ଭାରତ ମହାସାଗର ତଟବର୍ତ୍ତୀ ଦେଶମାନଙ୍କ ମଧ୍ୟରେ ନୌବାଣିଜ୍ୟ ଏବଂ ସଭ୍ୟତାଗତ ସମ୍ବନ୍ଧ ନେଇ ଆନ୍ତର୍ଜାତିକ ସମ୍ମିଳନୀ ଆସନ୍ତା ମାର୍ଚ୍ଚ ମାସରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ

s2015021962541ଭାରତ ମହାସାଗର ରିମ୍ ଦେଶମାନଙ୍କର ଏକ ଅଭିନବ ଏବଂ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଭାରତ ଏବଂ ଭାରତ ମହାସାଗର – ନୌବାଣିଜ୍ୟ ଏବଂ ସଭ୍ୟତାଗତ ସମ୍ବନ୍ଧର ନବୀକରଣ କରିବା” ଶୀର୍ଷକ ଏକ ଆନ୍ତର୍ଜାତିକ ସମ୍ମିଳନୀ ଆସନ୍ତା ମାର୍ଚ୍ଚ ମାସ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ଭାରତର ପୂର୍ବ ଉପକୂଳ ଓଡିଶାର ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ । ଭାରତ ମହାସାଗର ରିମ୍ ଦେଶସମୂହ ଭାବେ ଖ୍ୟାତି ଅର୍ଜନ କରିଥିବା ପ୍ରାୟ ୨୦ଟି ଦେଶ ଏହି ତ୍ରିଦିବସୀୟ ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଏହି ତିନିଦିନିଆ ସମ୍ମିଳନୀରେ ବାଣିଜ୍ୟ, ସାମୁଦ୍ରିକ ସୁରକ୍ଷା ଏବଂ ସଭ୍ୟତାଗତ ସମ୍ବନ୍ଧ ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ବିଶଦ ଆଲୋଚନା ହେବ । ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର, ପେଟୋ୍ରଲିୟମ ଏବଂ ପ୍ରାକୃତିକ ଗ୍ୟାସ, ଶକ୍ତି, ଜାହାଜ ଚଳାଚଳ, ବାଣିଜ୍ୟ ଏବଂ ଶିଳ୍ପ, ସଂସ୍କୃତି, ପର୍ଯ୍ୟଟନ ଏବଂ କୃଷିଭଳି ଗୁରୁତ୍ୱପୂର୍ଣ୍ଣ ଆଠଟି ମନ୍ତ୍ରାଳୟ ଏହି ସମ୍ମିଳନୀକୁ ସହଯୋଗ କରିଛନ୍ତି । ଅଂଶଗ୍ରହଣକାରୀ ଦେଶମାନଙ୍କ ମଧ୍ୟରେ ବିଚାର ଏବଂ ଅଭିଜ୍ଞତାର ସଫଳ ଆଦାନ ପ୍ରଦାନ ଏବଂ ବିଚାରବିମର୍ଷ ଦ୍ୱାରା ଏହି ସମ୍ମିଳନୀଟି ଏକ ବିଶେଷ କାର୍ଯ୍ୟକ୍ରମର ମର୍ଯ୍ୟାଦା ବହନ କରିବ ବୋଲି ବିଶ୍ୱାସ ।
