୨୦୧୫-୧୬ ପାଇଁ ୮୪, ୪୮୭.୭୭ କୋଟି ଟଙ୍କାର ବଜେଟ୍ ଅଟକଳ

budgetamatଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ୨୦୧୫-୧୬ ଆଥ#ର୍କ ବର୍ଷ ପାଇଁ ୮୪,୪୮୭ କୋଟି ୭୭ଲକ୍ଷ ଟଙ୍କାର ବଜେଟ୍ ଅଟକଳ ଉପସ୍ଥାପନ କରିଛନ୍ତିା ଏହି ବଜେଟ୍ରେ ପୁଞ୍ଜି ନିବେଶ, ଅଭିବୃଦ୍ଧି, ଉନ୍ନୟନ ଏବଂ ଜନମଙ୍ଗଳକାରୀ ଯୋଜନା ଉପରେ ଗୁରୁତ୍ୱ ଆରୋପ କରାଯାଇଛିା ବିଗତ ବଜେଟ୍ପରି ଏହି ବର୍ଷ ମଧ୍ୟ ବଜେଟ୍ କୃଷି ବଜେଟ୍ ଓ ସାଧାରଣ ବଜେଟ୍ ଏହିପରି ଦୁଇ
ଭାଗରେ ଆଗତ କରାଯାଇଛିା

୨୦୧୪-୧୫ ଆଥ#ର୍କ ବର୍ଷରେ ବଜେଟ୍ରେ ଅଣଯୋଜନା ବାବଦରେ ୪୦୭୧୧.୦୧ କୋଟି ଟଙ୍କା ଆକଳନ କରାଯାଇଥ#ବା ବେଳେ ଚଳିତ ଆଥ#ର୍କ ବର୍ଷରେ ୪୩୯୫୬.୩୨ କୋଟି ଟଙ୍କା ଆକଳନ କରାଯାଇଛିା ସେହିପରି ରାଜ୍ୟ ଯୋଜନା ବାବଦରେ ଗତ ବଜେଟ୍ ଆକଳନ ୩୮୮୧୦କୋଟି ଟଙ୍କା ଥ#ବା ବେଳେ ଚଳିତ ୨୦୧୫-୧୬ରେ ୪୦୧୫୦କୋଟି ଟଙ୍କା ଆକଳନ କରାଯାଇଛିା ଗତ
ଆଥ#ର୍କ ବଜେଟ୍ରେ କେନ୍ଦ୍ର ଯୋଜନା ବାବଦରେ ୬୦୯.୪୨ କୋଟି ଏବଂ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ବାବଦରେ ୯.୧୫ କୋଟି ଟଙ୍କା ଆକଳନ କରାଯାଇଥ#ବା ବେଳେ ଚଳିତ ଅଥ#ର୍କ ବର୍ଷରେ ଏ ବାବଦରେ ଯଥାକ୍ରମେ ୩୪୯.୫୫ କୋଟି ଏବଂ
୩୧.୯୧ କୋଟି ଟଙ୍କା ଆକଳନ କରାଯାଇଛିା ୨୦୧୪-୧୫ରେ ମୋଟ ୮୦୧୩୯.୫୮ କୋଟି ଟଙ୍କାର ବଜେଟ୍ ଆକଳନ କରାଯାଇଥ#ବା ବେଳେ ଚଳିତ ଆଥ#ର୍କ ବର୍ଷରେ ୮୪୪୮୭.୭୭ କୋଟି ଟଙ୍କା ଆକଳନ କରାଯାଇଛିା

