଡି ଅନ୍ତତଃ ୨ ଟି ରକ୍ତଦାନ ଶିବିର ଆୟୋଜନ କରିବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରକ୍ତଦାନ ଶିବିର ଆୟୋଜନ କରିବା ନିମନ୍ତେ ରାଜ୍ୟ ସରକାର ଏକ ନିଦେ୍ର୍ଧଶାବଳୀ ବା ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ରକ୍ତଭଣ୍ଡାରର ସଂରକ୍ଷଣ ସୁବିଧାକୁ ଦୃଷ୍ଟିରେ ରଖି ରକ୍ତଦାନ ଶିବିର ଆୟୋଜନ କରାଯିବ । ବର୍ଷବ୍ୟାପୀ ଏହି କାର୍ଯ୍ୟକ୍ରମ ଜାରି ରଖିବାକୁ ବିଜେଡିର ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟିମାନ ରହିବ । ଏ କ୍ଷେତ୍ରରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ସଂସ୍ଥା ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥି ପାଳନ ଅବସରରେ ବିଜେଡି ପକ୍ଷରୁ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ବିଜୁବାବୁଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ରାଜ୍ୟର ଏକ ଦାୟୀତ୍ୱ ସମ୍ପନ୍ନ ରାଜନୈତିକ ଦଳଭାବରେ ବିଜୁ ଜନତା ଦଳ ତାର ସାମାଜିକ ଦାୟୀତ୍ୱ ଓ କର୍ତବ୍ୟକୁ ନିଷ୍ଠାର ସହ ପାଳନ କରିବା ନିମନ୍ତେ “ଜୀବନ ପାଇଁ ବୁନ୍ଦାଏ” “ଜୀବନବିନ୍ଦ”ୁ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମକୁ ଆୟୋଜନ କରୁଛି । ଏହି ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟର ଶୁଭାରମ୍ଭ କରାଯାଇ ରାଜ୍ୟର ଜିଲ୍ଲା ସଦରମହକୁମା ଠାରୁ ଆରମ୍ଭ କରି ୩୦ ଟି ବିଭିନ୍ନ ସ୍ଥାନରେ ଶିବିର ଆୟୋଜନ କରାଯାଇ ପ୍ରାୟ ୨୫୦୦ ୟୁନିଟ୍ରୁ ଉଦ୍ଧ୍ୱର୍ ରକ୍ତ ସଂଗୃହୀତ ହୋଇଛି । ସବୁ ଜିଲ୍ଲାରେ ପ୍ରତ୍ୟେକ ମାସରେ ଦୁଇଟି ଲେଖାଏଁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି “ଜୀବନବିନ୍ଦୁ” କାର୍ଯ୍ୟକ୍ରମର ସଂଯୋଜକ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଠାରୁ ପ୍ରକାଶ ।

Share in top social networks!