କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀଙ୍କ କୃଷି କର୍ମଣ ପୁରସ୍କାର ସମ୍ବନ୍ଧୀୟ ବିବୃତି

maharathyଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ବର୍ଗ ରାଜ୍ୟ ସମୂହ ମଧ୍ୟରେ ପ୍ରଥମ ସ୍ଥାନ ଅଧ#କାର କରିଥ#ବାରୁ ୨୦୧୩-୧୪ ମସିହା ପାଇଁ କୃଷି କର୍ମଣ ପୁରସ୍କାର ଲାଭ କରିଛି । କୃଷି ବିଭାଗର ନିଷ୍ଠାପର ଓ ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ଆମ ରାଜ୍ୟ ତୃତୀୟଥର ପାଇଁ କେନ୍ଦ୍ର ସରକାରଙ୍କ ମର୍ଯ୍ୟାଦାପୂର୍ଣ ଜାତୀୟ କୃଷି କର୍ମଣ ପୁରସ୍କାର ପାଇ ପାରିଛି ।

ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାର ସୁରତଗଡଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଏହି ପୁରସ୍କାର ଦେଇଛନ୍ତି ଓ ମୁଁ ଏହି ପୁରସ୍କାର ଗ୍ରହଣ କରିଛି । କୃଷି କର୍ମଣ ପୁରସ୍କାର ରାଶି ବାବଦକୁ ୫ କୋଟି ଟଙ୍କା, ଟ୍ରଫି ଓ ମାନପତ୍ର ମିଳିଛିା ଏହା ଆମ ରାଜ୍ୟ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟା ଏହି ସମାରୋହରେ ରାଜ୍ୟର ଦୁଇ ଜଣ ଅଗ୍ରଣୀ ଚାଷୀଙ୍କୁ ଧାନ ଉତ୍ପାଦନରେ ସର୍ବୋଚ୍ଚ ସ୍ଥାନ ହାସଲ କରିଥ#ବାରୁ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ରାଧାମୋହନ ସିଂ ପୁରସ୍କୃତ କରିଛନ୍ତିା ପୁରୁଷବର୍ଗରେ ବଲାଙ୍ଗୀର ଜିଲ୍ଲାର ଶ୍ରୀ ନିରାକାର ଧରୁଆ ଓ ମହିଳାବର୍ଗରେ ଖୋର୍ଦ୍ଧା ଜିଲ୍ଲାର ଶ୍ରୀମତୀ ନିରୂପମା ମହାନ୍ତି ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଓ ମାନପତ୍ର ପାଇଛନ୍ତିା

ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସଦାସର୍ବଦା କୃଷିକୁ ସର୍ବାଧ#କ ଗୁରୁତ୍ୱ ଦେଇ ଆସିଛନ୍ତିା ଗତ ଦୁଇ ବର୍ଷ ହେବ ସ୍ୱତନ୍ତ୍ର କୃଷି ବଜେଟ୍ ପ୍ରସ୍ତୁତ ହୋଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ବଜେଟ୍ର ମୁଖ୍ୟଭାଗକୁ କୃଷି ପାଇଁ ଆବଣ୍ଟିତ କରାଯାଉଛିା ତାଙ୍କ ନିରବଚ୍ଛିନ୍ନ
ପ୍ରୟାସ ଯୋଗୁଁ ଓଡ଼ିଶା ଖାଦ୍ୟଶସ୍ୟ ଉତ୍ପାଦନରେ ରେକର୍ଡ ହାସଲ କରିପାରିଛିା ବିଗତ ୨୦୧୦-୧୧ ଓ ୨୦୧୨-୧୩ରେ ଓଡ଼ିଶା ଖାଦ୍ୟଶସ୍ୟ ଉତ୍ପାଦନରେ ଉତ୍କର୍ଷ ପାଇଁ ସର୍ବଭାରତୀୟ ସ୍ତରରେ କୃଷି କର୍ମଣ ପୁରସ୍କାର ଲାଭ କରିଥ#ଲାା ଚଳିତବର୍ଷକୁ ମିଶାଇ ଆମ ରାଜ୍ୟ ଏହି କୃଷି କର୍ମଣ ପୁରସ୍କାର ତିନିଥର ପାଇ ସାରିଲାଣିା ଫାଇଲିନ୍ ବାତ୍ୟା, ପରବର୍ତ୍ତୀ ପ୍ରବଳ ବୃଷ୍ଟି ଓ ଅନ୍ୟ ପ୍ରାକୃତିକ ଦୁର୍ବିପାକ ଯୋଗୁଁ ରାଜ୍ୟର ବିଭିନ୍ନ ଫସଲ ଉତ୍ପାଦନ ପ୍ରଭାବିତ ହୋଇଥ#ଲେ ହେଁ ସମୟୋପଯୋଗୀ ପଦକ୍ଷେପ ନେଇ ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ଯୋଗୁଁ
ଏହି ପୁରସ୍କାର ମିଳିପାରିଛି । ୨୦୧୨-୧୩ରେ ସମସ୍ତ ରେକର୍ଡ ଭଙ୍ଗ କରି ଆମର କୃଷି ଉତ୍ପାଦନ ୧୧୪ ଲକ୍ଷ
ମେଟି୍ରକ୍ ଟନ୍ ହୋଇପାରିଥ#ବା ବେଳେ ୨୦୧୪-୧୫ରେ ଏହା ୧୨୦ ଲକ୍ଷ ଟନ୍ରେ ପହଞ୍ଚିବ ବୋଲି କୃଷି ବିଭାଗ
ପକ୍ଷରୁ ଆକଳନ କରାଯାଇଛି ।

ପ୍ରାଣୀଧନ ନିରୀକ୍ଷକ ସଂଘର ୨୨ତମ ସାଧାରଣ ଅଧ#ବେଶନରେ ଯୋଗଦେଇ ମୁଁ ଅତ୍ୟନ୍ତ ଖୁସି । ଗୋ-ସମ୍ପଦ ଓ ପ୍ରାଣୀ ସମ୍ପଦର ଅଭିବୃଦ୍ଧି କ୍ଷେତ୍ରରେ ପ୍ରାଣୀଧନ ନିରୀକ୍ଷକମାନଙ୍କ ଭୂମିକା ବେଶ୍ ମହତ୍ତ୍ୱପୂର୍ଣ । ଗୋ-ସମ୍ପଦର ସୁରକ୍ଷା ନିମନ୍ତେ ଟୀକାକରଣ, କୃତି୍ରମ ପ୍ରଜନନ, ଘାସଚାଷ, ବାଛୁରୀ ପାଳନ ଯୋଜନା କାର୍ଯ୍ୟକାରୀ କରିବା, କୁକୁଡ଼ା ପାଳନ, ଘୁଷୁରୀ ପାଳନ, ମେଷ ପାଳନ, ଛେଳି
ପାଳନ, ଗୋ-ପାଳନ କରିବା ପାଇଁ ଆଜିର ଶିକ୍ଷିତ ବେକାରୀମାନଙ୍କୁ ଉତ୍ସାହିତ କରିବା ଆଦି ସେମାନଙ୍କ ଦ୍ୱାରା ସମାହିତ ହୋଇଥାଏ । ଗରିବ ଚାଷୀ ଭାଇ,ଭଉଣୀ ତଥା ସାଧାରଣ ଜନତାଙ୍କ ହିତ ନିମନ୍ତେ ସେମାନେ କର୍ତ୍ତବ୍ୟନିଷ୍ଠ ଭାବେ ଦାୟିତ୍ୱ ସମ୍ପାଦନ
କରିଥାନ୍ତି । ବିଶେଷକରି ଗୋ-ସମ୍ପଦର ସୁରକ୍ଷା, ରାଜ୍ୟରେ ଦୁU, ମାଂସ, ଅଣ୍ଡା, ପ୍ରୋଟିନଯୁକ୍ତ ଖାଦ୍ୟର ୨
ଚାହିଦା ମେଣ୍ଟାଇବା ସହ ଏକ ସୁସ୍ଥ ମାନବ ସମ୍ପଦ ଗଠନରେ ସହାୟକ ହୋଇଥାନ୍ତି । ରାଜ୍ୟର ବେକାରୀ ଦୂରୀକରଣରେ ସେମାନଙ୍କର ଅବଦାନ ରହିଥାଏ ।