ବୈ÷ଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜ ଏହି ସମ୍ମିଳନୀକୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପେଟୋ୍ରଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଉସôବରେ ସମ୍ମାନୀତ ଅତିଥି ଭାବେ ଯୋଗଦେବେ । ଅନ୍ୟ ପ୍ରମୁଖ ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ୍ ଡୋଭାଲ୍ ସମ୍ମାନୀତ ଅତିଥି ଏବଂ ଆଇଓଆର୍ଏର ମହାସଚିବ ରାଷ୍ଟ୍ରଦୁତ ଶ୍ରୀ କେ ଭି ଭଗିରଥ ବକ୍ତା ଭାବରେ ଏହି କାର୍ଯ୍ୟକ୍ରମରେ ନିଜର ଦୃଷ୍ଟିକୋଣ ଏବଂ ମତାମତ ରଖିବେ । ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ମନୋହର ପାରିରକର ସମ୍ମିଳନୀର ଅନ୍ତିମ ଦିବସର ଉଦ୍ୟାପନୀ ଉସôବରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ ।
ସାମାଜିକ ଏବଂ ସାଂସ୍କୃତିକ ଅଧ୍ୟୟନ ସଂସ୍ଥା (ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ଏଣ୍ଡ୍ କଲ୍ଚରାଲ ଷ୍ଟଡିଜ୍), ଆଇଏସ୍ସିଏସ୍ ଏବଂ ବିକାଶୀଳ ଦେଶମାନଙ୍କ ନିମନ୍ତେ ଗବେଷଣା ଏବଂ ସୂଚନା ପ୍ରଣାଳୀ (ଆର୍ଆଇଏସ୍)ର ମିଳିତ ସହଯୋଗରେ ଏହି ସମ୍ମିଳନୀଟି ଆୟୋଜିତ ହେଉଛି । ଏହି ତିନିଦିନିଆ ସମ୍ମିଳନୀରେ ବାଣିଜ୍ୟ, ସାମୁଦ୍ରିକ ସୁରକ୍ଷା ଏବଂ ସଭ୍ୟତାଗତ ସମ୍ବନ୍ଧ ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ସମାନ୍ତାରଳ ଅଧିବେଶନମାନ ଆୟୋଜିତ ହେବା ସହିତ ଏହି କ୍ଷେତ୍ର ସମ୍ବନ୍ଧରେ ବିଶଦ ଆଲୋଚନା ହେବ ।
ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ସୂଚନା ଦେଇ ଆଇଏସ୍ସିଏସର ସମ୍ପାଦକ ଶ୍ରୀ ଅରିନ୍ଦମ ମୁଖାର୍ଜୀ କହିଛନ୍ତି ଯେ, “ଏକ ଦେଶର ନାମ ଅନୁସାରେ ନାମିତ ଏକମାତ୍ର ମହାସାଗର ଭାରତ ମହାସାଗର କେବଳଯେ ଏଥିପାଇଁ ପ୍ରସିଦ୍ଧ ତା ନୁହେଁ ବରଂ ବିଗତ ୭,୫୦୦ ବର୍ଷ ଧରି ଏହା ପଶ୍ଚିମ, ଉତ୍ତର, ପୂର୍ବ ଏବଂ ଦକ୍ଷିଣ ଏସିଆ ଦେଶସମୂହ ମାନଙ୍କ ନିମନ୍ତେ ଏକ ମିଳନସ୍ଥଳୀ ହେବା ସହିତ ବିଭିନ୍ନ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ପାଶ୍ଚାତ୍ୟ ଦେଶମାନଙ୍କ ନିମନ୍ତେ ଏକ ପ୍ରବେଶ ଦ୍ୱାର ଭାବେ ବିବେଚିତ ହୋଇଆସୁଛି । ଭାରତ ମହାସାଗର ରିମ୍ ଦେଶମାନଙ୍କ ମଧ୍ୟରେ ସାମରିକ ପ୍ରାସଙ୍ଗିକତା ସହିତ ସାମାଜିକ ଏବଂ ସାଂସ୍କୃତିକ ସାମଞ୍ଜ୍ୟସ ରହିଛି ଯାହାକି ଏହି କ୍ଷେତ୍ରରେ ସ୍ଥିର ଅର୍ଥନୀତି ଏବଂ ବାଣିଜି୍ୟକ କାରବାରକୁ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି ସମ୍ମିଳନୀ ପରସ୍ପର ମଧ୍ୟରେ ବିଚାର ଆଦାନପ୍ରଦାନ ନିମନ୍ତେ ଏକ ପ୍ରକୃଷ୍ଟ କ୍ଷେତ୍ର ଯୋଗାଇଦେବ ଏବଂ ସାଂପ୍ରତିକ ଭୂରାଜନୈତିକ ଘଟଣାକ୍ରମ ଏବଂ ମାର୍ଗର ପୃଷ୍ଠଭୂମିରେ ସମ୍ପର୍କର ପରିଭାଷାକୁ ପୁର୍ନଜୀବିତ କରିବ ।”
ଏହି ସମ୍ମିଳନୀ ଐତିହାସିକ, ଅର୍ଥନୈତିକ, ଭୂରାଜନୈତିକ, ସାଂସ୍କୃତିକ, ଶକ୍ତି ସୁରକ୍ଷା, ଧର୍ମ, ସାହିତ୍ୟ, ବାଣିଜ୍ୟ, ଦେଶାନ୍ତରଣ, ପ୍ରବାସୀ ଆଦି ଦିଗ ଏବଂ ଦୃଷ୍ଟିକୋଣରୁ ଭାରତ ମହାସାଗର ସମ୍ବନ୍ଧରେ ଅଧ୍ୟୟନ ଏବଂ ବିଶ୍ଳେଷଣ କରିବାର ଏକ ବହୁମୂଲ୍ୟ ଅବସର ଆଣିଦେବା ସହିତ ଏହି କ୍ଷେତ୍ରର ଦେଶମାନଙ୍କୁ ସମ୍ପର୍କର ବନ୍ଧନରେ ଜୋଡୁଥିବା କାରକମାନଙ୍କୁ ପୁର୍ନଜୀବିତ କରିବ ବୋଲି ଶ୍ରୀ ମୁଖାର୍ଜୀ କହିଛନ୍ତି ।
ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ବାଙ୍ଗ୍ଲାଦେଶ, ମାଳଦ୍ୱୀପ, ଥାଇଲାଣ୍ଡ, ମରିସସ, ଇଣ୍ଡୋନେସିଆ, ମାଲେସିଆ, କେନିଆ, ତାଞ୍ଜାନିଆ, ମୋଜାମ୍ବିକ୍, ମିୟାଁମାର, ମାଡାଗାସ୍କର, ସିଙ୍ଗାପୁର, ୟେମେନ୍, ଓମାନ, ଇରାନ, ୟୁଏଇ ଆଦି ଭଳି ୨୦ରୁ ଉଦ୍ଧ୍ୱର୍ ଦେଶର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ ।
ଭାରତ ମହାସାଗର ରିମ୍ ଆସୋସିଏସନ୍ (ଆଇଓଆର୍ଏ), ଏକ୍ସ ଡିଭିଜନ୍, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ, ଭାରତ ସରକାର, ଆନ୍ତର୍ଜାତିକ ସମ୍ବନ୍ଧ ଏବଂ ସହଯୋଗ ବିଭାଗ, ରିପବ୍ଲିକ ଅଫ୍ ସାଉଥ୍ ଆଫ୍ରିକା, କେନିୟା ନ୍ୟାସ୍ନାଲ ଚାମ୍ବର ଅଫ୍ କମର୍ସ ଏଣ୍ଡ୍ ଇଣ୍ଡଷ୍ଟ୍ରୀ, ଓଡିଶା ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମାରିଟାଇମ୍ ଏଣ୍ଡ୍ ସାଉଥ୍ ଇଷ୍ଟ୍ ଏସିଆନ ଷ୍ଟଡିଜ୍ ଏବଂ ଜାତୀୟ ମସô୍ୟ ବିକାଶ ବୋର୍ଡ ଏହି ସମ୍ମିଳନୀର ସହଯୋଗୀ ଅଂଶୀଦାର ରହିଛନ୍ତି ।

Share in top social networks!