ଇନଫୋକମ- ଦି ଟେଲିଗ୍ରାଫ୍ ; ଆଡଭାନଟେଜ୍ ଓଡିଶା ୨୦୧୫ ମାଧ୍ୟମରେ ରାଜ୍ୟରେ ବାଣିଜ୍ୟର ସମୁହ ବିକାଶ ସମ୍ପର୍କରେ ଆଲୋଚନା

cmteleରାଜ୍ୟର ପ୍ରଥମ ବିଜିନେସ୍ ଟେକ୍ନୋଲୋଜି ଲିଡରସିପ୍ ସମ୍ପର୍କୀତ କର୍ମଶାଳା ଇନଫୋକମ୍- ଦି ଟେଲିଗ୍ରାଫ୍ ଆଡ୍ଭାଣ୍ଟେଜ୍ ଓଡିଶା ୨୦୧୫ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମାନବ୍ୟର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ଇନଫୋକମ ଏବିପି ପ୍ରାଇଭେଟ୍ ଲିମିଟେଡ୍ର ଆୟୋଜକ ସଚିବ ତଥା ସଂଯୁକ୍ତ ଉପସଭାପତି, ଶ୍ରୀଯୁକ୍ତ କେ.କେ ମହାପାତ୍ର, ପର୍ଯ୍ୟଟନ ତଥା ସଂସ୍କୃତି ମନ୍ତ୍ରୀ, ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା , ମୂଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ପତି, ସଫ୍ଟୱେର ଟେକ୍ନୋଲୋଜି ପାର୍କସ ଅଫ୍ ଇଣ୍ଡିଆର ନିଦେ୍ର୍ଧଶକ, ଶ୍ରୀଯୁକ୍ତ ଓମକାର ରାଏ ପ୍ରମୁଖ ଉପସ୍ଥିତ ରହିଥିଲେ ।
ପ୍ରମୂଖ ଶିଳ୍ପ କ୍ଷେତ୍ର ମାନଙ୍କରୁ ପ୍ରତିନିଧି ମାନେ ପ୍ରାରମ୍ଭିକ ସେସନରେ ଯୋଗ ଦେବା ସହିତ ରାଜ୍ୟରେ ଶିଳ୍ପର ବିକାଶ ପାଇଁ ନିଜର ଇଛା ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟେକ୍ ମହିନ୍ଦ୍ରାର କାର୍ଯ୍ୟକାରୀ ଉପ ସଭାପତି ଶ୍ରୀ ବିନିତ ନାୟାର, ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡର ଅଧ୍ୟକ୍ଷ ନବିନ୍ ଜିନ୍ଦଲ୍, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କାର୍ଯ୍ୟକାରୀ ନିଦେ୍ର୍ଧଶକ, ଡଃ. ଆର. ଏସ ସାଙ୍ଗାପୁରେ, କିଟ୍ ତଥା କିସର ପ୍ରତିଷ୍ଠାତା ଡଃ. ଅଚ୍ୟୁତ ସାମନ୍ତ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଘାଟନି ଉସôବରେ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡର ଚେୟାରମ୍ୟାନ ଶ୍ରୀଯୁକ୍ତ ନବୀନ୍ ଜିନ୍ଦଲ୍ ତଥା କିଟ୍ ତଥା କିସର ପ୍ରତିଷ୍ଠାତା ଡଃ. ଅଚ୍ୟୁତ ସାମନ୍ତ ସ୍ୱତନ୍ତ୍ର ଅଭିଭାଷଣ ପ୍ରଦାନ କରିଥିଲେ ।
ଇନ୍ଫୋକମ୍- ଦି ଟେଲିଗ୍ରାଫ୍ ; ଆଡଭାନଟେଜ୍ ୨୦୧୫ କାର୍ଯ୍ୟକ୍ରମ ସ୍ଥାନୀୟ ହୋଟେଲ୍ କ୍ରାଉନ ଠାରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ କରିବାର ମୁଖ୍ୟ ଉଦେ୍ଧଶ୍ୟ ହେଉଛି ରାଜ୍ୟର ବାଣିଜ୍ୟ କ୍ଷେତ୍ରରେ ଥିବା ସମ୍ଭାବନାକୁ କିଭଳି ଜାତୀୟ ସ୍ତରର ପୁଞ୍ଜିନିବେଶକାରୀ ମାନଙ୍କର ଧ୍ୟାନ ଆକର୍ଷଣ କରିବା ତଥା ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ଲାଟଫର୍ମ ତିଆରି କରିବା ସହ ସହଯୋଗିତା ଭିତ୍ତିରେ ପୁଞ୍ଜି ନିବେଶ ପାଇଁ ସୁବିଧା ପ୍ରଦାନ କରାଯିବା । ଏହି ରାଜ୍ୟରେ ଥିବା ବାଣିଜ୍ୟ ତଥା ଏହାର ଉନ୍ନ୍ତି ସମ୍ପର୍କୀୟ ସମ୍ଭାବନାକୁ ନଜରରେ ରଖି ଏକ ସହଯୋଗିତା ଏବଂ ବ୍ୟବସାୟ ସାମାଜିକ ସମ୍ପର୍କ ମୂଳକ ବାତାବରଣ ତିଆରି କରିବାର ଲକ୍ଷ୍ୟ ନେଇ ଇନଫୋକମ୍- ଦି ଟେଲିଗ୍ରାଫ୍ ଆଡଭାନଟେଜ୍ ଓଡିଶା-୨୦୧୫ ଚଳିତ ବର୍ଷର ଥିମ ରଖିଛି ‘ଡ୍ରାଇଭିଙ୍ଗ ଇନକ୍ଲୁସିଭ୍ ଗ୍ରୋଥ୍’ ।

Share in top social networks!