ପରୀକ୍ଷା ଓ ମୂଲ୍ୟାୟନର ସୁପରିଚାଳନା ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କର ଜିଲ୍ଲାପାଳମାନଙ୍କ ସହ ଭିଡ଼ିଓ କନ୍ଫେରେନ୍ସିଂ

ଆଗାମୀ +୨ ପରୀକ୍ଷା ଓ ମୂଲ୍ୟାୟନର ସୁପରିଚାଳନା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି ଆଜି
ସଚିବାଳୟ ପ୍ରକୋଷ୍ଠରୁ ଜିଲ୍ଲାପାଳମାନଙ୍କ ସହିତ ଭିଡ଼ିଓ ବ୍ୟବସ୍ଥା ମାଧ୍ୟମରେ ସିଧାସଳଖ ଆଲୋଚନା କରିଛନ୍ତି । ବିଭିନ୍ନ ଜିଲ୍ଲାରେ
ଏଥ#ପାଇଁ କରାଯାଇଥ#ବା ପ୍ରସ୍ତୁତିର ସମୀକ୍ଷା କରି ପରୀକ୍ଷା ଓ ମୂଲ୍ୟାୟନ ପ୍ରକ୍ରିୟାରେ ସମସ୍ତ ପ୍ରକାର ସକ୍ରିୟ ସହଯୋଗ କରିବା
ପାଇଁ ଜିଲ୍ଲାପାଳ ଏବଂ ,ଏସ୍.ପି. ମାନଙ୍କୁ ଶ୍ରୀ ପତି ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ‘ ପରୀକ୍ଷା ହବଦ୍ ଏବଂ ପରୀକ୍ଷା କେନ୍ଦ୍ରରେ
ଉପଯୁକ୍ତ ନିରାପତ୍ତା ବ୍ୟବସ୍ଥା କରିବା, ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ନେବା ଆଣିବା ବେଳେ ପର୍ଯ୍ୟାପ୍ତ ପୋଲିସ ସୁରକ୍ଷା ଦେବା
ଓ ପ୍ରତି ପରୀକ୍ଷା କେନ୍ଦ୍ରକୁ ଜିଲ୍ଲାପାଳଙ୍କ ପ୍ରତିନିଧ# ପଠାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳମାନଙ୍କ
ପ୍ରତିନିଧ# ପ୍ରତି ପରୀକ୍ଷା କେନ୍ଦ୍ରରେ ସକାଳ ୯ ସୁଦ୍ଧା ପହଞ୍ଚି ପରୀକ୍ଷା କେନ୍ଦ୍ରର ସମସ୍ତ ବ୍ୟବସ୍ଥା ନିରୀକ୍ଷଣ କରିବା ପାଇଁ
ନିର୍ଦ୍ଦେଶ ଦିଆଯାଇଛି ।
ଆଲୋଚନାରୁ ଜଣାପଡ଼ିଛ,ି ଚଳିତ ବର୍ଷ ଣ୍ଟ୨ ପରୀକ୍ଷା ପାଇଁ ୨୦୩ଟି ପ୍ରଶ୍ନପତ୍ର ହବ୍ ଏବଂ ୧୦୯୨ଟି ପରୀକ୍ଷା କେନ୍ଦ୍ର
କରାଯାଇଛି । ପ୍ରାୟ ୩ଲକ୍ଷ ୭୨ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ଥ#ବା ସମସ୍ତ
‘ହବଦ୍ ରେ ପ୍ରଶ୍ନପତ୍ର ପହଞ୍ଚେଇ ଦିଆଯାଇଛି । ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସମୟସୂଚୀ ଅନୁସାରେ ହେବ । ପ୍ରଥମ ସିଟିଂ ପାଇଁ
ପ୍ରଶ୍ନପତ୍ର ସକାଳ ୯ ଟା ୪୫ ମିନିଟ୍ ସମୟରେ ଜିଲ୍ଲାପାଳ ପ୍ରତିନିଧ#ଙ୍କ ଉପସ୍ଥିତିରେ ଖୋଲାଯିବ । ତେବେ ଯଦି କୌଣସି
