ରାୟଗଡ଼ା ଜିଲା ଉନ୍ନୟନ ଅଧିକାରୀ ଧନେଶ୍ୱର ପୃଷ୍ଟିଙ୍କ ଆତ୍ମହତ୍ୟାର ସିବିଆଇ ତଦନ୍ତ ହେଉ : କନକବର୍ଦ୍ଧନ

1975106_1374910122802680_7571968191205692899_nରାୟଗଡ଼ା ଜିଲା ଉନ୍ନୟନ ଅଧିକାରୀ ଧନେଶ୍ୱର ପୃଷ୍ଟିଙ୍କ ଆତ୍ମହତ୍ୟାର ସିବିଆଇ ତଦନ୍ତ କରାଯାଉ ବୋଲି ରାଜ୍ୟ ବିଜେପି ସଭାପତି କନକବର୍ଦ୍ଧନ ସିଂହଦେଓ ଦାବି କରିଛନ୍ତି ।

ରାଜ୍ୟର ଆଇନ୍ଶୃଙ୍ଖଳା ପରିସ୍ଥିତିକୁ ନେଇ ଶ୍ରୀ ସିଂହଦେଓ ଉଦ୍ବେଗ ପ୍ରକାଶ କରିବା ସହ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତିଯେ, ବର୍ଷକ ତଳେ ଏହି ରାୟଗଡ଼ା ଜିଲାରେ ଜଣେ ସ୍କୁଲ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା । ଏଥିରୁ ରାୟଗଡ଼ା ଜିଲା ପ୍ରଶାସନ କିଭଳି ଚାଲିଛି ତାହା ସ୍ପଷ୍ଟ ଭାବେ ଅନୁମେୟ । ଧନେଶ୍ୱରଙ୍କ ଆତ୍ମହତ୍ୟା ଓ ଇତିଶ୍ରୀଙ୍କ ହତ୍ୟା ମଧ୍ୟରେ ଅନେକ ସାମଂଜସ୍ୟ ପରିଲକ୍ଷିତ ହୋଇଛି । ଧନେଶ୍ୱର ନିଜର ମୃତୁ୍ୟ ପାଇଁ ରାୟଗଡ଼ା ଜିଲାପାଳ ଶଶୀ ଭୂଷଣ ପାଢ଼ୀ ଓ ଆଇଟିଡ଼ିଏ ପିଏ ଗମାଙ୍ଗୋଙ୍କୁ ଦାୟୀ କରିଛନ୍ତି । ଏହି ଦୁଇ ଅଧିକାରୀ ତାଙ୍କୁ ମାନସିକ ଯନ୍ତ୍ରଣା ଦେଉଥିଲେ ବୋଲି ସେ ନିଜର ସୁଇସାଇଡ଼ ନୋଟ୍ରେ ଉଲ୍ଲେଖ କରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେଯେ, ଇତିଶ୍ରୀ ମଧ୍ୟ ନିଜର ମୃତୁ୍ୟ ପାଇଁ ଜିଲାପାଳ ଶଶୀଭୂଷଣ ପାଢ଼ୀ, ସ୍କୁଲ ଡିଆଇ ଦଣ୍ଡସେନା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ । ଇତିଶ୍ରୀ ତାଙ୍କର ମୃତୁ୍ୟକାଳୀନ ଜମାନବନ୍ଦୀରେ ଏହା ଉଲ୍ଳେଖ କରିଛନ୍ତି । ଏହି ଦୁଇ ଘଟଣାରେ ରାଜ୍ୟ ସରକାର ପ୍ରଥମେ କ୍ରାଇମବାଂଚ ତଦନ୍ତ ପାଇଁ ନିଦେ୍ର୍ଧଶ ଦେଇଥିଲେ । ତେବେ କ୍ରାଇମବାଂଚ ଇତିଶ୍ରୀଙ୍କ ହତ୍ୟାକାରୀକୁ ଧରିବାରେ ବିଫଳ ହେବା ପରେ ଏହାର ସିବିଆଇ ତଦନ୍ତ ପାଇଁ ସୁପ୍ରିମ୍କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।

ଏଥିରୁ ପୁଣିଥରେ ପ୍ରମାଣିତ ହୋଇଯାଇଛିଯେ, ଓଡ଼ିଶାରେ କ୍ରାଇମ୍ବାଂଚ ତଦନ୍ତ ଏକ ଭେଳିକି । କ୍ରାଇମବାଂଚ ନିରପେକ୍ଷ ତଦନ୍ତ ପାଇଁ ଅସମର୍ଥ । ଖାଲି ସେତିକିନୁହେଁ କ୍ରାଇମବାଂଚ ଜିଲା ପ୍ରଶାସନକୁ ଘଂଟ ଘୋଡ଼ାଉଛି ବୋଲି ସ୍ପଷ୍ଟ ହୋଇଯାଇଛି । ଉଭୟ ଘଟଣାରେ କ୍ରାଇମବାଂଚ ମୁଖ୍ୟ ଅଭିଯୁକ୍ତକୁ ସୁରକ୍ଷା ଦେଇଛି । ତେଣୁ ରାୟଗଡ଼ାରେ ସରକାର ପ୍ରାୟୋଜିତ ଅପରାଧ ହୋଇଛି ବୋଲି ଶ୍ରୀ ସିଂହଦେଓ ପ୍ରକାଶ କରିଛନ୍ତି ।

Share in top social networks!