ସ୍ୱାଇନ୍ ଫ୍ଲୁ ସଂପର୍କରେ ଉଚ୍ଚସ୍ଥରୀୟ ସମୀକ୍ଷା : ୧୦୧ ନମୂନା ପରୀକ୍ଷା – ୧୫ ଆକ୍ରାନ୍ତ ୫ ମୃତ

swinefluସଂପ୍ରତି ରାଜ୍ୟରେ ଦେଖା ଦେଇଥିବା ସ୍ୱାଇନ୍ ଫ୍ଲୁ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ଥରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକ ବିବରଣୀରୁ ପ୍ରକାଶ ଯେ ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଅନ୍ଚଳରୁ ୧୦୧ ଜଣଙ୍କ ସ୍ୱାବ୍ ପରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ ୧୫ ଜଣ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲ ସମେତ ତିନି ଗୋଟି ଯାକ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ଏବଂ କ୍ୟାପିଟାଲ ହସପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ସମସ୍ତ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ମାନଙ୍କରେ ମଧ୍ୟ ଅଲଗା ଶଯ୍ୟା ବ୍ୟବସ୍ଥା କରାଯାଇଛି । ନମୂନା ଗୁଡିକ ମାଗଣାରେ ଆର୍.ଏମ୍.ଆର୍.ସି ରେ ପରୀକ୍ଷା କରାଯାଉଥିବା ବେଳେ ସରକାରଙ୍କ ତରଫରୁ ମାଗଣା ଔଷଧ ପ୍ରଦାନ କରାଯାଉଛି । ବର୍ତମାନ ଯଥେଷ୍ଟ ପରିମାଣର ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ମହଜୁଦ ରହିଛି । ତଥାପି ଆହୁରି ଅଧିକ ପରିମାଣର ଔଷଧ ମହଜୁଦ କରିବାକୁ ବିଭାଗୀୟ ପଦାଧିକାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ସର୍ବେକ୍ଷଣ ବ୍ୟବସ୍ଥାକୁ କଡାକଡି କରାଯାଇଛି । ପରିସ୍ଥିତି ଉପରେ ବିଭାଗ ତରଫରୁ ସତର୍କ ଦୃଷ୍ଟି ରଖାଯାଇଛି । ଜନସାଧାରଣ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ନାୟକ ସଷ୍ଟ କରିଦେଇଛନ୍ତି । ଲୋକମାନଙ୍କୁ ସ୍ୱାଇନ୍ ଫ୍ଲୁ ବା ଏଚ୍୧ଏନ୍୧ ପାଇଁ ସଚେତନ କରିବା ପାଇଁ ସ୍ୱାସ୍ଥ୍ୟ ଶିକ୍ଷା ସୂଚନା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମନ୍ତ୍ରୀ ଶ୍ରୀ ନାୟକ ନିଦେ୍ର୍ଧଶ ଦେଇଛନ୍ତି । ଖବରକାଗଜ , ଟିଭି ଆଦିରେ ସ୍ୱାଇନ୍ ଫ୍ଲୁର କାରଣ , ଲକ୍ଷଣ ଏବଂ ସତର୍କତା ସଂପର୍କରେ ସଚେତନ ସଂପର୍କର ନିୟମିତ ଭାବେ ପ୍ରଚାର ପ୍ରସାର ସହ ବସଷ୍ଠାଣ୍ଡ ଆଦି ଜନଗହଳି ପୂର୍ଣ୍ଣ ସ୍ଥାନ , ସ୍କୁଲ କଲେଜ ପ୍ରଭୃତିରେ ସଚେତନ କରିବା ପାଇଁ ବିଶେଷ ବ୍ୟବସ୍ଥା କରାଯିବ । ସେହିପରି କାମଳ ରୋଗ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ବର୍ତମାନ କାମଳ ରୋଗୀଙ୍କ ଆକ୍ରାନ୍ତ ହ୍ରାସ ପାଉଛି । ତେବେ ଲୋକମାନେ ଏ ନେଇ ସତର୍କତା ଅବଲମ୍ବନ କରିବା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା ।
ଆଜି ସଚିବାଳୟ ଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା , ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା ନିଦେ୍ର୍ଧଶିକା ରୂପା ମିଶ୍ର , ସ୍ୱତନ୍ତ୍ର ସଚିବ ଡାଃ ଏନ୍.କେ.ଦାସ , କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲ ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ମହାପାତ୍ର , ଅଧୀକ୍ଷକ ପ୍ରଫେସର ପି.କେ.ରଥ , ନିଦେ୍ର୍ଧଶକ ଆର୍.ଏମ୍.ଆର୍.ସି ଡାଃ ଶାନ୍ତନୁ କର , ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ଡାଃ ସି.ଆର୍ ନାୟକ , ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାଃ କୈଳାସ ଚନ୍ଦ୍ର ଦାସ , ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିଦେ୍ର୍ଧଶିକା ପ୍ରଫେସର ବିଜୟିନୀ ମହାପାତ୍ର , ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲ ଭେଷଜ ବିଭାଗ ମୁଖ୍ୟ ପ୍ରଫେସର ସି.ବି.କେ ମହାନ୍ତି , ଆନେସ୍ଥେସିଆ ବିଭାଗ ମୁଖ୍ୟ ପ୍ରଫେସର ନିବେଦୀତା ପାଣି , ପଲମୁନାରୀ ବିଭାଗ ପ୍ରଫେସର ଜ୍ୟୋତି ପଟ୍ଟନାୟ ଏବଂ ଗ୍ୟଷ୍ଟ୍ରୋଏନ୍ଟୋଲୋଜି ବିଭାଗ ପ୍ରଫେସର ଆର୍.କେ.ପାତ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!