ହମାରା ବଚପନ୍ ଶିଶୁ ପ୍ରତିନିଧିମାନଙ୍କ ଦ୍ୱାରା ଶିଶୁ ଯୋଜନାର ଉପସ୍ଥାପନା

nefପ୍ରତ୍ୟେକ ଶିଶୁମାନେ କାଳୀରେ ନିଜ ହାତକୁ ରଙ୍ଗେଇ ଚିତ୍ର ଆଙ୍କିବା ପାଇଁ ପସନ୍ଦ କରନ୍ତି, ମାତ୍ର ଓ.ୟୁ.ଏ.ଟି. ଫାର୍ମଗେଟ୍ ବସ୍ତିର ଶିଶୁମାନେ ନିଜ ବସ୍ତି ଏବଂ ଏହାର ପରିସୀମାର ବିଭିନ୍ନ ଆବଶ୍ୟକତା କୁ “ସାମାଜିକ ମାନଚିତ୍ର” ମାଧ୍ୟମରେ ଦର୍ଶାଇବା ପାଇଁ ପ୍ରୟାସ କରିଛନ୍ତି । ବସ୍ତିର ପ୍ରାୟ ୪୫ ଜଣ ଶିଶୁମାନେ ମାନଚିତ୍ରର ଏକ ଶୃଂଖଳା ପ୍ରସ୍ତୁତ କରି ବସ୍ତିର ସମସ୍ୟା ଏବଂ ଆବଶ୍ୟକତାକୁ ପ୍ରର୍ଦଶନ କରିଛନ୍ତି । ଏହି ଶିଶୁମାନେ ହମାରା ବଚପନ୍ ଶିଶୁ କ୍ଲବର ସଭ୍ୟ, ଯାହାକି ଶିଶୁମାନଙ୍କୁ ଏହି “ସାମାଜିକ ମାନଚିତ୍ର” ପ୍ରସ୍ତୁତିରେ ସହାୟକ ହୋଇଥିଲା ।
ବସ୍ତିଗଡ଼ିକ ପାଇଁ ହାତ ତିଆରି “ମାନଚିତ୍ର”ପାଇଁ ହମାରା ବଚପନ ଅଭିଯାନ ନାଗରିକ କ୍ରାନ୍ତିକାରୀ ଆନେ୍ଦାଳନ ପାଇଁ ଅଭିଯାନ ଆହ୍ୱାନ କରିଛି, ଯେଉଁଥିରେ କି ଶିଶୁମାନଙ୍କର ଆବଶ୍ୟକୀୟ ସର୍ତ ଗୁଡ଼ିକ ସ୍ଥାନିତ ହୋଇଥିବ । ଏହା ହେଉଛି ଶିଶୁ ନେତୃତ୍ୱ ଯୋଜନାର ଏକ ମୁଖ୍ୟ ଅଂଶ, ଯାହାକି ବସ୍ତିର ଶିଶୁମାନଙ୍କୁ ସେମାନଙ୍କ ସୁସ୍ଥ ଏବଂ ନିରାପଦ ପରିବେଶରେ ରହିବାର ଅଧିକାର ସମ୍ପର୍କରେ ଅବଗତ କରାଇ ସେମାନଙ୍କୁ ଶସକ୍ତ କରାଇଥାଏ ।
ବସ୍ତିର ସମସ୍ୟା ଦିନକୁ ଦିନ ବଢି ଚାଲିଛି, ବସ୍ତିର ଚାଇଲଡ୍ କ୍ଲବର ଶିଶୁମାନେ ସରକାରୀ ପ୍ରତିନିଧିମାନଙ୍କୁ ଆମନ୍ତ୍ରିତ କରି ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ଯେଉଁଥିରେ କି ସେମାନେ ନିଜେ ପ୍ରସ୍ତୁତ କରିଥିବା ନିଜ ସ୍ୱପ୍ନର ଯୋଜନା ଏବଂ ଆବଶ୍ୟକତାକୁ ଉପସ୍ଥାପନା କରିଛନ୍ତି । ଏକ ଡଚ୍ ଫାଉଣ୍ଡେସନ ବି.ଭି.ଏଲ.