ତିନି ସରକାରୀ ମେଡିକାଲ କଲେଜରେ ୬୪ ଟି ପିଜି ସିଟ୍ ବଢିଲା

ରାଜ୍ୟର ତିନିଗୋଟି ସରକାରୀ ମେଡିକାଲ କଲେଜ ଓ ହସପିଟାଲରେ ପିଜିରେ ୬୪ ଟି ସିଟ୍ ବୃଦ୍ଧି ହୋଇଛି । ଏହି ବୃଦ୍ଧି
ଫଳରେ ବର୍ତମାନ ଥିବା ୨୦୭ ସିଟ୍ ୨୭୧ ହୋଇଛି । ୨୦୧୫-୧୬ ଶିକ୍ଷା ବର୍ଷରୁ ବର୍ଦ୍ଧିତ ସିଟ୍ରେ ନାମ ଲୋଖାଯିବ ବୋଲି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଠାରୁ ପ୍ରକାଶ ।

ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ରାଜ୍ୟରେ ବିଶେଷଜ୍ଞ ଡାକ୍ତରଙ୍କ ଆବଶ୍ୟକତା ପୂରଣ କରିବା ନିମନ୍ତେ ପିଜିରେ ଅଧିକ
ସିଟ୍ ଖୋଲିବା ପାଇଁ ସରକାର ମେଡିକାଲ କାଉନସିଲ୍ ଅଫ ଇଣ୍ଡିଆକୁ ଅନୁରୋଧ କରିଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର
କଲ୍ୟାଣ ମନ୍ତ୍ରଣାଳୟ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆର ସୁପାରିଶ କ୍ରମେ ୬୪ ଟି ଅଧିକ ସିଟ୍ ମଞ୍ଜୁର କରିଛନ୍ତି । ଏହି ୬୪ ଟି
ସିଟ୍ ମଧ୍ୟରୁ ଏସ୍.ସି.ବି ମେଡିକାଲ କଲେଜ ପାଇଁ ୨୪ ଟି , ଏମ୍.କେ.ସି.ଜି ମେଡିକାଲ କଲେଜ ପାଇଁ ୨୨ ଟି ଏବଂ ଭି.ଏସ୍.ଏସ୍
ମେଡିକାଲ କଲେଜ ପାଇଁ ୧୮ ଟି ରହିଛି ।

ପ୍ରକାଶ ଥାଉକି ପୂରର୍ବରୁ ଏସ୍.ସି.ବିରେ ୧୩ ଟି ବିଭାଗରେ ପିଜିରେ ୧୨୦ ଟି ସିଟ୍ ଥିଲା । ବର୍ତମାନ ଏହା ୧୪୪
ହେଲା । ଏମ୍.ଡି ଆନାଟୋମୀରେ ସିଟ୍ ସଂଖ୍ୟା ୫ ରୁ ୭କୁ , ଫିଜିଓଲୋଜିରେ ୫ ରୁ ୭କୁ , ବାୟୋକେମଷ୍ଟ୍ରିରେ ୩ ରୁ ୫କୁ ,
ଫୋରେନସିକ୍ ମେଡିସିନ୍ରେ ୩ ରୁ ୫କୁ , ଜେନେରାଲ ମେଡିସିନ୍ରେ ୧୯ ରୁ ୨୦କୁ , ସାଇକାଟ୍ରିରେ ୩ ରୁ ୪କୁ ,
ଆନେସ୍ଥେସୋଲୋଜିରେ ୧୬ ରୁ ୨୦ କୁ , ରେଡିଓଥେରାପିରେ ୫ ରୁ ୬କୁ , ଫାର୍ମାକୋଲୋଜିରେ ୪ ରୁ ୬କୁ ,
ପେଡିଆଟ୍ରିକ୍ରେ ୨୦ ରୁ ୨୪ କୁ , ଏମ୍.ଏସ୍ ସ୍ତ୍ରୀ ଓ ପ୍ରସୂତିରେ ୧୯ ରୁ ୨୦ , ଇଏନ୍ଟିରେ ୩ ରୁ ୪କୁ ଏବଂ ଜେନେରାଲ
ସର୍ଜରୀରେ ୧୫ ରୁ ୧୬କୁ ସିଟ୍ ବଢିଛି ।

ଏମ୍.କେ.ସି.ଜି ମେଡିକାଲରେ ୧୦ ଟି ବିଭାଗ ପାଇଁ ୪୮ ଟି ପିଜି ସିଟ୍ ଥିଲା । ବର୍ତମାନ ତାହା ୭୦ ହୋଇଛି । ଏଥିରେ
ଆନେସ୍ଥୋଲୋଜିରେ ୮ ରୁ ୧୦ କୁ , ସ୍ତ୍ରୀ ଓ ପ୍ରସୂତିରେ ୮ ରୁ ୧୧ କୁ , ପେଡିଆଟ୍ରିକ୍ସରେ ୭ ରୁ ୮ , କମ୍ୟୁନିଟି ମେଡିସିନ୍ରେ
୪ ରୁ ୬କୁ , ମାଇକ୍ରୋବାୟୋଲୋଜିରେ ୨ ରୁ ୪ କୁ , ପାଥୋଲୋଜିରେ ୭ ରୁ ୧୦କୁ , ଫାର୍ମାକୋଲୋଜିରେ ୪ ରୁ ୭କୁ ,
ବାୟୋକେମିଷ୍ଟ୍ରିରେ ୨ ରୁ ୪କୁ , ଫିଜିଓଲୋଜିରେ ୩ ରୁ ୫କୁ ଏବଂ ଆନାଟୋମୀରେ ୩ ରୁ ୫ ହେଲା । ସେହିପରି ଭି.ଏସ୍.ଏସ୍
ମେଡିକାଲ କଲେଜରେ ୯ ଗୋଟି ବିଭାଗରେ ଥିବା ୩୯ ଟି ପିଜି ସିଟ୍ ୫୭କୁ ବଢିଛି । ଏଥିରେ ପୁଲ୍ମୁନାରୀ ମେଡିସିନ୍ରେ ପିଜି
ସିଟ୍ ୩ ରୁ ୪କୁ , ଆନାଟୋମୀରେ ୩ ରୁ ୫କୁ , ବାୟୋକେମଷ୍ଟ୍ରିରେ ୨ ରୁ ୪କୁ , ଜେନେରାଲ ମେଡିସିନରେ ୧୬ ରୁ ୨୦ କୁ ,
ଇଏନ୍ଟିରେ ୨ ରୁ ୪ କୁ , ଡି.ଭି.ଏଲ୍ରେ ୨ ରୁ ୩କୁ , ମାଇକ୍ରୋବାୟୋଲୋଜିରେ ୨ ରୁ ୪କୁ , ଫାର୍ମାକୋଲୋଜିରେ ୪ ରୁ ୭
କୁ ଏବଂ ପେଡିଆଟ୍ରିକ୍ରେ ୫ ରୁ ୬ କୁ ବୃଦ୍ଧି ହୋଇଛି । ପିଜିରେ ଏହି ସିଟ୍ ବଢିବା ଫଳରେ ଅନେକାଂଶରେ ବିଶେଷଜ୍ଞ ଅଭାବ
ଜନିତ ସମସ୍ୟା ଦୁର ହୋଇପାରିବ ।

Share in top social networks!