ରାସ୍ ପକ୍ଷରୁ ଫ୍ୟାସନ ଭରା ପ୍ରଥମ ବର୍ଷ ପାଳନ

rashmiହାଇଫ୍ୟାସନଯୁକ୍ତ ହ୍ୟାଣ୍ଡଲୁମ୍ ଡିଜାଇନ୍ ଷ୍ଟୁଡିଓ ଏବଂ ଆକର୍ଷଣୀୟ ପାରମ୍ପରିକ ପୋଷାକ ଡିଜାଇନ୍ କ୍ଷେତ୍ରରେ ଏକ ନୂତନ ପରିବର୍ତ୍ତନ ଆଣିପାରିଥିବା ‘ରାସ୍’ ଚଳିତ ସପ୍ତାହରେ ଏହାର ପ୍ରଥମ ବାର୍ଷିକୀ ପାଳନ କରୁଅଛି । ଏହି ବାର୍ଷିକୀ ପାଳନର ଆନନ୍ଦମୟ ମୁହୂର୍ତ୍ତରେ ରାସ୍ ତରଫରୁ ଏଣ୍ଡ୍ ଅଫ୍ ସିଜିନ୍ ସେଲ୍ ଏବଂ ପ୍ରଥମ ବାର୍ଷିକୀ ଅଫର ଭଳି ଦୁଇଟି ମନଲୋଭା ଅଫର ଆରମ୍ଭ ହୋଇଛି । ଓଡିଶାର ଶ୍ରେଷ୍ଠ ଇକ୍କତର ପ୍ରଦର୍ଶନ ସହିତ ଓଡିଶା ହ୍ୟାଣ୍ଡଲୁମ୍ ରେ ଅତ୍ୟାଧୁନିକତାର ଛାପ ଦେଇ ଏହାର ବ୍ୟାପକ ପ୍ରସାର ରାସ୍ ର ଲକ୍ଷ୍ୟ ।
ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ଫେବୃୟାରୀ ୨୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଦୁଇ ଏଣ୍ଡ୍ ଅଫ୍ ସିଜିନ୍ ସେଲ୍ ଏବଂ ପ୍ରଥମ ବାର୍ଷିକୀ ଅଫର ପ୍ରଦର୍ଶନୀରେ ଉଭୟ ମହିଳା ଏବଂ ପୁରୁଷମାନଙ୍କ ପାଇଁ ଡିଜାଇନର ପୋଷାକ ଆଦି ପ୍ରଦର୍ଶିତ ହେବ । ରାସ୍ର ଏହି ପ୍ରଦର୍ଶନୀରେ ଓଡିଶାର ଶ୍ରେଷ୍ଠ ପାରମ୍ପରିକ ବୟନ କୌଶଳ ଯେପରିକି ଇକ୍କତ୍, ବୋମ୍କାଇ, ସମ୍ବଲପୁରୀ, ପଶାପାଲ୍ଲି ଏବଂ ଅତ୍ୟାଧୂନିକ ଫ୍ୟାସନ୍ ଡିଜାଇନ୍ର ମିଳିତ ସମ୍ମିଶ୍ରଣରେ ପ୍ରସ୍ତୁତ ହୋଇଥିବା ପରିଧାନର ସମ୍ଭାର ଏଠାରେ ଦେଖିବାକୁ ମିଳିବ । ଏହାସହିତ ସଦ୍ୟତମ ଫ୍ୟାସନ ଏବଂ ଡିଜାଇନ୍ ଟ୍ରେଣ୍ଡର ଛାପ ମଧ୍ୟ ଏହି ପାରମ୍ପରିକ ବୟନ କୌଶଳରେ ଦେଖିବାକୁ ମିଳିବ । ଉକ୍ତ ପ୍ରଦର୍ଶନୀରେ ରାସ୍ର ବଛାବଛା ଅନାରକଲି, କୁର୍ତ୍ତୀ, ଶାଢୀ, ଲେହେଙ୍ଗା, ଷ୍ଟୋଲ, କୋଟ୍, ସ୍ରଗ, ହୋମ୍ ଫଣ୍ଣିସିଙ୍ଗ୍ ସମେତ ଡିଜାଇନଯୁକ୍ତ ପାରମ୍ପରିକ ଓଡିଆ ବୟନ କୌଶଳରୁ ନିର୍ମିତ ପୋଷାକର ଫ୍ରେସ୍ କଲେକ୍ସନ ଏବଂ ରାସ୍ ଦ୍ୱାରା ପ୍ରସ୍ତୁତ ଆହୁରି ଅନେକ ଟ୍ରେଣ୍ଡୀ ଡିଜାଇନ୍ର ପୋଷାକ ମଧ୍ୟ ଉପଲବ୍ଧ ହେବା । ରାସ୍ର ଫ୍ୟାସନ ଭରା ପ୍ରଥମ ବାର୍ଷିକୀ ପାଳନ ଅବସରରେ ଆୟୋଜିତ ପ୍ରଦର୍ଶନୀରେ ବାଙ୍ଗାଲୋର ଫ୍ୟାସନ ସପ୍ତାହ କଲେକ୍ସନ ମଧ୍ୟ ପ୍ରଦର୍ଶିତ ହେବ । ଏହି ପ୍ରଦର୍ଶନୀ ସକାଳ ୧୦.୩୦ରୁ ରାତ୍ରି ୮.୩୦ ପର୍ଯ୍ୟନ୍ତ ଖୋଲା ରହିବ ।
