ଓଡ଼ିଶାର ବିକାଶ ପାଇଁ କେନ୍ଦ୍ରର ପ୍ରାଥମିକତା ରେଳ ବଜେଟ୍ରେ ପ୍ରତିଫଳିତ, ଓଡ଼ିଶାକୁ ୨୫୪୭ କୋଟି: ଧର୍ମେନ୍ଦ୍ର ପ୍ରଧାନ

1978889_784236704993244_5973737401340259447_nନରେନ୍ଦ୍ର ମୋଦିଙ୍କ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ରେଳ ବଜେଟ୍ ଓଡ଼ିଶାର ରେଳ ବିକାଶ କ୍ଷେତ୍ରରେ ମାଇଲ୍ ଖୁଣ୍ଟ ସାବ୍ୟସ୍ତ ହେବ
ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତିା

ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ରେଳ ବଜେଟ୍ରେ ପୂର୍ବତଟ ରେଳପଥ ପାଇଁ ୩୧୧୨ କୋଟି ଅର୍ଥ ବ୍ୟୟ ବରାଦ କରାଯାଇଥ#ବା ବେଳେ କେବଳ ଓଡ଼ିଶାରେ ଏଥ# ମଧ୍ୟରୁ ୨୫୪୭ କୋଟି ଟଙ୍କା ଖର୍ଚ୍ଚ କରାଯିବାର ବ୍ୟବସ୍ଥା ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଥ#ବା ମନ୍ତ୍ରୀ ଶ୍ରୀ
ପ୍ରଧାନ କହିଛନ୍ତିା

ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଅଭିନନ୍ଦନ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଭାରତୀୟ ରେଳକୁ ବିଶ୍ୱ ମାନ ସହ ସମତୁଲ କରିବା ପାଇଁ ଏହା ଏକ ସମୟୋପଯୋଗୀ ବଜେଟା ଏହି ବଜେଟ ଦେଶର ସାଧାରଣ ବ୍ୟକ୍ତିଙ୍କ ପାଇଁ ସମର୍ପିତ ବୋଲି ବର୍ଣ୍ଣନା କରିବା ସହ ଟ୍ରେନର ଗତି, ସୁରକ୍ଷା ଓ ସେବାକୁ ଲାଇନ୍ରେ ଆଣିବା ପାଇଁ ଚଳିତ ବଜେଟ୍ ଏକ ଉପଯୁକ୍ତ ପଦକ୍ଷେପ ବୋଳି ଶ୍ରୀ ପ୍ରଧାନ କହିଛନ୍ତିା

ପ୍ରଧାନମନ୍ତ୍ରୀଙ୍କ ପୂର୍ବଭାରତକୁ ପ୍ରଗତିର ପ୍ରୟୋଗଶାଳା କରିବାର ପ୍ରତିଶୃତି ଚଳିତ ରେଳ ବଜେଟ୍ରେ ସ୍ପଷ୍ଟ ଭାବରେ ପ୍ରତିଫଳିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତିା ଏହି ପ୍ରକ୍ରିୟାରେ ଓଡ଼ିଶା ବେଶ୍ ଲାଭବାନ୍ ହୋଇଛି ବୋଳି ଶ୍ରୀ ପ୍ରଧାନ କହିଛନ୍ତିା

ଦୀର୍ଘଦିନରୁ ପଡ଼ି ରହିଥ#ବା ଓଡ଼ିଶାର କିଛି ରେଳ ପ୍ରକଳ୍ପ ପାଇଁ ଚଳିତ ରେଳ ବଜେଟ୍ରେ ଆଥ#ର୍କ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କର ଓଡ଼ିଶା ବିକାଶ ପ୍ରତି ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତିା ସମ୍ବଲପୁର-ତାଳଚେର ରେଳ ଲାଇନ୍ ଦୋହରୀକରଣ ପାଇଁ ରାଜ୍ୟ
ସରକାର ୧୫୦ କୋଟି ଟଙ୍କା ଦାବି ଜଣାଇଥ#ବା ବେଳେ ରେଳ ବଜେଟ୍ରେ ୧୯୪ କୋଟି ଟଙ୍କା ମିଳିଛିା ବାଂଶପାଳ-ଦଇତାରି-ଯଖପୁରା ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୧୫୦ କୋଟି ଟଙ୍କା ମାଗିଥ#ବା ବେଳେ ୫୧୩ କୋଟି ଟଙ୍କା ମିଳିଛିା ତାଳଚେର-ବିମଳାଗଡ଼
ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୩୦୦ କୋଟି ଟଙ୍କା ମାଗିଥ#ବା ବେଳେ ୨୮୦ କୋଟି ଟଙ୍କା ମିଳିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତିା

Share in top social networks!