ଓଡିଶାର ସବୁଠୁ ଲୋକପ୍ରିୟ ଫୁଡ ସୋ ‘ପୁଂଟୁନନାଙ୍କ ପେଟଯାତ୍ରା’ର ୭୫ତମ ଏପିସୋଡ୍ ର ପ୍ରସାରଣ

puntuଓଡିଶାର ସବୁଠୁ ଲୋକପ୍ରିୟ ଫୁଡ ସୋ ‘ପୁଂଟୁନନାଙ୍କ ପେଟଯାତ୍ରା’ର ୭୫ତମ ଏପିସୋଡ୍ ନିକଟରେ ପ୍ରସାରଣ ହୋଇଯାଇଅଛି । ଆଧୁନିକ ଚାଇନିଜ୍, ଇଟାଲିଆନ୍ ଖାଦ୍ୟମାନଙ୍କରେ ହଜିଯାଉଥିବା ଆମର ପାରମ୍ପାରିକ ଖାଦ୍ୟ ସବୁକୁ ଖୋଜି ବାହାର କରିବା ଲାଗି ଏଇ କାର୍ଯ୍ୟକ୍ରମଟିର ପ୍ରସାରଣ ଘରୋଇ ମନୋରଂଜନ ଚ୍ୟାନେଲ ସାର୍ଥକ ଟିଭିରେ ଆରମ୍ଭ କରାଯାଇଥିଲା ।
‘ପୁଂଟୁନନାଙ୍କ ପେଟଯାତ୍ରା’ କାର୍ଯ୍ୟକ୍ରମରେ ପୁଟୁଂନନା ଜଣେ ରୋଷେୟା ଯିଏ ଆଧୁନିକ ଖାଦ୍ୟ ରାନ୍ଧି ରାନ୍ଧି ବିରକ୍ତ ହେଇଯାଇଛନ୍ତି ଓ ବାହାରିଛନ୍ତି କିଛି ଦେଶୀ ଖାଦ୍ୟ ସଂନ୍ଧାନରେ । ସେହି ଖାଦ୍ୟ ସବୁର ପ୍ରସ୍ତୁତି ନିଜେ ଜାଣି ତାକୁ ଦର୍ଶକଙ୍କୁ ଶିଖେଇବା ହେଉଛି ତାଙ୍କ ଯାତ୍ରାର ଉଦେ୍ଧଶ୍ୟ । ବର୍ତ୍ତମାନ ପର୍ଯ୍ୟନ୍ତ ପୁଂଟୁ ନନା ରାଜ୍ୟର କୋଣ ଅନୁକୋଣ ଭ୍ରମଣ କରି ଅନେକ ପ୍ରକାର ନୁଆ ଦେଶୀ ଖାଦ୍ୟ ଚାଖିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରସାରିତ “କଚାଂ ଅଣ୍ଡା ତରକାରୀ”, “ଲାଉ କ୍ଷୀରି”, “କଖାରୁ ପାତୁଆ” ପରି ଖାଦ୍ୟକୁ ଅନେକ ଦର୍ଶକ ପ୍ରଶଂସା କରିଛନ୍ତି । ସ୍ଥାନୀୟ ନାମକରା ବିଜ୍ଞାପନ ସଂସ୍ଥା ସଂକେତ ଓ ଲାଇଟ୍ ହାଉସ ପ୍ରଡକ୍ସନର ମିଳିତ ଉଦ୍ୟମରେ ନିର୍ମାଣ କରାଯାଇଛି ‘ପୁଂଟୁନନାଙ୍କ ପେଟଯାତ୍ରା’ । ଅନ୍ୟ ସବୁ ପ୍ରସାରିତ ରୋଷେଇ କାର୍ଯ୍ୟକ୍ରମ ଠୁ ଭିନ୍ନ, ଏଇ କାର୍ଯ୍ୟକ୍ରମରେ ରୋଷେଇ ସହ ରହିଛି ରୋମାଚଂ ଏବଂ ହାସ୍ୟରସ । ମଜାଳିଆ ପୁଂଟୁନନା ଏଇ କାର୍ଯ୍ୟକ୍ରମରେ ରୋଷେଇ ଶିଖିବା ଓ ଶିଖେଇବା ସହ ଲୋକଙ୍କୁ ହସଉଛନ୍ତି ମଧ୍ୟ । ମଂଚ, ଟେଲିଭିଜନ ଓ ଚଳଚିତ୍ର ଜଗତର ଲୋକପ୍ରିୟ କଳାକାର ଅନ୍ତର୍ଯାମୀ ପଣ୍ଡା ତୁଲାଉଛନ୍ତି ଏଥିରେ ପୁଂଟୁନନାଙ୍କର ଭୂମିକା । ଜେଜେମା’ ଆଈ ଅମଳର ଖାଦ୍ୟର ପୁନଃରୋଦ୍ଧାର କରି ଲୋକଙ୍କ ପାଖରେ ପଂହଚାଇବା ପାଇଁ ‘ପୁଂଟୁନନାଙ୍କ ପେଟଯାତ୍ରା’ ହେଉଛି ଏକ ଅଭିନବ ପ୍ରୟାସ । ପ୍ରତି ରବିବାର ଓ ଶନିବାର ସଂଧ୍ୟା ୬. ୩୦ଟାରେ ସାର୍ଥକ ଟିଭିରେ କାର୍ଯ୍ୟକ୍ରମଟି ପ୍ରସାରିତ ହେଉଅଛିା

Share in top social networks!