ରାଉଲକେଲା ମହାନଗର ଗନଠନକୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀଜୁଏଲ ଓରାମଙ୍କ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅଗ୍ରାହ୍ୟ

10418163_820398438006134_9052934329356903148_nରାଉଲକେଲା ମହାନଗର ନିଗମରେ କିଛି ପଂଚାୟତ ଅଚଂଳକୁ ବାଦ ଦେବାକୁ ନେଇ କେନ୍ଦ୍ର ଆଦିବାସୀ ବ୍ୟାପାରମନ୍ତ୍ରୀ ଶ୍ରୀଜୁଏଲ ଓରାମ ପତ୍ର ମାଧ୍ୟମରେ ଦେଇଥିବା ପ୍ରସ୍ତାବକୁ ରାଜ୍ୟସରକାର ଅଗ୍ରାହ୍ୟ କରିଦେଇଛନ୍ତି । ଏଠାରେ ପ୍ରକାଶ ଥାଉକିସୁନ୍ଦରଗଡ଼ଜିଲ୍ଲା ଜଗଦା ଗ୍ରାମ ପଂଚାୟତସମନ୍ୱୟକମିଟିଏବଂକିଛିସ୍ଥାନୀୟବିଶିଷ୍ଟବ୍ୟକ୍ତିମାନଙ୍କତରଫରୁଏହି ପଂଚାୟତ ଅଂଚଳଗୁଡ଼ିକୁରାଉଲକେଲାମହାନଗର ନିଗମରେସାମିଲ ନକରିବା ପାଇଁ ଏକ ସ୍ମାରକ ପତ୍ର ଦେଇଥିଲେ ।

ଏହାକୁ ଭିତିକରି ମନ୍ତ୍ରୀ ଶ୍ରୀଓରାମ ଗତ ଜାନୁୟାରୀ ୫ ତାରିଖ ଦିନ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀଶ୍ରୀ ପୁଷ୍ପେନ୍ଦୁ ସିଂହଦେଓଙ୍କୁଏହି ଅଂଚଳଗୁଡ଼ିକୁ ମହାନଗର ନିଗମରେ ସାମିଲ ନକରିବା ପାଇଁଏକ ପତ୍ରଲେଖିଜଣାଇଥିଲେ ।ତତ୍ସହିତ ରାଉଲକେଲାର ସହର ପରିସୀମା ଭିତରେ ଥିବାଲାଲଟାଙ୍କି, କନଷ୍ଟ୍ରସନ କଲୋନୀ, ମଡ଼ର୍ଣ୍ଣଇଣ୍ଡିଆ,ଟାଙ୍ଗରପାଲି, ଲୁଆକେରା,ତୁମକେଲାଏବଂହମୀରପୁରଆଦି ଅଂଚଳକୁସାମିଲକରିବାକୁ ପ୍ରସ୍ତାବ ଦେଇଥିଲେ ।କିନ୍ତୁଓଡ଼ିଶାସରକାରମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ୱାହି ଦେଇ ଉକ୍ତ ଅନୁରୋଧକୁ ଅଗ୍ରାହ୍ୟକରିଦେଇଛନ୍ତି । ରାଜ୍ୟସରକାରଙ୍କରଏହିଭୁଲ୍ ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟଜନକବୋଲିମନ୍ତ୍ରୀଶ୍ରୀଓରାମତାଙ୍କ ପ୍ରତିକ୍ରିୟାରେ ପ୍ରକାଶକରିଛନ୍ତି । ଏହି ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତିସ୍ଥାନୀୟଜନସାଧାରଣଙ୍କ ପ୍ରତି ଅବିଚାର ଅଟେଏବଂଏହାର ପୁର୍ନବିଚାରକରିବାକୁକେନ୍ଦ୍ରମନ୍ତ୍ରୀଶ୍ରୀଓରାମରାଜ୍ୟସରକାରଙ୍କୁ ଅନୁରୋଧ କରିଛନ୍ତି ।

Share in top social networks!