ମାର୍ଚ୍ଚ ୧୧ରେ ପାଳିତ ହେବ “ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ’

ମାର୍ଚ୍ଚ ୧୧ ତାରିଖରେ ରାଜ୍ୟ ବ୍ୟାପୀ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ କରାଯିବାକୁ ରାଜ୍ୟ
ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତିା ଏହି ଅବସରରେ ଓଡ଼ିଆ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି
ଉଦ୍ଦେଶ୍ୟରେ ସଂସ୍କୃତି ବିଭାଗ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଚୂଡାନ୍ତ
ହୋଇଛିା
ଶାସ୍ତ୍ରୀୟ ଓଡ଼ିଆ ଭାଷା ପାଳନ ନିମନ୍ତେ ଅନୁଷ୍ଠିତ ଏକ ବୈଠକରେ ଜିଲ୍ଲା ଓ ରାଜ୍ୟସ୍ତରରେ
ଉଚ୍ଚବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା ଆୟୋଜନ ପାଇଁ ସ୍ଥିର
କରାଯାଇଛିା ଗୌରବମୟ ମାତୃଭାଷା ଓଡ଼ିଆ, ଆମର ଅସ୍ମିତା ଏବଂ ଓଡ଼ିଆ ଭାଷାର ଶାସ୍ତ୍ରୀୟତାକୁ
ପ୍ରତିପାଦନ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତା ସହିତ ଜିଲ୍ଲା ଓ ରାଜ୍ୟସ୍ତରରେ ସଭାସମିତି ଆୟୋଜନ
କରାଯିବା ମାର୍ଚ୍ଚ ୫ ତାରିଖ ମଧ୍ୟରେ ସମସ୍ତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଗୁଡିକ ସଂପନ୍ନ ହେବା କୃତୀ
ପ୍ରତିଯୋଗୀମାନଙ୍କୁ ନଗଦ ଅର୍ଥରାଶି ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯିବା ମାର୍ଚ୍ଚ ୮ ତାରିଖ
ପୂର୍ବାହ୍ନରେ ଭୁବନେଶ୍ୱରସ୍ଥ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
ହେବ ଏବଂ ଏଥ#ରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାଗୁଡିକରେ ପ୍ରଥମସ୍ଥାନ ଅଧ#କାର କରିଥ#ବା
ବିଦ୍ୟାର୍ଥୀମାନେ ପ୍ରତିନିଧ#ତ୍ୱ କରିବୋ ୧୧ ତାରିଖ ଦିନ ରାଜ୍ୟସ୍ତରୀୟ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ
ସମାରୋହ ଅନୁଷ୍ଠିତ ହେବା ସମାରୋହ ଅବସରରେ ଆଲୋଚନା ଚକ୍ର ଓ ପୁସ୍ତକ ଉନ୍ମୋଚନ
ଇତ୍ୟାଦିର କାର୍ଯ୍ୟକ୍ରମ ରହିଛିା
ଏପରି ଆୟୋଜନ ଫଳରେ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ବାବଦରେ ଓଡ଼ିଶାବାସୀ ବିଶେଷ
ଭାବରେ ସଚେତନ ହେବା ସହିତ ରାଜ୍ୟରେ ଓଡ଼ିଆ ପ୍ରଚଳନର ବ୍ୟାପକତା ପ୍ରତି ଉତ୍ସାହଜନକ
ପରିବେଶ ସୃଷ୍ଟି ହେବ ବୋଲି ବୈଠକରେ ମତ ପ୍ରକାଶ ପାଇଛିା ବୈଠକରେ ରାଜ୍ୟ ପର୍ଯ୍ୟଟନ ଓ
ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସଂସ୍କୃତି ବିଭାଗ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ବିଭାଗୀୟ
ନିର୍ଦ୍ଦେଶକ ଶ୍ରୀ ସୁଶୀଲ କୁମାର ଦାସ, ଯୁଗ୍ମ ସଚିବ ଶ୍ରୀ ବିଷ୍ଣୁ ପ୍ରସାଦ ମିଶ୍ର ଓ ଓଡ଼ିଶା ସାହିତ୍ୟ ଏକାଡେମୀ
ସଚିବ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥ#ଲୋ

Share in top social networks!