ନବକଳେବର ନିମନ୍ତେ ରେଳବାଇ ଓ ରାସ୍ତା ନିର୍ମାଣ ପ୍ରକଳ୍ପର ଅଗ୍ରଗତି ସମ୍ବନ୍ଧରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଆଗାମୀ ନବକଳେବର ନିମନ୍ତେ ନିର୍ଦ୍ଧାରିତ ରେଳବାଇ, ଜାତୀୟ ରାଜପଥ ଓ ପୁର୍ତ୍ତ ବିଭାଗ ରାସ୍ତା ଆଦି ନିର୍ମାଣର
ଅଗ୍ରଗତି ସମ୍ବନ୍ଧରେ ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି ସମୀକ୍ଷା କରିଛନ୍ତି । ଗତକାଲି ସଚିବାଳୟଠାରେ ଅନୁଷ୍ଠିତ ଏହି
ବୈଠକରେ ସଂପୃକ୍ତ ବିଭାଗମାନଙ୍କର କେନ୍ଦ୍ର ଓ ରାଜ୍ୟସ୍ତରୀୟ ପଦସ୍ଥ ଅଧ#କାରୀମାନେ ଯୋଗଦେଇ ପ୍ରକଳ୍ପ ଗୁଡିକର ସଦ୍ୟସ୍ଥିତି
ସଂପର୍କରେ ତଥ୍ୟ ଉପସ୍ଥାପନ କରିଥ#ଲେ । ପ୍ରକଳ୍ପ କାର୍ଯ୍ୟକୁ ଅଧ#କ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ହେଉଥ#ବା ବିଭିନ୍ନ
ପଦକ୍ଷେପ ମାନ ବୈଠକରେ ସ୍ଥିର କରାଯାଇଥ#ଲା । ତଦନୁଯାୟୀ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ କାର୍ଯ୍ୟାନ୍ୱୟନ
ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଥ#ଲେ ।
ବୈଠକରେ ମୁଖ୍ୟତଃ ମାଳତୀପାଟପୁର ରେଳଷ୍ଟେସନ, ଫୁଟ୍ ଓଭରବ୍ରିଜ, ପୁରୀଠାରେ ଯାତ୍ରୀ ନିବାସ କମ୍ପ୍ଲେକ୍ସ, ପୁରୀ
ଷ୍ଟେସନରେ ନୂଆ ଅତିରିକ୍ତ ପ୍ଲାଟ୍ଫର୍ମ ନିର୍ମାଣ, ଭୂବନେଶ୍ୱର ଷ୍ଟେସନର ସଂପ୍ରସାରଣ, କଟକ-ବାରଙ୍ଗ ରେଳରାସ୍ତା
ଦୋହରୀକରଣ, ବାରଙ୍ଗ-ଘଣ୍ଟିଖାଲ ରେଳରାସ୍ତା ଦୋହରୀକରଣ,ଭୂବନେଶ୍ୱରରୁ ବାରଙ୍ଗ ପର୍ଯ୍ୟନ୍ତ ତୃତୀୟ ରେଳରାସ୍ତା ନିର୍ମାଣ,
ମାଳତୀପାଟପୁର ବସ୍ଷ୍ଟାଣ୍ଡ ନିର୍ମାଣ, ଦୟାନଦୀ ଉପରେ ପୋଲ ନିର୍ମାଣ, ପୁରୀ ଠାରେ ମଙ୍ଗଳାଘାଟରୁ ଷ୍ଟେରଲିନ୍ ପର୍ଯ୍ୟନ୍ତ
ରାସ୍ତା ନିର୍ମାଣ ନବକଳେବର ସମୟରେ ସହର ମଧ୍ୟରେ ଗାଡ଼ିଭିଡ଼ କମାଇବା ନିମନ୍ତେ ଯଥେଷ୍ଟ ପାର୍କିଂ ନିର୍ମାଣ, ସାକ୍ଷୀଗୋପାଳ
ଠାରେ ଗାଡି ଯାତାୟତ ପାଇଁ ଅଣ୍ଡର ପାସ୍ ନିର୍ମାଣ ଆଦି ପ୍ରକଳ୍ପର ଅଗ୍ରଗତି ବିଷୟରେ ଆଲୋଚନା ହୋଇଥ#ଲା । ପୂର୍ବନିର୍ଦ୍ଧାରିତ
ସମୟ ନିର୍ଘଣ୍ଟ ଅନୁଯାୟୀ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଚଳିତ ବର୍ଷ ମାର୍ଚ୍ଚ ମାସରୁ ମେ ମାସ ମଧ୍ୟରେ ଶେଷକରିବା ପାଇଁ ମୁଖ୍ୟ ଶାସନ
ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଗାଡ଼ି ପାର୍କିଂ ପାଇଁ ଚିହ୍ନଟ ହୋଇଥ#ବା ୨୨ଟି ସ୍ଥାନ ମଧ୍ୟରୁ ୧୨ଟି ସ୍ଥାନର
ଉନ୍ନତ୍ତିକରଣ କରାଯାଇଛି , ଏବଂ ଅବଶିଷ୍ଟ ସ୍ଥାନର ବିକାଶ କାର୍ଯ୍ୟ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସାରିବା ପାଇଁ ନିର୍ଦ୍ଦେଶ
ଦିଆଯାଇଛି ।
ପୁର୍ତ୍ତ ସଚିବ ଶ୍ରୀ ନଳିନୀକାନ୍ତ ପ୍ରଧାନ, ବାଣିଜ୍ୟ ଓ ପରିବହନ ଶାସନ ସଚିବ ଶ୍ରୀ ସଞ୍ଜୟ ରସ୍ତୋଗୀ ରେଳବାଇ
ନିଗମ, ଜାତୀୟ ରାଜପଥ କର୍ତ୍ତୁପକ୍ଷଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧ#କାରୀମାନେ ବୈଠକରେ ଯୋଗଦେଇ ସମୀକ୍ଷା
ନିମନ୍ତେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥ#ଲେ ।

Share in top social networks!