ହିଞ୍ଜିଳିର ପ୍ରଥମ NAC ଅଧ୍ୟକ୍ଷଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

cmodishabansall
ହିଞ୍ଜିଳିର ପ୍ରଥମ NAC ଅଧ୍ୟକ୍ଷ ଉଦୟ ନାଥ ପଣ୍ଡାଙ୍କ ବିଯୋଗରେ ମୁଖ୍ୟମନ୍ତୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି | ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଵର୍ଗତଃ ପଣ୍ଡା ଜଣେ ମହାନ୍ ସମାଜସେବୀ ଥିଲେ | ହିଞ୍ଜିଳି ଅଞ୍ଚଳରେ ନିଜର ବିକାଶ ମୂଳକ କାମ ପାଇଁ ସେ ଘରେ ଘରେ ପରିଚିତ ଥିଲେ |

ଏହି ବର୍ଷିଆନ୍ ନେତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ଏହାର ଏକ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି | ପରଲୋକଗତ ଆତ୍ମାର ସଦ୍-ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ଓ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି |

Share in top social networks!