ଦେଶର ପୂର୍ବାଞ୍ଚଳରେ ଆକ୍ସିସ୍ ବ୍ୟାଙ୍କ ତାର ନିଜର ସ୍ଥିତିକୁ ଦୃଢ଼ କରିଛି, ଓଡ଼ିଶାରେ ଏହାର ଉଚ୍ଚ ସମ୍ଭାବନା ରହିଛି

axisbankଭାରତର ତୃତୀୟ ବୃହତ୍ ଘରୋଇ ଉଦ୍ୟୋଗ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ଓଡ଼ିଶାରେ ଏହାର ବ୍ୟବସାୟ ବୃଦ୍ଧି କରିବା ପାଇଁ ଅନେକ ସୁଯୋଗ ରଖିଛି । ଆଗାମୀ ୩ ବର୍ଷ ମଧ୍ୟରେ ଏସ୍ଏମ୍ଇ ଏବଂ ରିଟେଲ୍ ବ୍ୟାଙ୍କିଂ ନିମନ୍ତେ ଏକ ଅଗ୍ରଣୀ ଲକ୍ଷ୍ୟ ସ୍ଥାପନ ପାଇଁ ବ୍ୟାଙ୍କ ପକ୍ଷରୁ ସମଗ୍ର ପୂର୍ବାଞ୍ଚଳ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ଓଡ଼ିଶାରେ ଆକ୍ସିସ୍ ବ୍ୟାଙ୍କର ଏକ ମଜ୍ବୁତ୍ ସ୍ଥିତି ରହିଛି । ଓଡିଶାର ୩୦ଟି ଜିଲ୍ଲାରେ ୧୦୯ ଗୋଟି ଶାଖା, ଦୁଇଗୋଟି ଆସେଟ୍ ସର୍ଭିସ୍ ସେଣ୍ଟର, ୪୩୧ଟି ଏଟିଏମ୍ ଏବଂ ୧୬ଟି କ୍ୟାସ୍ ଡିପୋଜିଟ୍ ମେସିନ୍ ରହିଛି । ଆରବିଆଇ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ବ୍ୟାଙ୍କ ନଥିବା ଜିଲ୍ଲା ଗୁଡ଼ିକରେ ଏହାର ୬୯% ଶାଖା ଖୋଲାଯାଇଛି ।
ବ୍ୟାଙ୍କର ଉଲ୍ଲେଖନୀୟ ବ୍ୟାବସାୟିକ କାରବାର ଡିସେମ୍ବର ୨୦୧୪ ଶେଷ ସୁଦ୍ଧା ସେଭିଂସ୍ ଆକାଉଣ୍ଟ ବାଲାନ୍ସର ଅଭିବୃଦ୍ଧି ୩୫୦ ବିଲିୟନ, ରିଟେଲ୍ ଟର୍ମ ଡିପୋଜିଟ୍ ୨୫୦ ବିଲିୟନ୍ ଓ ରିଟେଲ୍ ଆସେଟ୍ସ ଆଉଟ୍ଷ୍ଟାଣ୍ଡିଂ ୬୦ ବିଲିୟନ୍ ହୋଇଥିବା ଜଣାଯାଇଛି ।
ପୂର୍ବାଞ୍ଚଳରେ ଏସ୍ଏମ୍ଇ ପୋର୍ଟଫୋଲିଓର ଅଭିବୃଦ୍ଧି ୨୪% ରହିଥିବା ବେଳେ ଓଡ଼ିଶାରେ ଏହାର ପରିମାଣ ୨୧% ରହିଛି । ବ୍ୟାଙ୍କ ଏହାର ଭୁବନେଶ୍ୱରର ଏସ୍ଏମ୍ଇ କେନ୍ଦ୍ର ଏବଂ ରାଉରକେଲାର ଏସ୍ଏମ୍ଇ ସେଲ୍ ଜରିଆରେ ଏସ୍ଏମ୍ଇ ଗ୍ରାହକମାନଙ୍କୁ ସେବା ପ୍ରଦାନ କରୁଛି । ସାରା ପୂର୍ବାଞ୍ଚଳରେ ଆଭ୍ୟନ୍ତରୀଣ ବ୍ୟାଙ୍କିଂ କାରବାର ଜରିଆରେ ମଧ୍ୟ ବ୍ୟାଙ୍କର ହାରାହାରି ବିକାଶ ହାର ୩୩% ରହିଛି ।
