ଯୁଗାନ୍ତକାରୀ ବଜେଟ୍ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ରାଜ୍ୟ ବିଜେପିର ଧନ୍ୟବାଦ

bjprailଚଳିତ ରେଳ ବଜେଟ୍ ଏକ ସର୍ବଭାରତୀୟ ବଜେଟ୍ । ବଜେଟ୍ରେ ଜାତୀୟ ଆଭିମୁଖ୍ୟ ପ୍ରତିଫଳିତ ହୋଇଛି । ସବ୍କା ସାଥ ସବ୍କା ବିକାଶର ଯଥାର୍ଥତା ପ୍ରତିପାଦିତ ହୋଇଛି । କୃଷକ, ଯୁବକଙ୍କ ଠାରୁ ଆରମ୍ଭ କରି ମହିଳା ଓ ବରିଷ୍ଠ ନାଗରିକ ତାଥା ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ବଜେଟ୍ରେ ପ୍ରାବଧାନ କରାଯାଇଛି । ଏନଡ଼ିଏ ସରକାରଙ୍କର ଏହି ପ୍ରଥମ ପୂର୍ଣ୍ଣାଙ୍ଗ ରେଳ ବଜେଟ୍ ଏକ ନୂଆ ଦିଗ୍ଦର୍ଶନ ଦେଇଥିବାବେଳେ ଏଭଳି ଯୁଗାନ୍ତକାରୀ ବଜେଟ୍ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।
ଦଳୀୟ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ରୁଦ୍ର ନାରାୟଣ ପାଣି କହିଲେଯେ, ପ୍ରଥମ ଥର ପାଇଁ ଏଭଳି ଏକ ରେଳ ବଜେଟ୍ ପ୍ରସ୍ତୁତ ହୋଇଛି ଯେଉଁଥିରେ ସର୍ବଭାରତୀୟ ଭାବନାର ପ୍ରତିଫଳନ ଦେଖିବାକୁ ମିଳିଛି । ବିଭିନ୍ନ ରାଜ୍ୟର ଆବଶ୍ୟକତା ଓ ରେଳବାଇର ଆର୍ଥôକ ସ୍ଥିତିକୁ ଆଖି ଆଗରେ ରଖି ବଜେଟ୍ରେ ରାଜ୍ୟମାନଙ୍କ ପାଇଁ ଅର୍ଥ ପ୍ରାବଧାନ କରାଯାଇଛି । ନୂତନ ପ୍ରକଳ୍ପ ଠାରୁ ଆରମ୍ଭ କରି ଅର୍ଥ ପର୍ଯ୍ୟନ୍ତ ସବୁଥିରେ ଓଡ଼ିଶାକୁ ମଧ୍ୟ ବହୁ ଅର୍ଥ ମିଳିଛିି । ଗତବର୍ଷ ରେଳ ବଜେଟ୍ ଓଡ଼ିଶାକୁ ଯେତିକି ଅର୍ଥ ମିଳିଥିଲା, ଏହି ବଜେଟ୍ରେ ତାହାର ଦୁଇଗୁଣା ଅର୍ଥ ମିଳିଛି । ଓଡ଼ିଶାର ବିକାଶ ପାଇଁ ମୋଦି ସରକାରଙ୍କ ପ୍ରତିବଦ୍ଧତା ଏହିଥିରୁ ହିଁ ବାରି ହୋଇପଡ଼ୁଛି ।
୨୦୧୫-୧୬ ଆର୍ଥିକ ବର୍ଷରେ ପୂବ୍୍ତଟ ରେଲୱେ ପାଇଁ ପ୍ରାୟ ୩୧୧୨ କୋଟି ଟଙ୍କା ମିଳିଥିବା କଥା ପୂର୍ବତଟର ମହାପ୍ରବନ୍ଧକ କହିଥିବାବେଳେ ଓଡିଶାକୁ ୨୫୧୪କୋଟି ମିଳିଥିବା କଥା ସ୍ୱୟଂ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି