ସବୁ କ୍ଷେତ୍ରରେ ସରକାର ବିଫଳ : ରାମକୃଷ୍ଣ ପଟ୍ଟନାୟକ

ramakrushnaରାଜ୍ୟ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି । ସବୁଠି ଦୁର୍ନୀତି ଭରି ହୋଇ ରହିଛି । କେନ୍ଦ୍ର ସରକାର ରାଜ୍ୟକୁ ଆର୍ଥିକ କ୍ଷମତା ଦେବା ସହ ଅଧିକ ରାଜସ୍ୱ ଓ ଅନୁଦାନର ସୁଯୋଗ ସୃଷ୍ଟି କରିଥିବାବେଳେ ସରକାର ଟଙ୍କା ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି । କେନ୍ଦ୍ର ଅବହେଳା ନାମରେ ସରକାର କେବଳ ରାଜନୀତି କରୁଛନ୍ତି । ଲୋକଙ୍କୁ ଭୂଅାଁ ବୁଲାଇ, ଅସତ୍ୟ ତଥ୍ୟ କହିବାରେ ନବୀନ ବାବୁଙ୍କୁ ବିଶ୍ୱରେ କେହି ପାରିବେ ନାହିଁ ବୋଲି ବରିଷ୍ଠ ବିଜେପି ନେତା ରାମକୃଷ୍ଣ ପଟ୍ଟନାୟକ କହିଛନ୍ତି ।
ନବୀନ ବାବୁଙ୍କର ମସ୍ତିଷ୍କ ନାହିଁ ବୋଲି ଖୋଦ୍ ଅଫିସରମାନେ କହିବାକୁ ବି ପଛାଉନାହାନ୍ତି । ମୁଖ୍ୟମନ୍ତ୍ରୀ ଖାଲି କାଗଜକଲମରେ ନିଜକୁ ବିକାଶ ପୁରୁଷ ବୋଲି ଦେଖାଇ ହେଉଛନ୍ତି । ହେଲେ ଏପଟେ ୬୦ ଲକ୍ଷ ଆଦିବାସୀଙ୍କର କାଣିଚାଏ ବି ସମ୍ପତ୍ତି ନାହିଁ । କୃଷି ବଜେଟ୍ରେ ଭେଳିକି ଦେଖାଯାଉଥିବାବେଳେ ମାତ୍ର ୧୪% ବଜେଟ୍ ଅଟକଳ ବୃଦ୍ଧି କରାଯାଇଛି । କିନ୍ତୁ ସେପଟେ ଚାଷୀ ଧାନ ବିକ୍ରି କରିପାରୁନାହିଁ । ୫ ବର୍ଷରେ ୧୦ ଲକ୍ଷ ହେକ୍ଟର ଜମିରେ ଜଳସେଚନ ପାଇଁ କୁହାଯାଉଛି । କିନ୍ତୁ ଗଲା ୫ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧,୬୫, ୧୨୬ ହେକ୍ଟର ଜମିରେ ଜଳସେଚନ କରିବା ପାଇଁ ଲକ୍ଷ୍ୟ ରଖିôଥିବାବେଳେ ମାତ୍ର ୬୬୧୬୦ ହେକ୍ଟର ଜମି ଜଳସେଚିତ କରିପାରିଛନ୍ତି । ଏଥିରୁ ସରକାର କିଭଳି ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଯୋଗାଇ ପାରିବେ ତାହା ଜଣାପଡ଼ିଯାଉଛି । ସେହିପରି ରାଜ୍ୟର ୮୦% ପରିବାରର ଟଏଲେଟ୍ ନଥିବାବେଳେ ୪୭.୫% ଲୋକଙ୍କୁ ପିଇବା ପାଣି ମିଳୁନାହିଁ । ସେହିପରି ସାରା ଭାରତରେ ୨ ହଜାର ବ୍ୟକ୍ତିରେ ଜଣେ ଡାକ୍ତର ଥିବାବେଳେ ଓଡ଼ିଶାରେ ୧୦ ହଜାର ଲୋକରେ ଜଣେ ଡାକ୍ତର ଅଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରଶାସକଙ୍କ ଦ୍ୱାରା ପରିଚାଳିତ ହୁଅନ୍ତି । ଏମିତିକି ସେ ନପଢ଼ି ଦସ୍ତଖତ କରୁଥିବାରୁ ସେ ଅତୀତରେ ବାରବାର ତାଗିଦ୍ ମଧ୍ୟ କରିଛନ୍ତି ।
ଆଳୁ ମିଶନ୍ ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଲେଯେ, ରାଜ୍ୟରେ ଏବେ ୦.୪ ନିୟୁତ ଟନ୍ ଆଳୁ ଉପôାଦିତ ହେଉଥିବାବେଳେ ଆଳୁ ମିଶନ ମାଧ୍ୟମରେ ୧.୨ ନିୟୁତ ଟନ୍ ଆଳୁ ଉପôାଦନର ଲକ୍ଷ୍ୟ ରଖାଯାଇଛି । କିନ୍ତୁ ବାସ୍ତବରେ ରାଜ୍ୟର ସ୍ଥିତିକୁ ଆକଳନ କରାଗଲେ ବାର୍ଷିକ ଆଳୁ ଉପôାଦନ ମାତ୍ର ୦.୪ ନିୟୁତ ବଢ଼ିପାରିବ । ଏଭଳି କ୍ଷେତ୍ରରେ ଆଳୁ ମିଶନ ପାଇଁ ଯେଉଁ ୫୦ କୋଟିର ବ୍ୟୟବରାଦ କରାଯାଇଛି ତାହା କେବଳ ବାଟମାରଣା ପାଇଁ ଉଦ୍ଧିଷ୍ଟ ବୋଲି ଶ୍ରୀ ପଟ୍ଟନାୟକ ମତପୋଷଣ କରିଛନ୍ତି ।
ଏମଜିଏନଆରଇଜିଏସ୍ ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଲେଯେ, ୨୦୦୭-୦୮ରେ ହାରାହାରି ୩୭ ଦିନର ରୋଜଗାର ସରକାର ଯୋଗାଇ ଦେଇଥିବାବେଳେ ୨୦୦୮-୦୯ରୁ ୨୦୧୩-୧୪ ପର୍ଯ୍ୟନ୍ତ ତାହା ଯଥାକ୍ରମେ ୩୭, ୪୦, ୫୩, ୩୩, ୩୬, ୪୧ ଦିନ ରହିଛି । ଏହିଭଳି ଭାବେ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି ଓ ସବୁ କ୍ଷେତ୍ରରେ ଦୁର୍ନୀତି ବ୍ୟାପିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Share in top social networks!