ଚତୁର୍ଦ୍ଧଶ କମିଶନଙ୍କ ସୁପାରିଶକୁ କେନ୍ଦ୍ରସରକାର ଗ୍ରହଣ କରିଥିବାରୁ ଜୁଏଲ ଓରାମଙ୍କ ସ୍ୱାଗତ

ଚତୁର୍ଦ୍ଧଶ ଅର୍ଥ କମିଶନଙ୍କ ସୁପାରିଶକୁ କେନ୍ଦ୍ରସରକାର ଗ୍ରହଣ କରିଥିବାରୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ସ୍ୱାଗତ କରିଛନ୍ତି । ଶ୍ରୀଓରାମ କହିଛନ୍ତି ଯେ, ବିଗତବର୍ଷରେତ୍ରୟୋଦଶ ଅର୍ଥ କମିଶନ ରାଜସ୍ୱ ଆୟର୩୨ ପ୍ରତିଶତଅର୍ଥ ସୁପାରିଶକରିଥିବାବେଳେଚତୁର୍ଦ୍ଧଶ ଅର୍ଥ କମିଶନ ୪୨ ପ୍ରତିଶତଅର୍ଥ ସୁପାରିଶକରିଛନ୍ତି, ଯାହାକି ଏକ ଐତିହାସିକ ପଦକ୍ଷେପ । ତ୍ରୟୋଦଶ ଅର୍ଥ କମିଶନଙ୍କସୁପାରିଶକ୍ରମେ୨୦୧୪-୧୫ ଆର୍ଥୀକବର୍ଷରେ ୩.୪୮ ଲକ୍ଷକୋଟିଟଙ୍କା ଅର୍ଥ ରାଜ୍ୟମାନଙ୍କୁବଂଟନ କରିବା ପାଇଁ ଥିବାବେଳେଚତୁର୍ଦ୍ଧଶ ଅର୍ଥ କମିଶନଙ୍କସୁପାରିଶକ୍ରମେଏହି ଅର୍ଥ ୨୦୧୫-୧୬ ଆର୍ଥୀକବର୍ଷରେ୫.୨୬ ଲକ୍ଷକୋଟିହେବ, ଯାହା ପୂର୍ବାପେକ୍ଷା ୧.୭୮ ଲକ୍ଷକୋଟି ଅଧିକ ।

ଏହାଦ୍ୱାରାରାଜ୍ୟମାନେ ଅଧିକ ଅର୍ଥନୈତିକସ୍ୱତନ୍ତ୍ରତା ପାଇବାସହରାଜ୍ୟରଭିତିଭୂମିବିକାଶରେଦୃତ ଅଭିବୃଦ୍ଧିହୋଇପାରିବ । ଆହୁରି ମଧ୍ୟ ଚତୁର୍ଦ୍ଧଶ ଅର୍ଥ କମିଶନ ଗ୍ରାମ ପଂଚାୟତ, ଏନ.ଏ.ସି.,ପୌରପାଳିକା ଆଦି ସ୍ଥାନୀୟସ୍ୱାୟତଶାସନ ସଂସ୍ଥାଗୁଡ଼ିକୁ ଅଧିକ ଅନୁଦାନ ଦେବା ପାଇଁ ସୁପାରିଶକରିବା ସହ ଉକ୍ତ ସ୍ଥାନୀୟ ସ୍ୱାୟତ ଶାସନ ସଂସ୍ଥାମାନଙ୍କୁ ପ୍ରତ୍ୟେକବର୍ଷର 10418163_820398438006134_9052934329356903148_nକାର୍ଯ୍ୟାନ୍ୱୟନ ପ୍ରଦର୍ଶନ ଆଧାରରେ ମଧ୍ୟ ଅନୁଦାନ ଦେବାକୁ ଅର୍ଥ କମିଶନ ସୁପାରିଶକରିଛନ୍ତି ।

ଯାହା ଦ୍ୱାରାସ୍ଥାନୀୟସ୍ୱାୟତଶାସନସଂସ୍ଥାମାନଙ୍କମଧ୍ୟରେକାର୍ଯ୍ୟକରିବାରେ ପ୍ରତିଯୋଗୀତାସୃଷ୍ଟିହେବଏବଂସ୍ଥାନୀୟ ଅଂଚଳର ଦୃତବିକାଶହୋଇ ପାରିବ ।
ମାନନୀୟ ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ରଭାଇମୋଦି ତାଙ୍କ ନିର୍ବାଚନୀଭାଷଣସମୟରେରାଜ୍ୟମାନଙ୍କୁ ଅଧିକକ୍ଷମତା ଦିଆଯିବବୋଲିଯେଉଁ ପ୍ରତିଶୃତି ଦେଇଥିଲେତାହା ପୂରଣକରିବା ଦିଗରେଏହାଏକ ପ୍ରକୃଷ୍ଠ ପଦକ୍ଷେପ । ପ୍ରଧାନମନ୍ତ୍ରୀଏବଂ ଅର୍ଥମନ୍ତ୍ରୀଙ୍କଏତାଦୃଶ୍ୟ ପଦକ୍ଷେପକୁକେନ୍ଦ୍ର ଆଦିବାସୀମନ୍ତ୍ରୀଶ୍ରୀଜୁଏଲଓରାମସ୍ୱାଗତକରିବାସହସାଧୁବାଦ ଜଣାଇଛନ୍ତି ।

Share in top social networks!