ଜିଲା ପରିଷଦ ଜୋନ୍ ଓ ଟାଉନ୍ ଜୋନ୍ରେ ହେବ ବ୍ୟାପକ ସଭ୍ୟ ସଂଗ୍ରହ ଅଭିଯାନ: ବିଜେପି

ଜିଲା ପରିଷଦ ଜୋନ୍ ଓ ଟାଉନ୍ ଜୋନ୍ରେ ବ୍ୟାପକ ସଭ୍ୟ ସଂଗ୍ରହ ଅଭିଯାନ କରାଯିବ । ଫେବୃଆରୀ ୨୪ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଏହି ଅଭିଯାନକୁ ଜୋରଦାର କରାଯିବ ବୋଲି ବିଜେପି ସାଧାରଣ ସମ୍ପାଦକ (ସଂଗଠନ) ପ୍ରସନ୍ନ କୁମାର ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ପ୍ରତି ବୁଥ୍ରେ ଏହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବାକୁ ଶ୍ରୀ ମିଶ୍ର କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି । ସାରା ଦେଶ ତଥା ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱ ଉପରେ ସମାଜର ସବୁ ବର୍ଗର ଲୋକ ଆସ୍ଥା ପ୍ରକଟ କରୁଛନ୍ତି । ବିଜେପିର ସଭ୍ୟ ହେବାପାଇଁ ଜନସାଧାରଣଙ୍କ ମନରେ ସ୍ୱତଃସ୍ଫୂର୍ତ ଉତ୍ସାହ ପରିଲକ୍ଷିତ ହୋଇଛି ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।

Share in top social networks!