ରାସ୍ ଡିଜାଇନ୍ ଷ୍ଟୁଡିଓର ପ୍ରଥମ ବାର୍ଷିକୀ ପାଳନ ଅବସରରେ ଏହାର ସଂସ୍ଥାପକ ତଥା ମୁଖ୍ୟ ଉଦ୍ୟୋକ୍ତା ଶ୍ରୀମତୀ ରଶ୍ମୀ ମହାପାତ୍ର କୁହନ୍ତି “ ଆମ୍ଭେ କ୍ରମାଗତ ଭାବେ ଗ୍ରାହକମାନଙ୍କର ଆବଶ୍ୟକତା ଏବଂ ଟ୍ରେଣ୍ଡ୍କୁ ନିରୀକ୍ଷଣ କରିଆସୁଛୁ ଏବଂ ଯେହେତୁ ଆମ୍ଭେ ଏକ ବର୍ଷ ହେବ ଏହି ବ୍ୟବସାୟ ସହିତ ଜଡିତ ଅଛୁ ତେଣୁ ଓଡିଶାର ଦକ୍ଷ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ଅତ୍ୟାଧୁନିକତାର ଛାପ ରହିଥିବା ଓଡିଶା ହ୍ୟାଣ୍ଡଲୁମ୍ର ଏକ ଆକର୍ଷଣୀୟ କଲେକ୍ସନ ଆମ ଷ୍ଟୁଡିଓରେ ଆଣିଆସିଛୁ । ଏହା ଆମର ଗ୍ରାହକମାନଙ୍କର ଚାହିଦା ଏବଂ ପସନ୍ଦକୁ ପୂରଣ କରିବାରେ ସମର୍ଥ ହେବାରେ ସକ୍ଷମ ହେବ ।” ଅତ୍ୟାଧୁନିକ ଟ୍ରେଣ୍ଡ୍ ଏବଂ ଫ୍ୟାସନ ନିମନ୍ତେ ଆଗ୍ରହୀ ଗ୍ରାହକମାନେ ଏହି ପ୍ରଦର୍ଶନୀ ଅବସରରେ ଆର୍ନ୍ତଜାତୀୟ ଖ୍ୟାତିସମ୍ପନ ଫ୍ୟାସନ ଡିଜାଇନର ପ୍ରୀତମ ପଣ୍ଡାଙ୍କ ଠାରୁ କିପରି ପୋଷାକ ପରିଧାନ କଲେ ଜଣେ ଆକର୍ଷଣୀୟ ଦେଖାଯିବା ସହିତ ନିଜକୁ ସ୍ୱତନ୍ତ ଅନୁଭବ କରିବେ ସେସମ୍ପର୍କରେ ବ୍ୟକ୍ତିଗତଭାବେ ପରାମର୍ଶ କରିବା ସହ ଟିପ୍ସ ପାଇପାରିବେ ବୋଲି ଶ୍ରୀମତୀ ମହାପାତ୍ର ସୂଚନା ଦେଇଛନ୍ତି ।
ରାସ୍ରେ ଉପଲବ୍ଧ ପରିଧାନଗୁଡିକରେ ଇକ୍କତ ପୂର୍ବଠାରୁ ଅଧିକ ଏବଂ ମନମୋହିବାଭଳି ସ୍ୱତନ୍ତ୍ର ଢଙ୍ଗରେ ପ୍ରସ୍ତୁତ ହୋଇଛି । ଆର୍ନ୍ତଜାତୀୟ ଫ୍ୟାସନ୍ ଡିଜାଇନର ପ୍ରୀତମ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଠିତ ରଶ୍ମି ମହାପାତ୍ରଙ୍କ ଡିଜାଇନ୍ ଟିମ୍ ଦ୍ୱାରା ପ୍ରଦତ୍ତ ଡିଜାଇନକୁ ଓଡିଶାର ବଛାବଛା ବୁଣାକାରମାନେ ପ୍ରସ୍ତୁତ କରିଥାଆନ୍ତି । ହାଇ ଫ୍ୟାସନ ଗାର୍ମେଣ୍ଟ୍ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ଡିଜାଇନ୍ରମାନେ ଏହି ପରିଧାନଗୁଡିକୁ ନିର୍ମାଣ କରିଥାଆନ୍ତି । ସିଙ୍ଗଲ୍ ପିସ୍ରେ ରାସ୍ ଦ୍ୱାରା ପ୍ରସ୍ତୁତ ଓଡିଶାର ହ୍ୟାଣ୍ଡଲୁମ୍ ଶାଢୀ, ଡ୍ରେସ୍ ଇତ୍ୟାଦି ବାସ୍ତବରେ ଅନନ୍ୟ ।

Share in top social networks!