କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସହ ମନ୍ତ୍ରୀ ଶ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ସାକ୍ଷାତ ଆଲୋଚନା ରାଜ୍ୟକୁ ଅଧ#କ ଅର୍ଥ ପ୍ରଦାନ କରିବାକୁ ଦାବି

ଆଜି ମଧ୍ୟାହ୍ନରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ବଦ୍ରି ନାରାୟଣ ପାତ୍ର ନୂଆଦିଲ୍ଲୀଠାରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଚୌଧୂରୀ ବୀରେନ୍ଦ୍ର ସିଂହଙ୍କ ସହିତ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ ଆଲୋଚନା କରି ଓଡ଼ିଶାକୁ ଅଧ#କ ଅର୍ଥ ପ୍ରଦାନ କରିବା ନିମନ୍ତେ ଦାବି ଉପସ୍ଥାପନ କରିଛନ୍ତିା
badri
ରାଜ୍ୟର ମାଓ ଅଧ୍ୟୁଷିତ ଅଞ୍ଚଳରେ ରାସ୍ତା ଓ ସେତୁ ନିର୍ମାଣ ପାଇଁ ଠିକାଦାର ମିଳୁ ନଥ#ବା ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ପାତ୍ର କେନ୍ଦ୍ରୀୟ ସାଧାରଣ ଉଦ୍ୟୋଗ ଯଥା- ଜାତୀୟ ସେତୁ ନିର୍ମାଣ ନିଗମ, କେନ୍ଦ୍ର ପୂର୍ତ୍ତ ବିଭାଗ, ସେତୁ ଓ ରାସ୍ତା ନିର୍ମାଣ ନିଗମ ଇତ୍ୟାଦି ସଂସ୍ଥାଗୁଡିକୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିବାକୁ ପ୍ରସ୍ତାବ ଦେଇଥ#ଲୋ ଏହି ପ୍ରସ୍ତାବକୁ ସହୃଦୟତାର ସହ ଗ୍ରହଣ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିଂହ ପ୍ରାରମ୍ଭିକ ପର୍ଯ୍ୟାୟରେ ଜାତୀୟ ସେତୁ ନିର୍ମାଣ ନିଗମକୁ କାର୍ଯ୍ୟରେ ନିୟୋଜିତ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତିା ପରବର୍ତ୍ତୀ ସମୟରେ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ମାଓ ଅଧ୍ୟୁଷିତ ଜିଲ୍ଲା ଗସ୍ତ କରି ଅନୁଧ୍ୟାନ ବିବରଣୀ ପ୍ରଦାନ କରିବା ପରେ ଅନ୍ୟ ସଂସ୍ଥାମାନଙ୍କୁ କାର୍ଯ୍ୟରେ ସାମିଲ କରିବା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିଂହ ମତବ୍ୟକ୍ତ କରିଛନ୍ତିା

