ପାରମ୍ପରିକ ଶକ୍ତି ବିତରଣ ଗ୍ରିଡ୍ ଏବଂ ଅଣପାରମ୍ପରିକ ଶକ୍ତି ଉପ#ାଦନ ଓ ବିତରଣ ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ପାଇଁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

ପାରମ୍ପରିକ ଶକ୍ତି ବିତରଣ ଗ୍ରିଡ୍ ବ୍ୟବସ୍ଥାକୁ ଅଣପାରମ୍ପରିକ ଶକ୍ତି ଉପ#ାଦନ ଓ ବିତରଣ ବ୍ୟବସ୍ଥା ସହ ସମନ୍ୱିତ କରିବା
ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି ପରାମର୍ଶ ଦେଇଛନ୍ତି । ଏହା କରାଗଲେ, ଗ୍ରାମାଞ୍ଚଳରେ ଅଣପାରମ୍ପରିକ ଶକ୍ତି
ଉପ#ାଦନ କ୍ଷେତ୍ରରେ ଉଦ୍ୟୋଗ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସଂଗେସଂଗେ ପାରମ୍ପରିକ ଗ୍ରୀଡ୍ ବ୍ୟବସ୍ଥାର ମଧ୍ୟ ସଂପ୍ରସାରଣ
ହୋଇପାରିବ । ଆଜି ସଚିବାଳୟ ଠାରେ ଅନୁଷ୍ଠିତ ‘‘ଓଡ଼ିଶାର ବିକାଶ ପ୍ରକ୍ରିୟାରେ ଅଣପାରମ୍ପରିକ ଶକ୍ତିର ପ୍ରୟୋଗଦଦ ଶୀର୍ଷକ
ଏକ ଆଲୋଚନାତ୍ମକ କର୍ମଶାଳାରେ ପୌରହିତ୍ୟ କରି ଶ୍ରୀ ପତି ଏହି ପରାମର୍ଶ ଦେଇଛନ୍ତି । ଏଥ#ପାଇଁ ବୈଜ୍ଞାନିକ କାରିଗରୀ
କୌଶଳ ଓ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନିମନ୍ତେ ଏକ କମିଟି ଗଠନ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ବୈଠକରେ ଉପସ୍ଥିତ
ବିଜ୍ଞାନ ଓ କାରିଗରୀ ବିଭାଗ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଓଡ଼ିଶା ସରକାରଙ୍କ ସହିତ ଏହି ଆଲୋଚନାତ୍ମକ କର୍ମଶାଳା ଏନର୍ଜି ଆଣ୍ଡ ରିସୋର୍ସେସ୍ ଇନଷ୍ଟିଚୁ୍ୟଟ୍ ( ଟେରି )
ତରଫରୁୟୁ.ଏନ୍.ଡି.ପି. ଏବଂୟୁ.କେ.ଏଡ୍ ପ୍ରଯୋଜନାରେ ଆୟୋଜନ କରାଯାଇଥ#ଲା । ଅଣପାରମ୍ପରିକ ଶକ୍ତି ଉପ#ାଦନ ଓ
ବିତରଣ ସମ୍ବନ୍ଧିତ ଥ#ବା ବିଧ# ବ୍ୟବସ୍ଥା, ପ୍ରୋସ#ାହନ, ଆନୁଷ୍ଠାନିକ ବ୍ୟବସ୍ଥା, ଓଡ଼ିଶାରେ ଅଣପାରମ୍ପରିକ ଶକ୍ତି ଉପ#ାଦନର
ସୁଯୋଗ ଆଦି ବିଷୟରେ କର୍ମଶାଳାରେ ସବିଶେଷ ଆଲୋଚନା ହୋଇଥ#ଲା
ଉନ୍ନୟନ କମିଶନର ଶ୍ରୀ ଉପେନ୍ଦ୍ର ନାଥ ବେହେରା, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର
ମହାପାତ୍ର ବିଜ୍ଞାନ ଓ କାରିଗରୀ ବିଭାଗ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ସଂସ୍କୃତି ଓ ପର୍ଯ୍ୟଟନ ସଚିବ ଡ଼ଃ ଅରବିନ୍ଦ ପାଢ଼ୀ,
ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶ୍ରୀମତୀ ଉଷା ପାଢ଼ୀ, ଗ୍ରୀଡ୍କୋ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ହେମନ୍ତ ଶର୍ମା, ବିଭିନ୍ନ ରାଜସ୍ୱ
ମଣ୍ଡଳର ରାଜସ୍ୱ କମିଶନର ଓ ଜିଲ୍ଲାପାଳଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧ#କାରୀମାନେ କର୍ମଶାଳାରେ ଯୋଗଦେଇ
ଆଲୋଚନାରେ ଅଂଶଗ୍ରହଣ କରିଥ#ଲେ । ଟେରି ର ନିର୍ଦ୍ଦେଶକ ଆଇ.ଏଚ.ରହମନ୍ ଏକ କର୍ମଶାଳାର ଉଦ୍ଦେଶ୍ୟ, ଅଣପାରମ୍ପରିକ
ଶକ୍ତି ଉପ#ାଦନ ଓ ପ୍ରୟୋଗର ଉପାଦେୟତା ବିଷୟରେ ଏକ ‘ପାଓ୍ୱାର ପଏଣ୍ଟଦ ଉପସ୍ଥାପନା କରିଥ#ଲେ । ଏଚ.ଡି.ଏଫ୍
ଭୂବନେଶ୍ୱର ର ପରିଚାଳନା ଟ୍ରଷ୍ଟି ଶ୍ରୀ ସୁଦର୍ଶନ ଦାସ ଟେରି ତରଫରୁ କର୍ମଶାଳାର ସଂଯୋଜନା କରିଥ#ଲେ ।

Share in top social networks!