ଏଫ. ର ପ୍ରତିନିଧି ଧରିତ୍ରୀ ପଟ୍ଟନାୟକ, ମାଇକେଲ ଫିଗଲସନ, ଷ୍ଟିଭେନ୍ କାମ୍ଫେର ଏବଂ ମେଲିଣ୍ଡାଙ୍କ ଉପସ୍ଥିତିରେ ଚାଇଲଡ୍ କ୍ଲବ୍ ସଦସ୍ୟମାନେ ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର ଶ୍ରୀମତୀ କେ.ଶାନ୍ତିଙ୍କୁ ପ୍ରସ୍ତୁତ ହୋଇଥିବା ସ୍ୱପ୍ନର ଯୋଜନାର ଉପସ୍ଥାପନା କରିଥିଲେ । “ଦେଶ ବାହାରୁ ଆସଥିବା ଅତିଥିମାନଙ୍କୁ ମୁଁ ଭୁବନେଶ୍ୱରକୁ ସାଦର ସ୍ୱାଗତ ଜଣାଉଛି, ବସ୍ତି ର ଶିଶୁମାନଙ୍କ ନିଜ ବାସସ୍ଥାନ ଏବଂ ସୁସ୍ଥ ପରିବେଶ ସମ୍ପର୍କରେ ଅବଗତ କରାଇକି ସେମାନଙ୍କ ସୁସ୍ଥ ପରିବେଶ ପାଇଁ କାର୍ଯ୍ୟ କରୁଥିବାରୁ ମୁଁ ହମାରା ବଚପନ୍ ଅଭିଯାନକୁ ଅଭିନନ୍ଦନ ଜଣାଉଅଛି” ବୋଲି ମେୟର ଶ୍ରୀ ଜେନା ଆନନ୍ଦ ପ୍ରକାଶ କରିଛନ୍ତି ।
ଗୋଟିଏ ସପ୍ତାହ ଧରି ବସ୍ତିର ବିଭିନ୍ନ ସମସ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହରେ କଠିନ ପରିଶ୍ରମ କରିବା ପରେ ଶେଷରେ ଏହି ଶିଶୁମାନେ ସଫଳତାର ସହ “ସାମାଜିତ ମାନଚିତ୍ର ବା ସୋସିଆଲ୍ ମ୍ୟାପିଙ୍ଗ୍”ପ୍ରସ୍ତୁତ କରିପାରିଛନ୍ତି । ଯେଉଁଥିରେ କି ସେମାନେ ନିଜର ବିଭିନ୍ନ ଦାବୀ ଏବଂ ବସ୍ତିର ଆବଶ୍ୟକତା ସମ୍ପର୍କରେ ଦର୍ଶାଇଥିଲେ ।
“ଆମେ ପ୍ରତ୍ୟେକ ଘରେ ଶୈାଚାଳୟ ଚାହୁଁଛୁ, ଶୌଚାଳୟ ନଥିବା ହେତୁ ଆମକୁ ନିଜ ନିତ୍ୟକର୍ମ କରିବା ପାଇଁ ପ୍ରତ୍ୟେକ ଦିନ ଖୋଲା ପଡ଼ିଆକୁ ଯିବାକୁ ପଡ଼ିଥାଏ ଏବଂ ଏହା ପାଇଁ ମଧ୍ୟ ଆମେ ଅନ୍ଧାର ହେବାକୁ ଅପେକ୍ଷା କରିଥାଉ, ସକାଳେ ଶୀଘ୍ର ଉଠିବାକୁ ପଡ଼ିଥାଏ କାରଣ ସକାଳ ପାଇଗଲେ ଲୋକମାନଙ୍କ ଭିଡ଼ରେ ଆମକୁ ଲାଜ ଲାଗିଥାଏ । ବେଳେବେଳେ କମ୍ମୁନିଟି ଶୌଚାଳୟରେ ମଧ୍ୟ ତାଲା ପଡ଼ିଥାଏ, ତେଣୁ ଆମକୁ ପ୍ରତ୍ୟେକ ଘରେ ଶୌଚାଳୟ ଦରକାର” ବୋଲି, ୧୩ ବର୍ଷିୟ ନାରାୟଣ ପ୍ରକାଶ କରିଛନ୍ତି ।