ଏହି ପରିପ୍ରେକ୍ଷୀରେ ଆକ୍ସିସ୍ ବ୍ୟାଙ୍କର ପ୍ରେସିଡେଣ୍ଟ -ଟ୍ରେଜେରୀ, ବିଜ୍ନେସ୍ ବ୍ୟାଙ୍କିଂ ତଥା କ୍ୟାପିଟାଲ୍ ମାର୍କେସ୍ସର ଶ୍ରୀ ସିଦ୍ଧାର୍ଥ ରଥ ପ୍ରକାଶ କରିଛନ୍ତି ଯେ ଆକ୍ସିସ୍ ବ୍ୟାଙ୍କ ଗ୍ରାହକମାନଙ୍କର ଆବଶ୍ୟକତାକୁ ବୁଝି ସେବା ପ୍ରଦାନ କରିଆସୁଛି ଏବଂ ଏହା ଗର୍ବର କଥା ଯେ ଆମର ଶାଖା ତଥା ଏଟିଏମ୍ ନେଟ୍ୱର୍କ ସହାୟତାରେ ୧୪ ନିୟୁତ ଗ୍ରାହକ ସେବା ପାଇପାରୁଛନ୍ତି । ଆମର ବ୍ୟବସାୟର ମୂଳ ଉଦେ୍ଧଶ୍ୟଟି ହେଉଛି ସମ୍ପର୍କ ସୃଷ୍ଟି ଏବଂ ଉଦ୍ୟୋଗର ବିକାଶ ପାଇଁ ସହାୟତା ପ୍ରଦାନ କରିବା । ଆମ ଦ୍ୱାରା ପ୍ରଦାନ କରାଯାଉଥିବା ସରଳ ସେବା ସୁବିଧା, ଅଣକେନ୍ଦ୍ରୀକୃତ ନିଷ୍ପତ୍ତି ନିର୍ଦ୍ଧାରଣ, ସୁଦକ୍ଷ ସମ୍ପର୍କ ପରିଚାଳନା ଏବଂ ଏକ ବ୍ୟାପକ ବିତ୍ତିୟ ଉପôାଦ ସେବା ସମୂହ ବଳରେ ଗୋଟିଏ ସ୍ଥାନରେ ଆମେ ସମସ୍ତ ପ୍ରକାର ବ୍ୟାବସାୟିକ ସମାଧାନ ପ୍ରଦାନ କରୁଛୁ ।
ଓଡ଼ିଶାରେ ମୋବାଇଲ୍ ମାଧ୍ୟମ ଜରିଆରେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (ଡିବିଟି) ପ୍ରଚଳନ କରିବାରେ ଆକ୍ସିସ୍ ବ୍ୟାଙ୍କ ହେଉଛି ପ୍ରଥମ ବ୍ୟାଙ୍କ । ଓଡ଼ିଶାର ଦୂରବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ସେବା ପ୍ରଦାନ ପାଇଁ ବ୍ୟାଙ୍କ ପକ୍ଷରୁ ମଧ୍ୟ ୧୦ ଗୋଟି ଗ୍ରାହକ ସେବା କେନ୍ଦ୍ର ଖୋଲାଯାଇଛି । ଆହୁରି ମଧ୍ୟ ଯେଉଁସବୁ ଅଞ୍ଚଳରେ ବ୍ୟାଙ୍କ ସୁବିଧା ନାହିଁ ସେହି ସବୁ ସ୍ଥାନରେ ବ୍ୟାଙ୍କ ପକ୍ଷରୁ ୩୫ ଗୋଟି ଶାଖା ଖୋଲାଯାଇଛି ।
