ଭିତରକନିକା-ଗହୀରମଥା ଫଟୋ ପ୍ରଦର୍ଶନୀ ଉଦଯାପିତ

କେନ୍ଦ୍ରପଡା ଡେଭେଲପମେଣ୍ଟ ଫାଉଣ୍ଡେସନ୍ ପକ୍ଷରୁ ୨୯ ତାରିଖରୁ ଜୟଦେବ ଭବନରେ ଆରମ୍ଭ ହୋଇଥିବା ଫଟୋ ପ୍ରଦର୍ଶନୀ ‘ଭିତରକନିକା-ଗହୀରମଥା: ନେଚର୍ସ ପାରାଡାଇଜ୍’ ଆଜି ଉଦଯାପିତ ହୋଇଯାଇଛି | ଦୁଇ ଦିନ ଧରି ଭିତରକନିକା ଓ ଗହୀରମଥାର ଅପରୂପ ସୌନ୍ଦର୍ଯ୍ୟକୁ ଦର୍ଶକ ମାନେ ଫଟୋ ମାଧ୍ୟମରେ ଦେଖିବାର ସୁଯୋଗ ପାଇଥିଲେ |

କେନ୍ଦ୍ରାପଡା ଜିଲ୍ଲାର ଏହି ଦୁଇଟି ସ୍ଥାନ ର ସୌନ୍ଦର୍ଯ୍ୟ ବିଶ୍ଵର ଯେ କୌଣସି ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଠାରୁ କମ୍ ନୁହେଁ | ଏହିପରି ପ୍ରଦର୍ଶନୀ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିପାରିବ ବୋଲି ଏଠାକୁ ବୁଲିବାକୁ ଆସିଥିବା ଦର୍ଶକ ମାନେ ମତ ଦେଇଥିଲେ |

15777_4364922078714_1223463949_nପ୍ରଦର୍ଶନୀରେ ଏହି ଦୁଇଟି ସ୍ଥାନ ବାଦ୍ ବଳଦେବଜୀଉ ମନ୍ଦିର, ଲକ୍ଷ୍ମୀ ବରାହଜୀଉ ମନ୍ଦିର, କନିକା ପ୍ୟାଲେସ୍, ଆଳି ପ୍ୟାଲେସ୍, ହୁକିଟୋଲା ଓ ବତୀଘରର ଫଟୋ ସ୍ଥାନ ପାଇଥିଲା | ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ଡେଭେଲପମେଣ୍ଟ ଫାଉଣ୍ଡେସନ୍ ପକ୍ଷରୁ ଗତ ଅଗଷ୍ଟ ମାସ ରେ ନୂଆଦିଲ୍ଲୀ ରେ କେନ୍ଦ୍ରପଡା ର ପର୍ଯ୍ୟଟନ ଉପରେ ଏକ ଫଟୋ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା |

Share in top social networks!