ବିଦ୍ୟୁତ ବଣ୍ଟନକାରୀ କମ୍ପାନୀଙ୍କ ହରିଲୁଟ୍ ପ୍ରମାଣିତ ହେଲା

ଓଡିଶା ବିଦ୍ୟୁତ ନିୟାମକ ପ୍ରାଧିକରଣ ଆଜି ତାଙ୍କର ରାୟରେ ଓଡିଶାରେ ବିଦ୍ୟୁତ ବଣ୍ଟନକାରୀ ଓଏସ୍କୋ, ନେସ୍କୋ, ସାଉଥକୋ, କମ୍ପାନୀ ଗୁଡିକର ଲାଇସେନ୍ସ ରଦ୍ଧ କରି ଗ୍ରୀଡ୍କୋର ସିଏମ୍ଡିଙ୍କୁ ପ୍ରଶାସକ ରୁପେ ନିଯୁକ୍ତ ଦେଇଛନ୍ତି । ତାଙ୍କ ରାୟରେ ଏହି କମ୍ପାନୀଗୁଡିକର କାର୍ଯ୍ୟକୁ ଅଡିଟ୍ କରିବା, ଗୁଣାତ୍ମକ ସେବା ଯୋଗାଇବା , ଚୋରୀ ରୋକିବା ପ୍ରଭୁତି ଦିଗରେ ଅସଫଳ ରହିବା ସହିତ ମନ ଇଚ୍ଛା ବିଭିନ୍ନ କ୍ଷେତ୍ରରେ କ୍ଷତି ଦର୍ଶାଇ ବିଦ୍ୟୁତ ଦେୟ ବୃଦ୍ଧି କରି ଉପଭୋକ୍ତାଙ୍କୁ ଲୁଣ୍ଠନ କରିଆସୁଥିଲେ । ଏ ଦିଗରେ ଉପଭୋକ୍ତା ଏବଂ ବିଜେପି ସମେତ ବିଭିନ୍ନ ରାଜନୈତିକ ଦଳ ତରଫରୁ କମ୍ପାନୀ ଗୁଡିକର ଅଡିଟ୍ କରିବା ପାଇଁ ଦାବୀ ହୋଇ ଆସୁଥିଲେ ମଧ୍ୟ ସରକାରୀ ଦଳ ନିଜ ଫାଇଦା ଯୋଗୁ ଏହି କମ୍ପାନୀମାନଙ୍କୁ ଘଣ୍ଟ ଘୋଡାଇ ଆସୁଥିଲେ । ବିଜୁବାବୁ ସଂସ୍କାର ନାମରେ ପ୍ରଥମ କରି ଏହି କମ୍ପାନୀ ଗୁଡିକ ହାତରେ ବିଦ୍ୟୁତ୍ ବଣ୍ଟନ ବ୍ୟାବସ୍ଥାକୁ ଟେକି ଦେଇ ଥିଲେ ଏବଂ ତାଙ୍କ ସୁପୁତ୍ର ପିତାଙ୍କ ଅଧୁରାସ୍ୱପ୍ନକୁ ସଫଳ କରିବାକୁ ଯାଇ ଏହି କମ୍ପାନୀମାନଙ୍କୁ ପ୍ରୋସôାହନ ଯୋଗାଇ ଆସୁଥିଲେ । ସେତେବେଳେ ଏହି ସଂସ୍କାର ଫଳରେ ଓଡିଶାର ପ୍ରତ୍ୟେକ ଘରକୁ ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି କୁହାଯାଇଥିଲା । କିନ୍ତୁ ବିଗତ ଦୁଇ ଦଶନ୍ଧି ଧରି ଏହି କମ୍ପାନୀ ଗୁଡିକ ଉପଭୋକ୍ତାଙ୍କୁ ଲୁଣ୍ଠନ କରିବା ସହିତ ହଜାର ହଜାର ଗାଁ ମଧ୍ୟ ବିଦ୍ୟୁତ୍ ସେବାରୁ ବଂଚିତ ହୋଇରହିଛନ୍ତି । ତେଣୁ ରାଜ୍ୟ ସରକାର ତୁରନ୍ତ ଏହି କମ୍ପାନୀ ଗୁଡିକର କାର୍ଯ୍ୟ ଧାରାର ଅଡିଟ୍ କରି ଏହି ଅର୍ଥ ହଡପ୍କାରୀମାନଙ୍କୁ ଦଣ୍ଡିତ କରନ୍ତୁ ଏବଂ ଯେଉଁ ମାନେ କମ୍ପାନୀ ତରଫରୁ ସରକାରଙ୍କ ବିରୁଦ୍ଧରେ ଅତୀତରେ କେଶ୍ କରିଥିଲେ ସେହିମାନଙ୍କୁ ଏବେ ଗ୍ରୀଡ୍କୋର ଅବସ୍ଥାପିତ କରି କମ୍ପାନୀ ଗୁଡିକର ସମସ୍ତ ବେଆଇନ କାର୍ଯ୍ୟକୁ ଆଇନ୍ ସମ୍ମତ୍ତ କରିବାପାଇଁ ଯେଉଁ ଉଦ୍ୟମ ହେଇଛି ସରକାର ଏ ଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ବିଜେପି ମୁଖପାତ୍ର ସମୀର ମହାନ୍ତି ଓ ସଜ୍ଜନ ଶର୍ମା ଦାବୀ କରିଛନ୍ତି

Share in top social networks!