ପ୍ରକୃତରେ ତାହା ୨୫୪୭କୋଟି ଟଙ୍କା ବୋଲି ଶ୍ରୀଯୁକ୍ତ ପାଣି ଉଲ୍ଲେଖ କରିଥିଲେ । ଓଡିଶାକୁ ରେଲୱେରେ ମିଳିଥିବା ଏହି ରାଶି ସର୍ବାଧିକ ଅଟେ । ଅନୁଗୁଳ-ଡୁବୁରି-ସୁକିନ୍ଦା ରୋଡ ପାଇଁ ୭୫ କୋଟି, ଖୋର୍ଦ୍ଧା-ବଲାଙ୍ଗିର ପାଇଁ ୧୯୫କୋଟି, ହରିଦାସପୁର-ପାରାଦ୍ୱୀପ ପାଇଁ ୩୬.୮କୋଟି, ତାଳଚେର ବିମଳାଗଡ ପାଇଁ ୨୮୦କୋଟି, ଦିଘା-ଜଳେଶ୍ୱର ପାଇଁ ୨କୋଟି, ଲାଞ୍ଜିଗଡ-ଜୁନାଗଡ ପାଇଁ ୧୦୭କୋଟି ଓ ଦୈତାରି-ବାଂଶପାଣି ପାଇଁ ୧୨କୋଟି ଟଙ୍କା ନୂଆ ରେଳ ଲାଇନ୍ ବିଛାଇବା ପାଇଁ ବ୍ୟୟ ବରାଦ କରାଯାଇଛି । ସେହିପରି ଖୋର୍ଦ୍ଧା-ବାରଙ୍ଗ ତୃତୀୟ ରାସ୍ତା ପାଇଁ ୩୨ କୋଟି, କଟକ-ବାରଙ୍ଗ ପାଇଁ ୪କୋଟି, ତାଳଚେର-ସମ୍ବଲପୁର ପାଇଁ ୧୯୪କୋଟି, ଡେଲାଙ୍ଗ-ପୁରୀ ପାଇଁ ୧୦୦କୋଟି, ସମ୍ବଲପୁରୀ-ଟିଟ୍ଲାଗଡ ପାଇଁ ୪୭୦କୋଟି, ବାଂଶପାଣି-ଦୈତାରି-ଜଖପୁରା ୫୧୩କୋଟି, ରଜତଗଡ-ବାରଙ୍ଗ ୧୬କୋଟି, ଭଦ୍ରକ-ନିର୍ଗୁଣ୍ଡି ୧୨୫କୋଟି, ବିମଳାଗଡ-ଡୁମମେତ୍ରା ୧କୋଟି, ସମ୍ବଲପୁର-ରେଙ୍ଗଲି-ଝାରସୁଗୁଡା ୪୩.୩କୋଟି, ରୁପ୍ସା-ବାଙ୍ଗିରିପୋଷି ପାଇଁ ୫କୋଟି, ପଦପାହାଡ-ବାଂଶପାଣି ପାଇଁ ୧କୋଟି, ବଡବିଲ୍-ବଡଜାମଦା ପାଇଁ ୫କୋଟି, ବାଂଶପାଣି-ଜାରୁଳି ପାଇଁ ୧କୋଟି, ରାଉର୍କେଲା-ଝାରସୁଗୁଡା ତୃତୀୟ ଲାଇନ୍ ପାଇଁ ୧୭.୫କୋଟି ରାସ୍ତା ଦୋହରିକରଣ ପାଇଁ ସମୁଦାୟ ୧୫୨୭.୮ କୋଟି ବରାଦ କରାଯାଇଛି ।
ବିଜୟାନଗରମ-ରାୟଗଡା-ଟିଟ୍ଲାଗଡ-ରାୟପୁର ପାଇଁ ୧୩୭.୮୮କୋଟି, ଝାରସୁଗୁଡା-ସମ୍ବଲପୁର-ଟିଟ୍ଲାଗଡ ପାଇଁ ୧୦୦ କୋଟି, ସମ୍ବଲପୁର-ଅନୁଗୁଳ ପାଇଁ ୫୫କୋଟି, ଭୁବନେଶ୍ୱର-କୋଟବାଲ୍ସା ପାଇଁ .୫କୋଟି ଟଙ୍କା, ରେଲ୍ ଲାଇନ୍ ବିଦୁ୍ୟତକରଣ ପାଇଁ ସମୁଦାୟ ୨୯୩.୩୮କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ଖୋର୍ଦ୍ଧା-ଅନୁଗୁଳ-ପୁରୀ ୱାର୍କସପ ମେଂଟ୍ନୋନ୍ସ ପାଇଁ ୧୯.୭୭କୋଟି, ରୋଡ ସେଫ୍ଟି ଓଭରବି୍ରଜ ଓ ଅଣ୍ଡରବି୍ରଜ ପାଇଁ ୪୪.୫କୋଟି ତଥା ଭୁବନେଶ୍ୱର ପୁରୀ-ଭୁବନେଶ୍ୱର-ବ୍ରହ୍ମପୁର-ଜାଜପୁର-ରାଉର୍କେଲାର ଷ୍ଟେସନର ଉନ୍ନତି ପାଇଁ ୨୦.୩୨କୋଟି ବ୍ୟୟବରାଦ କରାଯାଇଛି ।