ଆଜି ଆମ ରାଜ୍ୟ ଦୁU, ମାଂସ, ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ପଡ଼ୋଶୀ ରାଜ୍ୟ ତୁଳନାରେ ସ୍ୱାବଲମ୍ବୀ ହୋଇପାରିଛି । ପ୍ରାଣୀଧନ ନିରୀକ୍ଷକଙ୍କ ନିଷ୍ଠା ଓ ଦକ୍ଷତା ଯୋଗୁଁ ଏହା ଅନେକାଂଶରେ ସମ୍ଭବ ହୋଇପାରିଛି । ବିଭିନ୍ନ ସମୟରେ ସରକାରଙ୍କ ଦ୍ୱାରା ଗୋ ଓ ପଶୁ ସମ୍ପଦର ଅଭିବୃଦ୍ଧି ନିମନ୍ତେ କାର୍ଯ୍ୟକାରୀ କରାଯାଉଥ#ବା ବିଭିନ୍ନ ଜନହିତକର ଯୋଜନାର ତୃଣମୂଳ ସ୍ତରରେ ସଫଳ ରୂପାୟନ ପ୍ରାଣୀଧନ
ନିରୀକ୍ଷକଙ୍କ ଯୋଗୁଁ ସମ୍ଭବ ହୋଇପାରିଛି । ଆପଣମାନେ ଶୁଣି ଖୁସି ହେବେ, ବର୍ତ୍ତମାନ ସରକାରଙ୍କ ଦ୍ୱାରା ଆଦାୟ ହେଉଥ#ବା ସେବା କର
ଅର୍ଥକୁ ଯଦି ହିସାବକୁ ନିଆଯାଏ ତେବେ ଏହି ବିଭାଗର ଶତକଡ଼ା ୭୦ ଭାଗ ସେବା କର ରାଜ୍ୟର ପ୍ରାଣୀଧନ ୩
କେନ୍ଦ୍ରରୁ ହିଁ ଆପଣମାନେ ସଂଗ୍ରହ କରିଥାନ୍ତି ।

ରାଜ୍ୟର ସମସ୍ତ କର୍ମଚାରୀ ଓ ଅଧ#କାରୀମାନଙ୍କ କ୍ୟାଡର ଭଳି ଆପଣମାନଙ୍କର ମଧ୍ୟ କେତେକ ଦାବି ରହିଛି । ବିଭାଗର ମନ୍ତ୍ରୀ ଭାବେ ମୁଁ ନ୍ୟାୟୋଚିତ ଦାବିଗୁଡ଼ିକୁ ପୂରଣ କରିବା ଦିଗରେ ନିଷ୍ଠାପର ପଦକ୍ଷେପ ନେବି ।

ଗୋପାଳନ, ଗୋସମ୍ପଦ ସୁରକ୍ଷା ଓ ପ୍ରାଣୀ ସମ୍ପଦର ଅଭିବୃଦ୍ଧି ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟରତ ସମସ୍ତ ପ୍ରାଣୀଧନ ନିରୀକ୍ଷକମାନଙ୍କୁ ମୁଁ ଏହି
ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି । ଆମ ରାଜ୍ୟର ସମସ୍ତ ଚାଷୀଭାଇମାନେ ଗୋପାଳନକୁ ଆପଣେଇ ଦୁUର ବନ୍ୟା ସୃଷ୍ଟି କରିବା ପାଇଁ ଆପଣମାନେ ନିଷ୍ଠାପର ଅବଦାନ ଦେଇ ଚାଲନ୍ତୁ, ଏହା ହିଁ ମୋର ଆହ୍ୱାନ ।

Share in top social networks!