ସିନେମା ମଣିଷ ଜୀବନଶୈଳୀରେ ଗଭୀର ରେଖାପାତ କରିଥାଏ

imsbbsr ସିନେମା ଆଧୁନିକ ମଣିଷର ଜୀବନ ଶୈଳୀ ଉପରେ ଗଭୀର ରେଖାପାତ କରିଥାଏ ବୋଲି ଇନିଷ୍ଟିଚୁ୍ୟଟ୍ ଅଫ୍ ମିଡିଆ ଷ୍ଟଡିଜ୍
ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଆଧୁନିକ ମଣିଷର ଜୀବନ ଶୈଳୀରେ ସିନେମାର ପ୍ରଭାବ ଶୀର୍ଷକ
ଆଲୋଚନାଚକ୍ରରେ ଯୋଗ ଦେଇ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିଦେ୍ର୍ଧଶକ ଗଦାଧର ପୁଟ୍ଟି କହିଲେ, ଜୀବନକୁ ଜାଣିବା ପାଇଁ ସିନେମା
ହିଁ ଏକମାତ୍ର ବାଟ । ମଣିଷର ଜୀବନ ଶୈଳୀରେ ସିନେମାର ବହୁଳ ପ୍ରଭାବ ରହିଛି । ଫଳରେ କଳାକାରମାନେ ଅଧିକ ଲୋକପ୍ରିୟ
ହୋଇଯା’ନ୍ତି । କଳାକାର ଯେତେବେଳେ ଅଭିନୟ କରେ ସେତେବେଳେ ସାଧାରଣ ଲୋକ ତାକୁ ଅନୁଭବ କରିଥାଏ । ଫଳରେ ଅଭିନେତା
ଚରିତ୍ରର ପ୍ରଭାବ ସମାଜରେ ପଡିଥାଏ ।
ଅଭିନେତ୍ରୀ ଅନୁଚୌଧୁରୀ କହିଲେ ସିନେମାର ନିଦେ୍ର୍ଧଶକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନିଦେ୍ର୍ଧଶକ ହିଁ ଲୋକମାନଙ୍କର ଚିନ୍ତାଧାରାକୁ ନେଇ
ସିନେମା ପ୍ରସ୍ତୁତ କରିଥା’ନ୍ତି । ସିନେମାରେ ଶିକ୍ଷା, ଆମୋଦ ପ୍ରମୋଦ ରହିଥିଲେ ହେଁ ଲୋକମାନଙ୍କ ମନକୁ ରିଲାକ୍ସ କରିବା ପାଇଁ ଭରପୂର
ମସଲା ରହିବା ଦରକାର । କଥାଶିଳ୍ପୀ ତଥା ପ୍ରଶାସକ ଦେବପ୍ରସାଦ ଦାଶ କହିଲେ ସିନେମା ସୃଜନାତ୍ମକ ମାଧ୍ୟମ । ସମାଜ ଭଠନରେ ଏହାର
ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ସିନେମା ନିର୍ମାଣ କରୁଥିବା ଲୋକମାନଙ୍କର ଦୃଷ୍ଟିଭଙ୍ଗୀ ପରିବ•ର୍ନ ହେବା ଆବଶ୍ୟକ । ସିନେମାର
ପ୍ରତ୍ୟେକ ଚିତ୍ର ଓ ଚରିତ୍ର ଲୋକମାନଙ୍କ ଉପରେ ଗଭୀର ପ୍ରଭାବ ପକାଉଥିବାରୁ ଆମେ କ’ଣ ଦେଖାଇବା ତାହା ପ୍ରଥମେ ଚିନ୍ତା କରିବା
ଦରକାର । ଚଳଚ୍ଚିତ୍ର ସମୀକ୍ଷକ ସୂର୍ଯ୍ୟ ଦେଓ କହିଲେ ସିନେମା କେବଳ ମନୋରଂଜନ ଯୋଗାଇନଥାଏ । ସିନେମା ଆଧୁନିକ ମଣିଷର ଜୀବନ
ଶୈଳୀ ଉପରେ ଗଭୀର ରେଖାପାତ କରିଥାଏ । ଚଳନ୍ତି ଇତିହାସ ଭଳି ସିନେମା କାଳଖଣ୍ଡକୁ ବାନ୍ଧି ରଖିଥାଏ । ତେଣୁ ସିନେମାର ସେହି
ସାମାଜିକ ଦିଗକୁ ଗୁରୁତ୍ୱ ଦେବା ଦରକାର । ଏହି ଆଲୋଚନା ଚକ୍ରରେ ଆଇଏମଏସର ନିଦେ୍ର୍ଧଶକ ଉପେନ୍ଦ୍ର ପାଢ଼ୀ ଅଧ୍ୟକ୍ଷତା କାରିଥିଲେ ।
ଆଲୋଚନାଚକ୍ର ଆରମ୍ଭରୁ ବିଶିଷ୍ୟ ଚଳଚ୍ଚିତ୍ର ନିଦେ୍ର୍ଧଶକ ନୀରଦ ମହାପାତ୍ରଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା ।

Share in top social networks!