ଅପ୍ରେଲ ୭ ତାରିଖରେ ୯ଟି ପୌର ସଂସ୍ଥା ସାଧାରଣ ନିର୍ବାଚନ

ececରାଜ୍ୟର ୯ଟି ପୌର ସଂସ୍ଥା ଯଥା:- ପାରାଦ୍ୱୀପ, ବାଲିମେଳା, ବେଲପାହାଡ,
ରେଢାଖୋଲ, ସୁନାବେଡା, ଦଶପଲ୍ଲା, ତୁଷୁରା, ରଣପୁର ଏବଂ ଧର୍ମଗଡର ସାଧାରଣ ନିର୍ବାଚନ
ପାଇଁ ଚଳିତ ମାର୍ଚ୍ଚ ୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛିା ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ
ନିର୍ବାଚନ କମିଶନ ଡ. ରବିନାରାୟଣ ସେନାପତି ବିଭିନ୍ନ ରାଜନୈତିକ ଦଳମାନଙ୍କ ସହ
ଜିଲ୍ଲାମାନଙ୍କରେ ପୌର ର୍ନିବାଚନ କିପରି ସମ୍ପୂର୍ଣ୍ଣ ନିରପେକ୍ଷ, ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ
ଅନୁଷ୍ଠିତ ହେବ ସେ ସମ୍ପର୍କରେ ଆଲୋଚନା କରିବା ସହିତ ସେମାନଙ୍କର ସହଯୋଗ କାମନା
କରିଛନ୍ତିା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ଦିନଠାରୁ ଅର୍ଥାତ୍ ମାର୍ଚ୍ଚ ୩ ତାରିଖରୁ ସମସ୍ତ ରାଜନୈତିକ
ଦଳ ଏବଂ ନିର୍ବାଚନରେ ଭାଗ ନେଇଥ#ବା ପ୍ରାର୍ଥୀମାନଙ୍କ ପାଇଁ କମିଶନ ଜାରି କରିଥ#ବା ଆଦର୍ଶ
ଆଚରଣ ବିଧ# ଲାଗୁ କରାଯାଇଛିା ପୌର ସଂସ୍ଥାମାନଙ୍କର ନିର୍ବାଚନ ସଂଚାଳନର ପୂର୍ଣ୍ଣ ଦାୟିତ୍ୱ
ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ଠାରେ ନ୍ୟସ୍ତ କରାଯାଇଛିା ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ମାନଙ୍କର
ସୁପାରିଶ ଅନୁଯାୟୀ ନିର୍ବାଚନ ଅଧ#କାରୀମାନଙ୍କର ନିଯୁକ୍ତିକୁ ରାଜ୍ୟ ନିର୍ବାଚନ କମିଶନ
ଅନୁମୋଦନ କରିଛନ୍ତିା ପ୍ରାକ୍-ନିର୍ବାଚନ, ଭୋଟ ଗ୍ରହଣ, ଭୋଟ ଗଣତି ଏବଂ ଫଳାଫଳ
ଘୋଷଣା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉଛି ବୋଲି
ରାଜ୍ୟ ନିର୍ବାଚନ କମିଶନ ପ୍ରକାଶ କରିଛନ୍ତିା ଏତଦ୍ବ୍ୟତୀତ ୫୦ ହଜାର ଲୋକସଂଖ୍ୟା ବିଶିଷ୍ଟ
ଏନ୍ଏସି ବା ମୁନିସିପାଲିଟିର ପ୍ରାର୍ଥୀମାନେ ୩୦ହଜାର ଟଙ୍କା, ୫୦ ହଜାରରୁ ୧ ଲକ୍ଷ ମଧ୍ୟରେ
ଲୋକସଂଖ୍ୟା ଥ#ବା ପ୍ରାର୍ଥୀ ୪୦ ହଜାର ଟଙ୍କା ଏବଂ ୧ ଲକ୍ଷରୁ ଊ–ର୍ ଲୋକସଂଖ୍ୟା ଥ#ବା ଏନ୍ଏସି ବା ମୁନିସିପାଲିଟିର ପ୍ରାର୍ଥୀ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି
ରାଜ୍ୟ ନିର୍ବାଚନ କମିଶନ ପ୍ରକାଶ କରିଛନ୍ତିା
ଏହି ନିର୍ବାଚନରେ ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ସହିତ ଯାନବାହନ ବ୍ୟବହାର, ସମ୍ପତି
ତାଲିକା, ଶିକ୍ଷାଗତ ଯୋଗ୍ୟତା, ସତ୍ୟପାଠ ଦାଖଲ, ନିର୍ବାଚନ ଦଳମାନଙ୍କ ଦ୍ୱାରା ପ୍ରାର୍ଥୀ
ତାଲିକା ପ୍ରଦାନ, ଜାତିଗତ ପ୍ରମାଣପତ୍ର, ପା୍ରର୍ଥୀମାନଙ୍କର ଖର୍ଚ୍ଚ ବିବରଣୀ, ସରକାରୀ
କୋଠାବାଡି ପ୍ରାଚୀରପତ୍ର ଲଗାଇବା କଟକଣା ଓ ରାଜନୈତିକ ବ୍ୟକ୍ତିମାନଙ୍କ ଦ୍ୱାରା ସରକାରୀ
ଗୃହ ବ୍ୟବହାର ଉପରେ କଟକଣା ଉପରେ ବିଶେଷ ଭାବେ ଆଲୋଚନା ହୋଇଥ#ଲାା
ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ଠାରୁ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଚାଲୁ ରହିଥ#ବା ପ୍ରକଳ୍ପ ଓ ରିଲିଫ୍ ଓ
ଉଦ୍ଧାର କାର୍ଯ୍ୟକ୍ରମ ବ୍ୟତୀତ କୌଣସି ନୂଆ କାର୍ଯ୍ୟ ଆରମ୍ଭ ଉପରେ ରୋକ ଲଗାଯାଇଛିା
ନିର୍ବାଚନ ଆଚରଣ ବିଧ# ସମୟରେ ସହରାଞ୍ଚଳ କିମ୍ବା ତତ୍ସଂଲଗ୍ନ ଗ୍ରାମାଞ୍ଚଳରେ କୌଣସି
ପ୍ରକଳ୍ପ ଉଦ୍ଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା କୌଣସି ନୀତିଗତ
ନିଷ୍ପତ୍ତି ନେବା ଉପରେ କଟକଣା କରାଯାଇଛି ବୋଲି ଆଲୋଚନା ହୋଇଥ#ଲାା ଏଥ# ସହିତ
ନିର୍ବାଚନ ପର୍ଯ୍ୟବେକ୍ଷକ, ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ କାର୍ଯ୍ୟ, ଭୋଟିଂ ମେସିନ୍ ବ୍ୟବହାର, ପରିଚୟ
ପତ୍ର ସମ୍ପର୍କରେ ବିଶେଷ ଭାବେ ଆଲୋଚନା ହୋଇଥ#ଲାା
ଏଥ#ରେ ଅନ୍ୟମାନଙ୍କ ମଧ୍ୟରେ ନିର୍ବାଚନ କମିଶନ ସଚିବ ଶ୍ରୀ ଡି.କେ. ଶତପଥୀ, ସ୍ୱତନ୍ତ୍ର
ସଚିବ ଶ୍ରୀ ଅଶୋକ ଦାସ, ଉପ-ସଚିବ ଶ୍ରୀ ଆଜାଦ୍ହିନ୍ଦ୍ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ
ଆଲୋଚନାରେ ଅଂଶଗ୍ରହଣ କରିଥ#ଲୋ
ପ୍ରକାଶ ଥାଉ କି, ଚଳିତ ପୌର ସାଧାରଣ ନିର୍ବାଚନରୁ ରାଜ୍ୟର ୮ଟି ଜିଲ୍ଲାର ୯ଟି
ପୌରସଂସ୍ଥାର ୧୪୪ଟି ଓ୍ୱାର୍ଡ ପ୍ରତିନିଧ#ତ୍ୱ କରିବା ପାଇଁ କାଉନ୍ସିଲର ନିର୍ବାଚିତ ହେବୋ ଏହି
ନିର୍ବାଚନରେ ସମ୍ପୃକ୍ତ ପୌରସଂସ୍ଥାର ୧୯୮ଟି ବୁଥ୍ରେ ୧ ଲକ୍ଷ ୬୦ହଜାର ୧୫୫ ଜଣ
ଭୋଟଦାତା ଭୋଟ ପ୍ରଦାନ କରିବୋ

Share in top social networks!
Powered By Indic IME