ଖାଲି ସେତିକିନୁହେଁ ବଜେଟ୍ରେ କୃଷକମାନଙ୍କ ପାଇଁ ସ୍ୱତନ୍ତ୍ର ଏଗି୍ରକଲଚର କରିଡ଼ର ସହ କୃଷି ଉପôାଦ ପରିବହନ ନିମନ୍ତେସ୍ୱତନ୍ତ୍ର କୋଚର ବ୍ୟବସ୍ଥା କରାଯାଇଛି । ସେହିପରି ମେକ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ରେଳବାଇ ପକ୍ଷରୁ ହେବାକୁ ଥିବା କାରଖାନାରେ ମଧ୍ୟ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ବରିଷ୍ଠ ନାଗରିକ ଓ ଗର୍ଭବତୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସଂରକ୍ଷଣର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏତଦ୍ବ୍ୟତୀତ ବଜେଟ୍ର ଅନ୍ୟାନ୍ୟ ସାଂରାଂଶଗୁଡ଼ିକ ହେଉଛି :
୧. ରେଳ ଲାଇନ୍ ବୃଦ୍ଧି, ନିରାପଦ ରେଳ ଯାତ୍ରା ଓ ରେଳବାଇର ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲକ୍ଷ୍ୟ ।
୨. ଏବେ ଯାତ୍ରୀଙ୍କ ସଂଖ୍ୟା ୨୧ ନିୟୁତ ଥିବାବେଳେ ଏହାକୁ ୩୦ ନିୟୁତକୁ ବୃଦ୍ଧି ପାଇଁ ଲକ୍ଷ୍ୟ
୩. ରେଳବାଇରେ ୮ ଲକ୍ଷ ୫୦ ହଜାର କୋଟି ଟଙ୍କାର ନିବେଶ ଲକ୍ଷ୍ୟ
୪. ଅପରେସନ୍ ୫ : ଯାତ୍ରୀଙ୍କୁ ୫ ମିନିଟ୍ ମଧ୍ୟରେ ଟିକେଟ୍ ସୁବିଧା
୫. ପାସେଞ୍ଜର ମତାମତ ଓ ଅଭିଯୋଗ ପାଇଁ ହେଲପଲାଇନ୍ ନମ୍ବର ଓ ମୋବାଇଲ୍ ଆପ୍ଲିକେସନ୍
୬. ରେଳ ବଗିରେ ୧୭ ହଜାର ଆଧୁନିକ ଟଏଲେଟ୍
୭. ଇ-କ୍ୟାଟରିଂ
୮. ପେପରଲେସ ଟିକେଟିଂ : ଟିଟିଇଙ୍କ ପାଇଁ ହ୍ୟାଣ୍ଡ ହେଲଡ଼ ଡିଭାଇସ୍
୯. ପ୍ରତ୍ୟେକ ବି-କ୍ୟାଟେଗୋରୀ ରେଲୱେ ଷ୍ଟେସନ୍ରେ ୱାଇଫାଇ
୧୦. ଟ୍ରେନ ବିଳମ୍ବ ହେଲେ ଯାତ୍ରୀଙ୍କୁ ଏସଏମଏସରେ ଦିଆଯିବ ସୂଚନା
୧୧. ୧୦୦୦ ଷ୍ଟେସନର ଆଧୁନିକୀକରଣ, ଏତଦ୍ବ୍ୟତୀତ ଆଉ ୨୦୦ ଟ୍ରେନ୍କୁ ମଧ୍ୟ ସାମିଲ୍ କରାଯିବ