“ଆମେ ଚାହୁଁଛୁ ଆମ ବସ୍ତିରେ ମଧ୍ୟ ଖେଳ ପଡ଼ିଆ ହେଉ, ଖେଳ ପଡ଼ିଆର ଅଭାବ ହେତୁ ଆମକୁ ବାଧ୍ୟ ହୋଇ ରାସ୍ତାରେ ଖେଳିବାକୁ ପଡ଼ିଥାଏ ଯେଉଁଥି ପାଇଁ କି ବହୁତ ସମୟରେ ଶିଶୁମାନେ ଦୁଃର୍ଘଟଣାର ଶିକାର ହୋଇଥାନ୍ତି, ଏହାଛଡ଼ା ବସ୍ତି ଗୁଡ଼ିକରେ ଥିବା ଡ୍ରେନ୍ ଗୁଡ଼ିକ ବିଭିନ୍ନ ସମୟରେ ଖୋଲା ରହୁଛି, ଯେଉଁଥିରେ କି ଶିଶୂୁମାନେ ପଡ଼ିଯିବାର ସମ୍ଭାବନା ରହିଛି ବୋଲି ୧୪ ବର୍ଷିୟ ଶ୍ରଦ୍ଧାଂଜଳି ପ୍ରକାଶ କରିଛନ୍ତି ।
ନାରାୟଣ ଏବଂ ଶ୍ରଦ୍ଧାଜଂଳି ଭଳି ଅନେକ ଶିଶୁ ଅଛନ୍ତି ଯେଉଁମାନେ କି ପ୍ରତ୍ୟେକ ଦିନ ଏହି ସମସ୍ୟା ଗୁଡ଼ିକର ସମ୍ମୁଖୀନ ହେଉଛନ୍ତି ଯେଉଁମାନେ କି ନିଜ ସମସ୍ୟାର ଦୁରିକରଣ ଏବଂ ଏକ ସୁସ୍ଥ ବାତାବରଣ ପାଇଁ ଅପେକ୍ଷା କରିଛନ୍ତି ।
“ଏହା ହେଉଛି ଏକ ପରିବର୍ତନ ଯେ, ଆଜି ଶିଶୁମାନେ ନିଜ ସୁସ୍ଥ ବାତାବରଣ ପାଇଁ ଯୋଜନାରେ ସାମିଲ ହେଉଛନ୍ତି ଏବଂ ନିତୀଗତ ସ୍ଥରରେ ପରିବର୍ତନ ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି । ସ୍ମାର୍ଟ ସିଟି କେବଳ ଯେ, ଉନ୍ନତ ବୈଷୟିକ ନ ହୋଇ ଶିଶୁ ଉପଯୋଗୀ ମଧ୍ୟ ହେବା ଦରକାର” ବୋଲି ଅଭିଯାନ ର ଜାତୀୟ ସଂଯୋଜିକା ପ୍ରୀତି ପ୍ରଦା ପ୍ରକାଶ କରିଛନ୍ତି ।
“ବହୁତ ସମୟରେ ଶିଶୁମାନଙ୍କୁ ନାଗରିକ ଭାବେ ଗଣନା କରାଯାଇ ନଥାଏ କାରଣ ସେମାନେ ଶିଶୁ, ସେମାନଙ୍କୁ କେବଳ ଭବିଷ୍ୟତର ନାଗରିକ ଭାବେ ଚିନ୍ତା କରାଯାଏ । ଯେଉଁ ଶିଶୁମାନେ ନିଜ ବସ୍ତି ମାନଙ୍କରେ ପରିବର୍ତନ ଆଣିବାକୁ ଚାହୁଁଛନ୍ତି ସେମାନଙ୍କ ସ୍ୱର ଉତୋଳନରେ ଏହା ହେଉଛି ଏକ ବିକାଶ ପ୍ରସ୍ତାବ” ବୋଲି ବି.ଭି.ଏଲ.ଏଫ୍. ର ଭାରତୀୟ ପ୍ରତିନିଧୀ ଶ୍ରୀମତୀ ଧରିତ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Share in top social networks!