ଫାଇଲିନ୍ ସହାୟତା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ପାତ୍ର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥ#ଲୋ ଫାଇଲିନ୍ରେ କ୍ଷତିଗ୍ରସ୍ତ ୩୦୦୦ କିମି ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ
ରାସ୍ତା ଓ ସେତୁର ମରାମତି ଓ ପୁନଃନିର୍ମାଣ ପାଇଁ ଦାବି କରାଯାଇଥ#ବା ୧୬୦୦ କୋଟି ଟଙ୍କାକୁ
ତୁରନ୍ତ ପ୍ରଦାନ କରିବା ଉପରେ ଶ୍ରୀ ପାତ୍ର ଗୁରୁତ୍ୱାରୋପ କରିଥ#ଲୋ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ
ଯୋଜନାରେ ମଧ୍ୟ ରାଜ୍ୟକୁ ତା’ର ଉପଯୁକ୍ତ ପ୍ରାପ୍ୟ ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ଦାବି
ଜଣାଇଛନ୍ତିା ପ୍ରକାଶ ଥାଉ କି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ କେନ୍ଦ୍ର ସରକାରଙ୍କ ନିକଟରେ
୧୮୦୦ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ଉପସ୍ଥାପିତ କରିଥ#ଲୋ କେନ୍ଦ୍ର ୧୧୭୮ କୋଟି ଟଙ୍କା
ତୁରନ୍ତ ପ୍ରଦାନ କରିବାକୁ ସମ୍ମତି ପ୍ରଦାନ କରିଥ#ଲେ ମଧ୍ୟ ଅଦ୍ୟାବଧ# ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ
କରିନାହାନ୍ତିା ଏହି ପରିପ୍ରେକ୍ଷୀରେ ମଞ୍ଜୁର ହୋଇଥ#ବା ଅର୍ଥର ଅବଶିଷ୍ଟ ୧୨୮ କୋଟି ଟଙ୍କା ତୁରନ୍ତ ପ୍ରଦାନ କରିବାର ବ୍ୟବସ୍ଥା କରିବା ସହ ସମ୍ପୂର୍ଣ୍ଣ ପ୍ରସ୍ତାବିତ ପ୍ରକଳ୍ପର ବ୍ୟୟ ଅଟକଳକୁ ମଞ୍ଜୁର କରିବା
ନିମନ୍ତେ ମନ୍ତ୍ରୀ ଶ୍ରୀ ପାତ୍ର ଦାବି କରିଛନ୍ତିା
ସେହିପରି ରାଜ୍ୟକୁ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା-୨ରେ ସାମିଲ କରିବାକୁ ମନ୍ତ୍ରୀ
ଶ୍ରୀ ସିଂହଙ୍କୁ ମଧ୍ୟ ମନ୍ତ୍ରୀ ଶ୍ରୀ ପାତ୍ର ଅନୁରୋଧ କରିଥ#ଲୋ ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ
ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ହେଉଛି ଏବଂ ଅଧ#କାଂଶ ଜିଲ୍ଲାରେ ଏହି ଯୋଜନା ଶେଷ
ପର୍ଯ୍ୟାୟରେ ପହଞ୍ଚ#ଛିା ଏହି ପରିପ୍ରେକ୍ଷୀରେ ଯେଉଁ ଜିଲ୍ଲାମାନଙ୍କରେ ସମ୍ପୂର୍ଣ୍ଣ ଭାବରେ ପ୍ରଧାନମନ୍ତ୍ରୀ
ଗ୍ରାମ ସଡକ ଯୋଜନାର କାର୍ଯ୍ୟ ସରିଛି, ସେହି ଜିଲ୍ଲାମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରଧାନ ମନ୍ତ୍ରୀ
ଗ୍ରାମ୍ୟ ସଡକ ଯୋଜନାରେ ଜିଲ୍ଲାକୁୟୁନିଟ୍ ଭାବରେ ଗ୍ରହଣ କରି ସାମିଲ କରିବାକୁ ମନ୍ତ୍ରୀ ଶ୍ରୀ
ପାତ୍ର ଅନୁରୋଧ କରିଥ#ଲୋ ମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ସମ୍ପୂର୍ଣ୍ଣ ଭାବରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ
ସଡକ ଯୋଜନା କାର୍ଯ୍ୟ ଶେଷ ହୋଇଥ#ବା ଗୋଟିଏ ଜିଲ୍ଲାରେ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ
ଯୋଜନା-୨ର ପାଇଲଟ ପ୍ରୋଜେକଫ କାର୍ଯ୍ୟକାରୀ କରିବା ନିମନ୍ତେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିଂହ ସମ୍ମତି
ପ୍ରଦାନ କରିଛନ୍ତିା
ଏହି ସାକ୍ଷାତ ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ପାତ୍ର କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିଂହଙ୍କୁ ଓଡ଼ିଶା
ପରିଦର୍ଶନରେ ଆସିବାକୁ ନିମନ୍ତ୍ରଣ କରିଛନ୍ତିା
ଆଲୋଚନା ସମୟରେ ରାଜ୍ୟସଭା ସାଂସଦ ଶ୍ରୀ ଭୂପିନ୍ଦର୍ ସିଂହ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ
ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର, ଯନ୍ତ୍ରୀମୁଖ୍ୟ ଇଂ ପ୍ରବୀର ପ୍ରଧାନ
ପ୍ରମୁଖ ଉପସ୍ଥିତ ଥ#ଲୋ

Share in top social networks!