“ଅତୁଲ୍ୟ ଭାରତ’ ବିଜ୍ଞାପନରେ ଓଡ଼ିଶା ପର୍ଯ୍ୟଟନକୁ ସ୍ଥାନିତ କରିବା ପାଇଁ କେନ୍ଦ୍ରକୁ ରାଜ୍ୟ ପର୍ଯ୍ୟଟନ ସଚିବଙ୍କ ଚିଠି

10923231_834146456623761_7856432610975282094_nସାରା ଦେଶର ପର୍ଯ୍ୟଟନ ବିଭବର ପ୍ରଚାର ଓ ପ୍ରସାର ପାଇଁ ଉଦ୍ଦିଷ୍ଟ “ଅତୁଲ୍ୟ ଭାରତ’ ବିଜ୍ଞାପନରେ ଓଡ଼ିଶାର ପର୍ଯ୍ୟଟନ ବିଭବକୁ ସ୍ଥାନିତ କରିବା ପାଇଁ ପର୍ଯ୍ୟଟନ ସଚିବ ଡଃ ଅରବିନ୍ଦ
କୁମାର ପାଢୀ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟକୁ ଚିଠି ଲେଖ# ଅନୁରୋଧ କରିଛନ୍ତିା

ଶ୍ରୀ ପାଢୀ ଉଲ୍ଲେଖ କରିଛନ୍ତି ଯେ, “ଅତୁଲ୍ୟ ଭାରତ’ର ଆତ୍ମା ବୋଲି କୁହାଯାଉଥ#ବା ଓଡ଼ିଶାର ପର୍ଯ୍ୟଟନ ବିଭବର ତୁଳନା ନାହିାଁ ୪୮୦ କି.ମି. ବ୍ୟାପୀ ସାମୁଦ୍ରିକ ବେଳାଭୂମିର ପ୍ରମୁଖ ବେଳାଭୂମି ପର୍ଯ୍ୟଟନ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ଅବିଶ୍ୱସନୀୟ କଳା ସ୍ଥାପତ୍ୟର ନିଦର୍ଶନ ଐତିହାସିକ କୋଣାର୍କ, ମୁକ୍ତେଶ୍ୱର, ପୁରୀ, ଚଉଷଠୀ ଯୋଗିନୀ ମନ୍ଦିର ଓ
ଅନ୍ୟାନ୍ୟ ମନ୍ଦିର ସ୍ଥପତି, ଭୁବନେଶ୍ୱର-ପୁରୀ-କୋଣାର୍କ ସ୍ୱର୍ଣ୍ଣତ୍ରିଭୂଜ, ରନ#ଗିରି-ଉଦୟଗିରି- ଲଳିତଗିରିର ବୌଦ୍ଧ କୀର୍ତ୍ତିରାଜି, ଭିତରକନିକା, ସିମିଳିପାଳ, ନନ୍ଦନକାନନ ଓ ଚିଲିକା ପରି ଅଭୟାରଣ୍ୟ, ଆଦିବାସୀ ପର୍ଯ୍ୟଟନ ଓ ଲୋକନୃତ୍ୟ, ଲୋକସଙ୍ଗୀତ, ସମୃଦ୍ଧ ଓଡ଼ିଶୀ ନୃତ୍ୟ ଓ ଶାସ୍ତ୍ରୀୟ ସଙ୍ଗୀତ ଏବଂ ହସ୍ତଶିଳ୍ପ, ହସ୍ତକଳା ଓଡ଼ିଶା ପର୍ଯ୍ୟଟନର ପ୍ରମୁଖ ଆକର୍ଷଣ ହୋଇଥ#ବା ବେଳେ ଏସବୁକୁ
ବିଶ୍ୱସ୍ତରରେ ପହଞ୍ଚାଇବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛିା

ଉଭୟ ମୁଦ୍ରଣ ଓ ବୈଦୁ୍ୟତିକ ଗଣମାଧ୍ୟମରେ ବିଜ୍ଞାପନ ଜରିଆରେ ପ୍ରଚାର ହେଉଥ#ବା ବେଳେ ରାଜ୍ୟ ବାହାରୁ ଓ ଅନ୍ତର୍ଜାତୀୟ ସ୍ତରରୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ସେଠାରେ ରୋଡ୍- ସୋ ଆୟୋଜନ କରାଯିବା ସହ ଆନ୍ତର୍ଜାତିକ ପର୍ଯ୍ୟଟନ ମେଳାରେ ଓଡ଼ିଶା ସଫଳତାର ସହ ଅଂଶଗ୍ରହଣ କରି ଭାବ ବିନିମୟ କାର୍ଯ୍ୟକ୍ରମମାନ ହାତକୁ ନେଉଛିା

ଅଦ୍ୟାବଧ# ୩୪୪ ଗୋଟି ପର୍ଯ୍ୟଟନ ସ୍ଥଳୀ ଚିହ୍ନଟ ହୋଇଥ#ବା ବେଳେ ଏକ ଟୁରିଜିମ୍ ହବ୍କ ମ୍ପ୍ଲେକ୍ସ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛିା ଶ୍ରୀ ପାଢୀ ଆହୁରି କହିଛନ୍ତି ଯେ ନିକଟରେ ବିଭାଗ ତରଫରୁ ଓଡ଼ିଶାର ବୌଦ୍ଧ ଐତିହ୍ୟ ସମ୍ପର୍କରେ ଅନୁଷ୍ଠିତ ହୋଇଥ#ବା ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଇ ଥ#ବା ଗବେଷକ ଏବଂ ଟୁର ଓ ଟ୍ରାଭେଲ ସଂସ୍ଥାମାନେ ଲୋକଲୋଚନ ଅନ୍ତରାଳରେ ରହିଯାଇଥ#ବା ଓଡ଼ିଶାର ଦୁର୍ଲଭ ବୌଦ୍ଧ କୀର୍ତ୍ତିରାଜିଗୁଡିକୁ ପର୍ଯ୍ୟଟନ ମନ୍ତ୍ରାଳୟ ନିରପେକ୍ଷ ଭାବରେ ରାଜସ୍ଥାନ, କେରଳ, ଗୁଜୁରାଟ ଓ ଗୋଆର
ପାରମ୍ପରିକ ପର୍ଯ୍ୟଟନ ସର୍କିଟଗୁଡିକର ବିଜ୍ଞାପନ ଭଳି ଗୁରୁତ୍ୱ ଦେବା ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତିା ଏ ସବୁର ପ୍ରଚାର ପ୍ରସାର ଦ୍ୱାରା ଓଡ଼ିଶାର ମହାନ ସଂସ୍କୃତିର ପରିଚିତିକୁ ବିଶ୍ୱସ୍ତରରେ ପହଞ୍ଚାଯାଇ ପାରିବ ବୋଲି ଶ୍ରୀ ପାଢୀ କହିଛନ୍ତିା

ନବକଳେବର ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ପାଢୀ କହିଛନ୍ତି ଯେ ଆସନ୍ତା ଜୁନ୍-ଜୁଲାଇ ମାସରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନବକଳେବର ପରମ୍ପରା ହେବାକୁ ଥ#ବାରୁ ପୁରୀରେ ୫୦ଲକ୍ଷରୁ ଊ–ର୍ ଭକ୍ତଙ୍କର ସମାଗମ ହେବାର ଆଶା କରାଯାଏା ସାରା ଦେଶ ତଥା ଅର୍ନ୍ତଜାତୀୟ ସ୍ତରରେ ଏହି ଦୁର୍ଲଭ ବିଧାନର ପ୍ରଚାର ଓ ପ୍ରସାର ହେବା ଜରୁରୀା ଏ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଓ ଫଟୋ ପୂର୍ବରୁ
କେନ୍ଦ୍ର ମନ୍ତ୍ରାଳୟକୁ ପଠାଯାଇଛି ବୋଲି ସେ ପ୍ରକାଶ କରିବା ସହ “ଅତୁଲ୍ୟ ଭାରତ’ ବିଜ୍ଞାପନରେ ଜଗନ୍ନାଥଙ୍କ ନବକଳେବରକୁ ସ୍ୱତନ୍ତ୍ର ସ୍ଥାନ ଦେବା ପାଇଁ ସେ ଅନୁରୋଧ କରିଛନ୍ତିା

Share in top social networks!
Powered By Indic IME