“ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ନିମନ୍ତେ ତର୍ଜମା ପାଇଁ ଉଚ୍ଚସ୍ତରୀୟ କମିଟି

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ “ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ଗୀତ ହିସାବରେ
ମାନ୍ୟତା ପ୍ରଦାନ ଉଦ୍ଦେଶ୍ୟରେ ବିଭିନ୍ନ ତର୍ଜମା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛିା
ଆଜି ପୂର୍ବାହ୍ନରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
ଏକ ବୈଠକରେ ଏହି ପ୍ରସଙ୍ଗରେ ସବିଶେଷ ଆଲୋଚନା ହୋଇଛିା
ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ ନିମନ୍ତେ ଆଲୋଚନା କାଳରେ
ଆସାମ, କର୍ଣ୍ଣାଟକ ଓ ବିହାର ସରକାର ସେମାନଙ୍କର ପ୍ରାଦେଶିକ ଗୀତଗୁଡିକୁ ସ୍ତିରୀକୃତ କରିଥ#ବା
କଥା ଉତ୍ଥାପିତ ହୋଇଥ#ଲାା ସେହି ମର୍ମରେ ଓଡ଼ିଶାରେ ମଧ୍ୟ ଏହି ଗୀତକୁ ରାଜ୍ୟ ସଙ୍ଗୀତର
ମାନ୍ୟତା ପ୍ରଦାନ ଦିଗରେ ସବିଶେଷ ତର୍ଜମା କରିବା ନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ଗଠନ
କରାଯାଇଛିା ଆଇନ ବିଭାଗ ସଚିବ ଏହି କମିଟିର ଅଧ୍ୟକ୍ଷ ରହିବୋ ଗୃହ ବିଭାଗର ସ୍ୱତନ୍ତ୍ର
ସଚିବ, ସଂସ୍କୃତି ବିଭାଗ ଶାସନ ସଚିବ, ସୂଚନା ଓ ଲୋକସମ୍ପର୍କ ବିଭାଗ ଶାସନ ସଚିବ ଏହି
କମିଟିରେ ସଦସ୍ୟ ରହିବେ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ କମିଟିର ସଦସ୍ୟ-ଆବାହକ
ଭାବରେ କାର୍ଯ୍ୟ କରିବୋ
ବୈଠକରେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ସମେତ ସଂସ୍କୃତି ବିଭାଗ ଶାସନ ସଚିବ ଡ. ଅରବିନ୍ଦ ପାଢୀ,
ସୂଚନା ଓ ଲୋକସମ୍ପର୍କ ବିଭାଗ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ, ଆଇନ ବିଭାଗ ଶାସନ
ସଚିବ ଶ୍ରୀ ମିହିର ରଞ୍ଜନ ପରିଡା, ଆଇନ ବିଭାଗ ଅତିରିକ୍ତ ସଚିବ ଶ୍ରୀ ଭୁବନେଶ୍ୱର ହୋତା, ଗୃହ
ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଲଳିତ ଦାସ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ରଞ୍ଜିତ
ମହାନ୍ତି, ସଂସ୍କୃତି ବିଭାଗ ଯୁଗ୍ମ ସଚିବ ଶ୍ରୀ ବିଷ୍ଣୁ ପ୍ରସାଦ ମିଶ୍ର ଓ ଓଡ଼ିଶା ସାହିତ୍ୟ ଏକାଡେମୀର
ସଚିବ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ଉପସ୍ଥିତ ଥ#ଲୋ

Share in top social networks!