ବିପର୍ଯ୍ୟୟ ସମୟରେ ଜଳ ଓ ପରିମଳ ସମ୍ବନ୍ଧିୟ ଜାତୀୟ ସ୍ତରୀୟ ତାଲିମ ଶିବିର

redcrossବିପର୍ଯ୍ୟୟ ସମୟରେ ଜଳ ଓ ପରିମଳ ସଚେତନତାକୁ ସାମିଲ କରିବାପାଇଁ ଇଣ୍ଟର ଏଜେନସ୍ି ଗ୍ରୁପ, ଭାରତୀୟ ରେଡ଼କ୍ରସ୍ ଓଡ଼ିଶା ରାଜ୍ୟ ଶାଖା, ଖ୍ରୀଷ୍ଟିଆନ ଏଡ଼୍, କାଶା ଅନୁଷ୍ଠାନର ମିଳିତ ସହଯୋଗରେ ଏକ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ ଶିବିର ହୋଟେଲ ସୂର୍ଯ୍ୟାଂଶ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଅଛି । ବିପର୍ଯ୍ୟୟ ସମୟରେ ଜଳ ଓ ପରିମଳ ବ୍ୟବସ୍ଥା ସୁଦୃଢିକରଣ ଏବଂ ଉପଯୁକ୍ତ ବ୍ୟବହାର ବିଷୟରେ ତାଲିମ ଦେବା ଏହି କାଯ୍ୟକ୍ରମର ମୁଖ୍ୟ ଉଦେ୍ଧଶ୍ୟ ଥିଲା ।

ଏହି କର୍ମଶାଳାରେ ଇଣ୍ଟର ଏଜେସି ଗ୍ରୁପ୍ ଓ ଭାରତୀୟ ରେଡ଼କ୍ରସ ଓଡ଼ିଶା ରାଜ୍ୟଶାଖା, ଅସ୍କଫାମ ଇଣ୍ଡିଆ, ସୋଲାର, ପଲ୍ଲିଶ୍ରୀ ଓ ଉନ୍ନୟନ ପ୍ରଭୃତି ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଅଂଶଗ୍ରହଣ କରି ଜଳ ଓ ପରିମଳ ସୁରକ୍ଷା ସମ୍ବନ୍ଧିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ବିଶେଷ କରି ନିର୍ମଳ ଭାରତ ଅଭିଯାନ ଅନୁଯାୟୀ ପ୍ରତି ଗ୍ରାମ ଓ ପଞ୍ଚାୟତକୁ ଖୋଲା ମଳତ୍ୟାଗ ଅଭ୍ୟାସକୁ ବନ୍ଦ କରିବା ଓ ମାନସିକତାରେ ନିୟମିତ ପରିବର୍ତ୍ତନ ଆଣିବା ମିଶନ ଭାବେ ଗ୍ରହଣ କରି ଅଭିଯାନକୁ ଆଗକୁ ନେବା ପ୍ରଭୃତି ବିଷୟ ଉପରେ ଅଭିମତ ପ୍ରଦାନ କରିଥିଲେ ।

ଭାରତୀୟ ରେଡ଼୍କ୍ରସ ସୋସାଇଟିର ଅବୈତନିକ ସଚିବ ଡଃÿ ଚକ୍ରଧର ପଣ୍ଡା ପୌରହିତ୍ୟ କରି ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଅଭିମତ ପ୍ରଦାନ କରିଥିଲେ । ଡଃÿ ଦିପାଙ୍କର ଚାଉପଟ୍ଟନାୟକ, ଆଞ୍ଚଳିକ ବିପର୍ଯ୍ୟୟ ପରିଚାଳକ(ଏସିଆ ମହାଦେଶ) ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେ ତାଙ୍କ ଅଭିଭାଷଣରେ ଜଳ ଓ ପରିମଳ ସୁରକ୍ଷା ସମ୍ବନ୍ଧିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ଡଃÿ କମଳ ଲୋଚନ ମିଶ୍ର, ମୁଖ୍ୟ ସାଧାରଣ ପରିଚାଳକ, (ଙଝଊଗଇ), ଶ୍ରୀ ଅକ୍ଷୟ କୁମାର ବିଶ୍ୱାଳ, ଆଞ୍ଚଳିକ ପରିଚାଳକ, ଓଡିଶା ଓ ଦକ୍ଷିଣ ଭାରତ, ଅସ୍କଫାମ ଇଣ୍ଡିଆ, ମିସ୍ ଶିଖା ନାୟକ, ରାଜ୍ୟ ପରାମର୍ଶଦାତା, ରାଜ୍ୟ ଜଳ ଓ ପରିମଳ ମିଶନ, ମିସ୍ ଅଂଜନା ଗୁରୁ, (ଉଜଝ) ଏହି କର୍ମଶାଳାରେ ଅତିଥିଭାବେ ଯୋଗଦେଇ ଜଳ ଓ ପରିମଳ ସମ୍ପର୍କିତ ସମାଜର ବ୍ୟବସ୍ଥା ଉପରେ ବକ୍ତବ୍ୟ ରଖି ସରକାର ଓ ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ପ୍ରତିଷ୍ଠା ସହ ଏକ ବ୍ୟବସ୍ଥାପକ ନୀତି ପ୍ରଣୟନ ପାଇଁ ମତବ୍ୟକ୍ତ କରିଥିଲେ ।

ଏହି ପରିପେକ୍ଷୀରେ ବିପର୍ଯ୍ୟୟ ସମୟରେ ଜଳ ଓ ପରିମଳର ଉପଯକ୍ତ ବ୍ୟବସ୍ଥାର ଉପାଦେୟତା ଏବଂ ତତ୍ସହିତ ବିଭିନ୍ନ୍ ଉପଯୋଗୀ ମାଧ୍ୟମ ବିଷୟରେ ଜଳ ଓ ପରିମଳ ବିଶେଷକ ମାନଙ୍କ ଦ୍ୱାରା ତାଲିମ ଦିଆଯାଇଥିଲା । ଆଇ.ଏ.ଜି ଓଡିଶାର ସଂଯୋଜକ, ଶ୍ରୀ ମନୋରଞନ ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!