ଚଳିତ ବର୍ଷ ବଜେଟ୍ ଅଟକଳ ପ୍ରାୟ ୫.୧୫ ପ୍ରତିଶତ ବୃଦ୍ଧି ପାଇଛିା
ଅଣଯୋଜନା ଅଟକଳ ୭.୯୭ ପ୍ରତିଶତ ବୃଦ୍ଧି ପାଇଥ#ବା ବେଳେ ରାଜ୍ୟ ଯୋଜନା
ଅଟକଳ ପୂର୍ବ ବର୍ଷ ତୁଳନାରେ ୩.୪୫ ପ୍ରତିଶତ ବୃଦ୍ଧି ପାଇଛିା ୨୦୧୪-୧୫ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟୟ ବରାଦ ୯୫୪୨ କୋଟି ୨୨ ଲକ୍ଷ ଟଙ୍କା ଥ#ବା ବେଳେ ୨୦୧୫-୧୬ରେ ଏହା ୧୦୯୦୩ କୋଟି ୬୧ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛିା
ଏହି ଅଭିବୃଦ୍ଧି ପରିମାଣ ୧୪.୨୭ ପ୍ରତିଶତ ଅଟୋ ଅଧ#କ ଗୁରୁତ୍ୱପୂର୍ଣ୍ଣ ହେଲା କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ରାଜ୍ୟ ଯୋଜନା
ଅଟକଳ ୭୪୯୦ କୋଟି ୪୪ ଲକ୍ଷ ଟଙ୍କାରୁ ୮୬୮୪ କୋଟି ୯୧ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି, ଯାହାକି ପ୍ରାୟ ୧୬ ପ୍ରତିଶତ ଅଧ#କ ଅଟୋ ଏହା କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉତ୍ପାଦନ, ରୋଜଗାର ଏବଂ କୃଷକମାନଙ୍କ ମଙ୍ଗଳକୁ ପୂରଣ କରିବା
ଏହି ବଜେଟ୍ରେ ପରିସମ୍ପତ୍ତି, ସାମାଜିକ ଏବଂ ମାନବ ସମ୍ବଳ କ୍ଷେତ୍ରରେ ପୁଞ୍ଜି ନିବେଶକୁ ଗୁରୁତ୍ୱ ଦିଆଯାଇଛିା ଟିକସ ଓ ଘରୋଇ ଉତ୍ପାଦର ଅନୁପାତ
୨୦୧୫-୧୬(ଇଊ)ରେ ୬.୧୧ ପ୍ରତିଶତ ହେବା ପାଇଁ ଅଟକଳ କରାଯାଇଛିା
୧୫୧୪୯.୦୭ କୋଟି ଟଙ୍କର ପୁଞ୍ଜି ବ୍ୟୟ ବ୍ୟବସ୍ଥା ରାଜ୍ୟ ଘରୋଇ
ଉତ୍ପାଦର ୪.୩୫ ପ୍ରତିଶତକୁ ବୃଦ୍ଧି ପାଇଛିା ପୁଞ୍ଜି ସମ୍ପତ୍ତି ସୃଷ୍ଟି ପାଇଁ ଓ ଅନ୍ୟାନ୍ୟ
ଖର୍ଚ୍ଚ ଦ୍ୱାରା ପୁଞ୍ଜି ସମ୍ପତ୍ତି ସୃଷ୍ଟି ପାଇଁ ୯୭୩୬.୭୦ କୋଟି ଟଙ୍କା ବରାଦ ହୋଇଛି
ଯାହା ରାଜ୍ୟ ଘରୋଇ ଉତ୍ପାଦର ୨.୮୦ ପ୍ରତିଶତା ପୁଞ୍ଜି ସମ୍ପତ୍ତିର ରକ୍ଷଣାବେକ୍ଷଣ
ପାଇଁ ୪୮୭୭.୩୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛିା ଉନ୍ନୟନମୂଳକ
କାର୍ଯ୍ୟ ପାଇଁ ବ୍ୟୟ ବରାଦର ଅଂଶ ୨୦୦୬-୦୭ରେ ୫୫.୩୬ ପ୍ରତିଶତ ଥ#ଲା
ବେଳେ ୨୦୧୫-୧୬ ଆଥ#ର୍କ ବର୍ଷରେ ଏହା ୭୫.୩୩ ପ୍ରତିଶତ ବୃଦ୍ଧି ପାଇଛିା
ବିତ୍ତୀୟ ନିଅଣ୍ଟ ଘରୋଇ ଉତ୍ପାଦର ୨.୯୯ ପ୍ରତିଶତ ମଧ୍ୟରେ ସୀମିତ ରହିବ ଯାହାକି
ଧାର୍ଯ୍ୟ ଲକ୍ଷ୍ୟ ୩ ପ୍ରତିଶତଠାରୁ କମ୍ା କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ନିମନ୍ତେ ରାଜ୍ୟ
ଅଂଶ ୩୨୦୨.୯୯ କୋଟି ଟଙ୍କାା

Share in top social networks!