ରବୀନ୍ଦ୍ର ନାଥ ରାୟ ପାଇଲେ ୩ୟ ଉକ୍ରଳମଣି ସେବା ସମ୍ମାନ

utkalଉକ୍ରଳ ବିପନ୍ନ ସହାୟତା ସମିତିର ବାର୍ଷିକୋତ୍ସବ ଏବଂ ଉକ୍ରଳମଣି ସେବା ସମ୍ମାନ ସମାରୋହ – ୨୦୧୫, ଇଡ଼୍କଲ୍ ଅଡ଼ିଟୋରିୟମ୍ରେ ତା.୧୫.୦୨.୨୦୧୫ ରିଖ ସଂଧ୍ୟା ୬ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତଉତ୍ସବରେ ମାଲକାନଗିରି ଜିଲା ଅଂଚଳରେ ସମାଜସେବା କ୍ଷେତ୍ରରେ ନିଜର ଜୀବନକୁ ସମର୍ପଣ କରିଥିବା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ରାୟଙ୍କୁ ୩ୟ ଉକ୍ରଳମଣି ସେବା ସମ୍ମାନ ଅତିଥିମାନଙ୍କ ଦ୍ୱାରା ପ୍ରଦାନକରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନାଲ୍କୋର ଏକ୍ଜେକ୍ୟୁଟିଭ୍ ଡାଇରେକ୍ଟରଶ୍ରୀଯୁକ୍ତ ଅଶୋକ କୁମାର ସାହୁ, ଭୁବନେଶ୍ୱର ସ୍ଥିତ କିମ୍ସ୍ ହସ୍ପିଟାଲର ସୁପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡା. ବନବିହାରୀ ମିଶ୍ର ସମ୍ମାନିତ ଅତିଥି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଶ୍ରୀଯୁକ୍ତ ମନମୋହନ ବୈଦ୍ୟ ମୁଖ୍ୟବକ୍ତା ଭାବେ ମାର୍ଗଦର୍ଶନ କରିଥିଲେ । ଏ ଅବସରରେ ସେବା ସଙ୍ଗମ-୨୦୧୪ ସ୍ମୃରଣରେ “ସେବା ସମର୍ପଣ” ନାମରେ ଏକ ସ୍ମରଣିକା ଅତିଥିମାନେ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ ବେତାଲା ସଂସ୍ଥା ଦ୍ୱାରା ଚାଲିଥିବା ସେବାକାର୍ଯ୍ୟ ସନ୍ଦର୍ଭରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବା ସହିତ ସମସ୍ତଙ୍କ ସକ୍ରିୟ
ସହଭାଗିତା କାମନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ଉପସଭାପତି ସମୀର କୁମାର ମହାନ୍ତି,ଗୋପାଳ ପ୍ରସାଦ ମହାପାତ୍ର,ସୁଦର୍ଶନ ଦାଶ, ବିଶ୍ୱ ସମ୍ବାଦ କେନ୍ଦ୍ରର ରାଜ୍ୟ ସଭାପତି ରଘୁନାଥ ପତି ପ୍ରମୁଖ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ ସମିତିର ସମ୍ପାଦକ ଶ୍ରୀଯୁକ୍ତ ମନସୁଖଲାଲ ସେଠିୟା ଏବଂ ସ୍ମରଣିକା – ସେବା ସମର୍ପଣ ବିଷୟରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ ସମିତିର ବରିଷ୍ଠ ସଦସ୍ୟ ଶ୍ରୀ କୈଳାସ ଚନ୍ଦ୍ର ସେନାପତି, ଶ୍ରୀ ସ୍ୱୟଂପ୍ରକାଶ ବରାଳ, ଶ୍ରୀ ନିରଞ୍ଜନ ତରାଇ ତଥା ଏହାର ମୁଖ୍ୟ ସମ୍ପାଦକ ଡ. ବିଜୟ କୁମାର ସ୍ୱାଇଁଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ସମିତିର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଇନ୍ଦ୍ରମଣି ସେଣ୍ଢ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ରାଷ୍ଟ୍ରଗୀତ ବନେ୍ଦମାତରମ୍ ଗାନ
କରାଯାଇଥିଲା । ସଭାକାର୍ଯ୍ୟ ଶେଷରେ ସୀମାଦ୍ରୀ ମିଶ୍ର ଜନଜାତି ଛାତ୍ରାବାସର ବିଦ୍ୟାର୍ଥୀମାନେ ରଙ୍ଗମଂଚୀୟ କାର୍ଯ୍ୟକ୍ରମ
ପରିବେଷଣ କରିଥିଲେ ।

Share in top social networks!