ଉତ୍କଳ ସାମ୍ବାଦିକ ସଂଘର ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ କରିବା ପାଇଁ ଶ୍ରମ କମିଶନରଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶ

ରାଜ୍ୟର ସର୍ବପୁରାତନ ଓ ବୃହତ୍ତମ ସାମ୍ବାଦିକ ସଂଗଠନ ଉତ୍କଳ ସାମ୍ବାଦିକ ସଂଘର ସ୍ୱଚ୍ଛ ଓ
ନିରପେକ୍ଷ ନିର୍ବାଚନ କରାଇବା ପାଇଁ ଓଡ଼ିଶା ଉଚ୍ଚନ୍ୟାୟାଳୟ ରାଜ୍ୟ ଶ୍ରମକମିଶନର ତଥା ଟ୍ରେଡ଼ ୟୁନିୟନ ରେଜିଷ୍ଟାରଙ୍କୁ
ନିର୍ଦେଷ ଦେଇଛନ୍ତି ।ଫେବୃୟାରି ୨୨ ତାରିଖରେ ହେବାକୁ ଥିବା ସଂଘର ସାଧାରଣ ନିର୍ବାଚନ ପରିଚାଳନାରେ ସଂଘ
ସଭାପତି ଓ କାର୍ଯ୍ୟକାରୀ କମିଟିଦ୍ୱାରା ମନୋନିତ ନିର୍ବାଚନ ଅଧିକାରୀଙ୍କ ମନୋମୁଖୀ ଓ ସଂଘ ବିରୋଧୀ ତଥା ସଂଘର
ସଂବିଧାନ ବିରୋଧୀ କାର୍ଯ୍ୟ ବିରୁଦ୍ଧରେ କେତେକ କର୍ମକର୍ତ୍ତା ଓ କାର୍ଯ୍ୟକାରୀ କମିଟି ସଭ୍ୟ ଓଡ଼ିଶା ହାଇକୋର୍ଟରେ ଏକ
ରିଟ ପିଟିସନ ଦାଖଲ କରି ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ କରାଇବା ପାଇଁ ଶ୍ରମକମିଶନରଙ୍କୁ ନିଦେ୍ର୍ଧଶଦେବାକୁ କୋର୍ଟଙ୍କୁ
ପ୍ରାର୍ଥନା କରିଥିଲେ ।

୨୪୪୦/୧୫ ନମ୍ବରରେ ଗତ ଫେବୃୟାରୀ ୧୧ ତାରିଖ ଦିନ ଦାଖଲ ହୋଇଥିବା ଉକ୍ତ ରିଟ୍
ପିଟିସନକୁ କୋର୍ଟ ଗ୍ରହଣ କରି ଆବେଦନକାରୀଙ୍କ ଆପତ୍ତି ଓ ତାଙ୍କ ଲିଖି୍ତ ଆବେଦନକୁ ଭତ୍ତ୍ିକରି ଆଇନ ଅନୁଯାୟୀ
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ସଂଘର ସ୍ୱଚ୍ଛ ନିରପେକ୍ଷ ନିର୍ବାଚନ କରିବାକୁ ଶ୍ରମକମିଶନରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
ସଂଘର ସାଧାରଣ ନିର୍ବାଚନ ପରିପେକ୍ଷିରେ ନିର୍ବାଚନ ଅଧିକାରୀଙ୍କ ଅଗଣତାନ୍ତ୍ରୀକ କାର୍ଯ୍ୟପାଇଁ ଗତ ୮ ତାରିଖ ସଂଘର
କାର୍ଯ୍ୟକାରୀ କମିଟି ବୈଠକରେ ତାଙ୍କୁ ବହିଷ୍କାରକରାଯିବା ସହ ସଂଘ ନିର୍ବାଚନକୁ ଅର୍ନିଦ୍ଧିଷ୍ଠ କାଳ ପାଇଁ ସ୍ତଗିତ ରଖିବାକୁ
ନିଷ୍ପତ୍ତି ହୋଇଥିଲା । ଏହି ନିଷ୍ପତ୍ତି ସଭାପତିଙ୍କ ସ୍ୱାକ୍ଷରରେ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଏହାକୁ ନେଇ ବିବାଦ
ଉପୁଜିବାରୁ ଓଡ଼ିଶା ଉଚ୍ଚନ୍ୟାୟାଳୟକୁ ମାମଲା ଯାଇଥିଲା । କୋର୍ଟଙ୍କ ଆଦେଶ ଫେବୃୟାରୀ ୨୧ ତାରିଖ ଶ୍ରମକମିଶନରଙ୍କୁ
ପ୍ରଦାନ କରାଯାଇଅଛି ।

Share in top social networks!