ଆକସ୍ମିକ କାରଣରୁ ଜିଲ୍ଲାପାଳଙ୍କ ପ୍ରତିନିଧ# ନିର୍ଦ୍ଧାରିତ ସମୟରେ ପହଞ୍ଚି ନପାରନ୍ତି ସେ କ୍ଷେତ୍ରରେ ସଂପୃକ୍ତ ପରୀକ୍ଷା କେନ୍ଦ୍ରର
ସୁପରିଟେଣ୍ଡେଣ୍ଟ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ କରି ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲିବେବୋଲି ଉନ୍ନୟନ କମିଶନର ଶ୍ରୀ
ଉପେନ୍ଦ୍ରନାଥ ବେହେରା ସ୍ପଷ୍ଟ କରିଦେଇଛନ୍ତି । ଚଳିତ ବର୍ଷ ପରୀକ୍ଷାର୍ଥୀଙ୍କ ସଂଙ୍ଖ୍ୟା ନିର୍ବିଶେଷରେ ସମସ୍ତ ପରୀକ୍ଷା କେନ୍ଦ୍ରରେ ଜଣେ
ସୁପରିଟେଣ୍ଡେଣ୍ଟ ଏବଂ ଜଣେ ଡେପୁଟି ସୁପରିଟେଣ୍ଡେଣ୍ଟ ରହିବେ । ପରୀକ୍ଷାର୍ଥୀ ସଂଙ୍ଖ୍ୟା ଅଧ#କଥ#ଲେ ଣ୍ଟ୨ ପରିଷଦ
ନିୟମ ଅନୁସାରେ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ ସଂଙ୍ଖ୍ୟା ହେବ । ପରୀକ୍ଷା ପ୍ରକ୍ରିୟାର ତନଖ# ପାଇଁ ୫ଟି ସ୍ତରର ‘ସ୍କୁଆଡଦ୍
ବ୍ୟବସ୍ଥା କରାଯାଇଛି ।
ଚଳିତ ବର୍ଷ ଣ୍ଟ୨ ବିଜ୍ଞାନ ପରୀକ୍ଷାର ୫ଟି ବିଷୟରେ ଇ-ମୂଲ୍ୟାୟନ କରାଯିବବୋଲି ଭିଡ଼ିଓ କନ୍ଫେରେନ୍ସ୍ ରେ
ଉଚ୍ଚଶିକ୍ଷା ଶାସନ ସଚିବ ଶ୍ରୀ ଗଗନ କୁମାର ଧଳ ଜଣାଇଥ#ଲେ । ଏହି ୫ଟି ବିଷୟ ହେଲା ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ,
ଗଣିତ, ପ୍ରାଣୀ-ବିଜ୍ଞାନ ଏବଂ ଭୂତତ୍ତ୍ୱ । ଇ-ମୂଲ୍ୟାୟନ ପ୍ରକ୍ରିୟା ବିଷୟରେ ଶିକ୍ଷକମାନଙ୍କୁ ୨ଟି ପର୍ଯ୍ୟାୟରେ ତାଲିମ
ଦିଆଯାଇଛି ବୋଲି ମଧ୍ୟ ଶ୍ରୀ ଧଳ କହିଥ#ଲେ । ମୂଲ୍ୟାୟନ କେନ୍ଦ୍ରରେ ଏୟାର କଣ୍ଡିସନର ଲଗାଯିବ ଏବଂ ପରୀକ୍ଷା କେନ୍ଦ୍ର
ନିକଟରେ ପରୀକ୍ଷକମାନଙ୍କ ପାଇଁ ଜଳଖ#ଆ ଓ ମଧ୍ୟାହ୍ନ ଭୋଜନ ମିଳିବାର ବ୍ୟବସ୍ଥା ରହିବ । ଭିଡ଼ିଓ କନ୍ଫେରେନ୍ସ୍ରେ
ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସଞ୍ଜିବ ମାରିକ୍ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷଙ୍କ ସମେତ ବିଭାଗୀୟ ବରିଷ୍ଠ
ଅଧ#କାରୀମାନେ ଯୋଗଦେଇଥ#ଲେ ।

Share in top social networks!