ରାଜ୍ୟରେ ପର୍ଯ୍ୟଟନସ୍ଥଳୀ ସଂଖ୍ୟା ୩୪୪କୁ ବୃଦ୍ଧି

ଭଦ୍ରକ ଜିଲ୍ଲାର ଇରମ, ବାଲେଶ୍ୱର ଜିଲ୍ଲାର ତୁଡିଗାଡିଆ ଓ ପୁରୀ ଜିଲ୍ଲାର ମା’ ମଙ୍ଗଳା ମାତୃଶକ୍ତି ପୀଠକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇଛିାଏହାକୁ ମିଶାଇ ରାଜ୍ୟରେ ମାନ୍ୟତାପ୍ରାପ୍ତ ପର୍ଯ୍ୟଟନସ୍ଥଳୀର ସଂଖ୍ୟା ୩୪୪ରେ ପହଞ୍ଚ#ଛି ବୋଲି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତିା

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ରକ୍ତତୀର୍ଥ ଇରମ ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ବିଶେଷ ସ୍ଥାନ ଅଧ#କାର କରିଛିା ୧୯୨୦ ବେଳକୁ ଏଠାରେ ପଣ୍ଡିତ ଗୋପବନ୍ଧୁ ଦାସ ଓ ହରେକୃଷ୍ଣ ମହତାବଙ୍କ ପରି ସଂଗ୍ରାମୀମାନଙ୍କ ନେତୃତ୍ୱରେ ନିୟମିତ ବୈଠକ ହେଉଥ#ଲାା ଭାରତଛାଡ ଆନ୍ଦୋଳନ ସମୟରେ ବି୍ରଟିଶ ଫୌଜର ଗୁଳିରେ ଏଠାରେ ଜଣେ ମହିଳାଙ୍କୁ ମିଶାଇ ୨୯ ଜଣ ଶହୀଦ ହୋଇଥ#ଲୋ ସେହିପରି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ଅନ୍ତର୍ଗତ ତୁଡିଗଡିଆ
ମଧ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କର କର୍ମଭୂମି ଥ#ଲା ଓ ସେଠାରେ ଭାରତଛାଡ ଆନ୍ଦୋଳନ ସମୟରେ ପୁଲିସ ଗୁଳିରେ ତିନି ଜଣ ସ୍ୱାଧୀନତା ସଂଗ୍ରାମୀ ଶହୀଦ ହୋଇଥ#ଲୋ ପ୍ରତିବର୍ଷ ସେପେଫମ୍ବର ୨୮ ତାରିଖରେ ଉଭୟ ଇରମ ଓ ତୁଡିଗଡିଆରେ ଶହୀଦ ଦିବସ ପାଳନ କରାଯାଇଥାଏା

ସେହିପରି ପୁରୀ ଜିଲ୍ଲାର କଣାସ ବ୍ଲକ ଅନ୍ତର୍ଗତ ଜଳିଆପଡାଠାରେ ଥ#ବା ମା’ ମଙ୍ଗଳା ମାତୃଶକ୍ତି ପୀଠ ଏକ ଆଧ୍ୟାତ୍ମିକ କେନ୍ଦ୍ର ଭାବରେ ପ୍ରସିଦ୍ଧା ପ୍ରତି ମଙ୍ଗଳବାର ଓ ସଂକ୍ରାନ୍ତି ଦିନ ଏଠାରେ ଶହ ଶହ ଲୋକ ସମବେତ ହୁଅନ୍ତିା ଅପ୍ରେଲ ମାସରେ ଆୟୋଜିତ ଚୈତ୍ରପର୍ବରେ ଏହି ପୀଠ ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ଉପସ୍ଥିତିରେ ଲୋକାରଣ୍ୟ ହୋଇଯାଏା ଏହି ସ୍ଥାନଟି ପୁରୀ ସଦରଠାରୁ ୪୬ କିଲୋମିଟର ଦୂରବର୍ତ୍ତୀ ହୋଇଥ#ବା ବେଳେ ବାଲେଶ୍ୱରଠାରୁ ୪୫ କିଲୋମିଟର ଦୂରରେ ତୁଡିଗାଡିଆ ଓ ଭଦ୍ରକ ଠାରୁ ଅନୁରୂପ ଦୂରତ୍ୱରେ ଇରମ ଅବସ୍ଥିତା

Share in top social networks!