ଜନକଲ୍ୟାଣ ଉଦେ୍ଧଶ୍ୟରେ ଆକ୍ସିସ୍ ବ୍ୟାଙ୍କ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାରେ କ୍ରମାଗତ ଜୀବିକାନିର୍ବାହ କାର୍ଯ୍ୟକ୍ରମ ଉଦେ୍ଧଶ୍ୟରେ ୫ ବର୍ଷ ମଧ୍ୟରେ ୪ ଲକ୍ଷ ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଛି ଏବଂ ଗୋଟିଏ ବର୍ଷରେ ୫୦୦୦ରୁ ଉଦ୍ଧ୍ୱର୍ ଲୋକଙ୍କୁ ଶିକ୍ଷା କ୍ଷେତ୍ରରେ ସହାୟତା ପ୍ରଦାନ କରାଯାଇଛି । ବ୍ୟାଙ୍କ ‘ଆଭା’ ଭଳି କାର୍ଯ୍ୟକ୍ରମଗୁଡ଼ିକରେ ସକି୍ରୟ ଅଂଶଗ୍ରହଣ କରିଛି ଯାହାକି ଗତ ୫ ବର୍ଷ ମଧ୍ୟରେ ୨ ଗୋଟି ଜିଲ୍ଲାର ୨୫୦୦୦ ମହିଳାଙ୍କ ପାଇଁ ଜୀବିକା ନିର୍ବାହରେ ସାହାଯ୍ୟ ଯୋଗାଇ ଦେଇଛି ଏବଂ ପିପୁଲ୍ସ ରୁରାଲ୍ ଏଡୁକେସନ ମୁଭ୍ମେଣ୍ଟ (ପିଆରଇଏମ୍) ଜରିଆରେ ୫ ବର୍ଷ ମଧ୍ୟରେ ୧୦୦୦୦ ଯୁବକଯୁବତୀମାନେ ସେମାନଙ୍କର ଉପଯୁକ୍ତ ଜୀବିକା ନିର୍ବାହ ପାଇଁ ସହାୟତା ପାଇ ପାରିଛନ୍ତି ।
ଆକ୍ସିସ୍ ବ୍ୟାଙ୍କ ମଧ୍ୟ ଓଡ଼ିଶା ସରକାର ତଥା ଛତିଶଗଡ଼ ସରକାରଙ୍କ ସାଧାରଣ ଯୋଗାଣ ବିଭାଗ ସହିତ ଏବଂ ଓଡ଼ିଶା ସରକାରଙ୍କ ଉଦ୍ୟାନ ଓ କୃଷି ବିଭାଗ ସହିତ ଓ ଏସ୍ଟି ଓ ଏସ୍ସି ବିଭାଗ ସହିତ ଜଡ଼ିତ ରହି ଓଡ଼ିଶା ସରକାରଙ୍କୁ ଅନେକ ପ୍ରକାର ବିତ୍ତିୟ ସହାୟତା ଓ ସମାଧାନ ପ୍ରଦାନ କରୁଛି ।
ସେହିପରି ଆକ୍ସିସ୍ ବ୍ୟାଙ୍କ ମଧ୍ୟ ମଧ୍ୟମ ବର୍ଗର କର୍ପୋରେଟ୍ ସଂସ୍ଥା, ଏମ୍ଏସ୍ଏମ୍ଇ, କୃଷି ତଥା ଖୁଚୁରା ବ୍ୟବସାୟୀମାନଙ୍କ ପାଇଁ ଗ୍ରାହକ ଉପଯୋଗୀ ସେବା ବ୍ୟବସ୍ଥା ପ୍ରଦାନ କରିଆସୁଛି । ବ୍ୟାଙ୍କ ଓ ଏହାର ସହାୟକ ଆକ୍ସିସ୍ ମୁ୍ୟଚୁଆଲ୍ ଫଣ୍ଡ, ଆକ୍ସିସ୍ ଡାଇରେକ୍ଟ, ଆକ୍ସିସ୍ କ୍ୟାପିଟାଲ୍ ଓ ଆକ୍ସିସ୍ ସିକୁ୍ୟରିଟି ବ୍ୟବସ୍ଥା ଉଭୟ ଖୁଚୁରା ଓ କର୍ପୋରେଟ୍ କ୍ଲାଏଣ୍ଟମାନଙ୍କୁ ବ୍ୟାପକ ବ୍ୟାଙ୍କିଂ, ଫାଇନାନ୍ସିଂ ଓ ନିବେଶ ସମାଧାନ ପ୍ରଦାନ କରୁଛି ।

Share in top social networks!