୧୨. ୧୨୦ ଦିନ ପୂର୍ବରୁ ଟିକେଟ୍ କରାଯାଇପାରିବ । ପୂର୍ବରୁ ଏହା ୬୦ ଦିନ ଥିଲା
୧୩. ରାଜ୍ୟ ସରକାର ଓ ସ୍ଥାନୀୟ ସଂସ୍ଥା ମାଧ୍ୟମରେ ଷ୍ଟେସନର ଆଧୁନିକୀକରଣ
୧୪. ପାସେଞ୍ଜରଙ୍କ ସୁବିଧା ପାଇଁ ବଜେଟ୍ରେ ପୂର୍ବାପେକ୍ଷା ୬୭% ଅଧିକ ବ୍ୟୟବରାଦ
୧୫. ଡବଲିଂ, ଟି୍ରପଲିଂ ଓ କ୍ୱାଡ୍ରପଲିଂ ସହ ବିଦୁ୍ୟତୀକରଣ ପାଇଁ ୭୭ ପ୍ରକଳ୍ପ । ପୂର୍ବାପେକ୍ଷା ଅଧିକ ୮୪% ନିବେଶ
୧୬. କୋଷ୍ଟାଲ କନେକ୍ଟିଭିଟି ପ୍ରୋଗ୍ରାମ ପାଇଁ ୨୦୦୦ କୋଟି
୧୭. ଆନୁ୍ୟଟି ରୁଟ୍/ବିଓଟି ଜରିଆରେ ୨୫୦୦ କୋଟି
୧୮. ୧୦୦୦ ମେଗାୱାଟ୍ ସୋଲାର ପ୍ଲାଂଟ ପାଇଁ ଯୋଜନା
୧୯. ରେଳବାଇର ଯୋଜନା ଖର୍ଚ୍ଚ ୫୨% ବୃଦ୍ଧି ପାଇ ୧ ଲକ୍ଷ ୧୧ ହଜାର କୋଟି ଟଙ୍କାରେ ପହଁଚିଛି
୨୦. ଆଗାମୀ ଦୁଇମାସ ମଧ୍ୟରେ ମାଲବାହୀ ବ୍ୟବସାୟ ସମ୍ପର୍କରେ ହେବ ଅଡ଼ିଟ୍
୨୧. ଟେକ୍ନୋଲୋଜିର ବିକାଶ ପାଇଁ ଆରମ୍ଭ ହେବ ‘କାୟାକଳ୍ପ’ ।
୨୧. ଟ୍ରେନ୍ରେ ଅଗ୍ନିକାଣ୍ଡକୁ ରୋକିବା ତଥା ଦୁର୍ଘଟଣା ନିରୋଧ ପାଇଁ ଟ୍ରେନ୍ ସୁରକ୍ଷା ସତର୍କ ସୂଚନା ବ୍ୟବସ୍ଥା ହେବ ।
୨୨. ଦ୍ରୁତ ଗତିଶୀଳ ଟ୍ରେନ୍ ଚଳାଚଳ ପାଇଁ ଟ୍ରାକ୍ରେ ପରିବର୍ତନ, ପିପିପି ମୋଡ଼ରେ ଫ୍ରେଟ କରିଡ଼ର ଓ ଟର୍ମିନାଲ୍ ସ୍ଥାପନ କରାଯିବ ।
୨୩. ମୁମ୍ବାଇରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ହାଇସ୍ପିଡ଼୍ ଟ୍ରେନ୍ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ
୨୪. ନୂଆ ଟ୍ରେନ୍ ସମ୍ପର୍କରେ ସଂସଦ ଅଧିବେଶନରେ ଘୋଷଣା କରାଯିବ ।
ଏହି ବଜେଟ୍ରେ ଯାତ୍ରୀ ସୁରକ୍ଷା ଓ ସ୍ୱଚ୍ଛତା ଦିଗରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି । ଫଳରେ ଭାରତୀୟ ରେଳ ଭାରତର ସାମାଜିକ ଓ ଆର୍ଥôକ ବିକାଶରେ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ଓ ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!