ଜାତୀୟ ହସ୍ତତନ୍ତ୍ର ମେଳା ପରିସରରେ ଅନୁଷ୍ଠିତ ହେବ କ୍ରେତା-ବିକ୍ରେତା ସମ୍ମିଳନୀ

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଥ#ବା ବୁଣାକାରମାନଙ୍କ ମଧ୍ୟରେ ଭାରତର ବିଭିନ୍ନ ସ୍ଥାନରୁ ସୂତାକଳ ଦ୍ୱାରା ଉତ୍ପାଦିତ ସୂତାର ମାନ ଓ ପ୍ରକାର ତଥା ବିଭିନ୍ନ ରାସାୟନିକ ଦ୍ରବ୍ୟ ଉତ୍ପାଦନକାରୀ କମ୍ପାନୀମାନଙ୍କ ଦ୍ୱାରା ଉତ୍ପାଦିତ ରଙ୍ଗ ଓ ରସାୟନର ପ୍ରକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ଜାତୀୟ ହସ୍ତତନ୍ତ ମେଳା ପରିସରରେ ଏକ କ୍ରେତା-ବିକ୍ରେତା ସମ୍ମିଳନୀ ଫେବୃଆରୀ ୨୪ ତାରିଖରେ ଅନୁଷ୍ଠିତ ହେବା ଏହି ସମ୍ମିଳନୀ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବା କେନ୍ଦ୍ର ହସ୍ତତନ୍ତ ଉନ୍ନୟନ କମିଶନରଙ୍କ ଦ୍ୱାରା ପ୍ରାୟୋଜିତ ଜାତୀୟ ହସ୍ତତନ୍ତ ବିକାଶ ନିଗମ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ କ୍ରେତା, ବିକ୍ରେତା, ବୁଣାକାରମାନେ ତଥା ବୁଣାକାର ସେବା କେନ୍ଦ୍ର ଓ ବିଭିନ୍ନ ସୂତାକଳର ପ୍ରତିନିଧ#ମାନେ ଯୋଗଦେବୋ

ଏହି ସମ୍ମିଳନୀକୁ ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ଦେବେନ୍ଦ୍ର ପ୍ରସାଦ ଦାସ ଉଦ୍ଘାଟନ କରିବେ ଏବଂ ଜାତୀୟ ହସ୍ତତନ୍ତ ବିକାଶ ନିଗମର ଆଞ୍ଚଳିକ ପରିଚାଳକ ଏସ୍ ବନ୍ଦୋପାଧ୍ୟାୟ, ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଭୁ ପ୍ରସାଦ ଷଡଙ୍ଗୀ, ହସ୍ତତନ୍ତ ଉପନିର୍ଦ୍ଦେଶକ ଦାଶରଥ# ନନ୍ଦ, ବୁଣାକାର ସେବାକେନ୍ଦ୍ରର ଉପନିର୍ଦ୍ଦେଶକ ଏସ୍. କେ ପାତ୍ର ପ୍ରମୁଖ ଯୋଗଦେଇ ନିଜ ନିଜର ବିଚାର ଉପସ୍ଥାପନ କରିବେ ବୋଲି ହସ୍ତତନ୍ତ
ନିର୍ଦ୍ଦେଶାଳୟ ତରଫରୁ ସୂଚନା ଦିଆଯାଇଛିା

Share in top social networks!