ଫରିଦାବାଦ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେଲେ ଧର୍ମେନ୍ଦ୍ର ପ୍ରଧାନ

tempହରିଆନା ରାଜ୍ୟର ଫରିଦାବାଦ ଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ ଯୋଗ ଦେଇଛନ୍ତି । ଫେବୃଆରୀ ୨୬ ତାରିଖରୁ ଆରମ୍ଭ ହୋଇ ମାର୍ଚ ୭ ତାରିଖ ପର୍ଯନ୍ତ ଚାଲୁଥ#ବା ପ୍ରତିଷ୍ଠା ଓ ଅନ୍ୟାନ୍ୟ
ଧାର୍ମିକ କାର୍ଯକ୍ରମ ଫରିଦାବାଦ ସହରସ୍ଥ ସେକଫର ୧୫ ଅଞ୍ଚଳରେ ମହାସମାରୋହରେ ଚାଲୁ ରହିଛି ।

ମଙ୍ଗଳବାର ଦିନ ଶ୍ରୀ ପ୍ରଧାନଙ୍କ ସମେତ ହରିଆନାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏବଂ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଯୋଗ ଦେଇଥ#ଲେ । ଫରିଦାବାଦ ସେକଫର ୧୫ ଅଞ୍ଚଳରେ ବହୁପୂର୍ବରୁ ଜଗନ୍ନାଥ ମନ୍ଦିର ଥ#ବା ବେଳେ ଶ୍ରୀ ଜୀଉଙ୍କର ବିଗ୍ରହ ମାନଙ୍କୁ ଏକ ନୂତନ ଭବ୍ୟ ମନ୍ଦିରରେ ସ୍ଥାପନ କରାଯାଇଛି । ଏଥ# ସହିତ ଏହି ମନ୍ଦିର ପ୍ରାଙ୍ଗଣରେ ମା କମଳା, ବିମଳା, ଶ୍ରୀ ବିଶ୍ୱନାଥ, ଶ୍ରୀ ସୂର୍ଯ ଓ ଶ୍ରୀ ହନୁମାନ ଇତ୍ୟାଦିଙ୍କର ବିଗ୍ରହ ବୈଦିକ ବିଧ#ବିଧାନ
ସହ ସମାପନ ହୋଇଛି ।

ଏହି କାର୍ଯକ୍ରମର ବିଭିନ୍ନ ଦିନରେ ବହୁ ସାଧୁ ସନ୍ଥ ସମେତ ପୁରୀ ଗୋବର୍ଧନ ପୀଠର ଶଙ୍କରାଚାର୍ଯ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଏବଂ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ପ୍ରମୁଖ ଯୋଗ ଦେଇ ସମବେତ ଭକ୍ତ ଧାର୍ମିକ ପ୍ରବଚନ ଓ ଅନ୍ୟାନ୍ୟ କାର୍ଯକ୍ରମରେ ଅଂଶଗ୍ରହଣ କରିଛନ୍ତି ।

Share in top social networks!