ବାର୍ଷିକ ରାଜ୍ୟସ୍ତରୀୟ ଶିଶୁମେଳା Rainbow ୨୦୧୫ ଉଦ୍ଘାଟିତ

ଭୁବନେଶ୍ୱର, ୧୪.୦୨.୨୦୧୫ : ଆଜି ସ୍ଥାନୀୟ ୟୁନିଟ୍ ୧ ସ୍ଥିତ ଆଦିବାସୀ ପଡିଆଠାରେ ବାର୍ଷିକ ରାଜ୍ୟସ୍ତରୀୟ ଶିଶୁମେଳା
‘Rainbow’ ୨୦୧୫କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ଉଦଘାଟନ କରିଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗ
ଅନ୍ତର୍ଗତ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ପକ୍ଷରୁ ଫେବୃୟାରୀ ୧୪ ଓ ୧୫ ଦୁଇଦିନିଆ ଏହି ଶିଶୁ ଉସôବ ଆୟୋଜନ
କରାଯାଇଛି । ରାଜ୍ୟର ସମସ୍ତ ଶିଶୁ ଯତ୍ମ ଅନୁଷ୍ଠାନ ଏବଂ ସ୍ୱତନ୍ତ୍ର ବିଦ୍ୟାଳୟ ଗୁଡିକରୁ ଆସିଥିବା ଶତାଧିକ ପିଲାମାନଙ୍କର
ସୃଜନଶୀଳତା, ସୁସ୍ଥ ପ୍ରତିଯୋଗିତା ଏବଂ ସ୍ୱ-ଅଭିବ୍ୟକ୍ତିକୁ କଳା ଏବଂ ଚିତ୍ରକଳା ମାଧ୍ୟମରେ ପ୍ରୋସôାହିତ କରିବା, ଓଡିଶା ରାଜ୍ୟ ଶିଶୁ
ସୁରକ୍ଷା ସମିତି ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ଶିଶୁମେଳାର ମୁଖ୍ୟ ଉଦେ୍ଧଶ୍ୟ ।
ଉଦ୍ଘାଟନୀ ଉସôବରେ କମିଶନର, ରାଜ୍ୟ ଭିନ୍ନକ୍ଷମ କମିଶନ, କସ୍ତୁରୀ ମହାପାତ୍ର, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା
ଶାସନ ସଚିବ ଶାଶ୍ୱତ ମିଶ୍ର ଏବଂ ଶ୍ରୀମତୀ ଆଶ୍ୱତି ଏସ୍, ନିଦେ୍ର୍ଧଶିକା ସମାଜ କଲ୍ୟାଣ ତଥା ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ଶିଶୁ
ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିଥିଲେ ।
ଏହି ଦୁଇଦିନିଆ ଶିଶୁମେଳାରେ ଟେରାକୋଟା, ମୃତ୍ତିକା କଳା, ଖେଳନା ତିଆରି, କାଗଜରୁ ଖେଳଣା, ସମସାମୟିକ ନୃତ୍ୟ ଭଳି ବିଭିନ୍ନ
କର୍ମଶାଳା ଏବଂ ବିଭିନ୍ନ ପ୍ରତିଯୋଗିତା ଗୁଡିକରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ପ୍ରାୟ ୬୦୦ ଜଣ ଶିଶୁ ଅଂଶଗ୍ରହଣ କରିଛନ୍ତି ।
ଆଜି ସନ୍ଧ୍ୟାରେ ଶିଶୁ ଅଂଶଗ୍ରହଣକାରୀମାନେ କୁନା ତ୍ରୀପାଠୀ, ରତିକାନ୍ତ ଶତପଥୀ, ହରିହର ଦେଓ ଏବଂ ଶିଶୁ କଳାକାର ସ୍ୱରାଜ
ବାରିକଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ଜଣାଶୁଣା ଏବଂ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହିତ ମଧ୍ୟ ଭାବବିନିମୟର ସୁଯୋଗ ଲାଭ କରିଛନ୍ତି ।
ସ୍ୱତନ୍ତ୍ର ବିଦ୍ୟାଳୟର ଶିଶୁମାନଙ୍କ ସହିତ ଅନ୍ୟାନ୍ୟ ଶିଶୁମାନଙ୍କର ଅଂଶଗ୍ରହଣ ଏହି କାର୍ଯ୍ୟକ୍ରମର ଅନ୍ୟତମ ବିଶେଷତ୍ୱ ।
ଯେଉଁ ପିଲାମାନେ କଠିନ ପରିସ୍ଥିତିରେ ରହି ଲାଳନପାଳନ ଓ ସୁରକ୍ଷା ଜନିତ ଆବଶ୍ୟକତା ଅନୁଭବ କରୁଛନ୍ତି, ସେମାନଙ୍କୁ ସ୍ୱଳ୍ପ,
ମଧ୍ୟମ ଓ ଦୀର୍ଘକାଳୀନ ଥଇଥାନ ଯୋଗାଇ ଦେବାକୁ ଜୁଭେନାଇଲ ଜଷ୍ଟିସ୍ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ୍ ୨୦୦୦ ଏବଂ ଏହାର
ପରବର୍ତ୍ତୀ ସଂଶୋଧିତ ଆଇନ୍ ୨୦୦୬ରେ ଉଲ୍ଲେଖ ରହିଛି । ଯତ୍ନ ଓ ସୁରକ୍ଷାଜନିତ ଆବଶ୍ୟକତାର ଅର୍ଥ ହେଉଛି ଯେଉଁ ପିଲାମାନେ
ପୂର୍ବରୁ କଠିନ ପରିସ୍ଥିତିରେ ରହିଛନ୍ତି ବା ସେଭଳି ଅଭାବନୀୟ ପରିସ୍ଥିତି ଭିତରେ ଅଛନ୍ତି । ସ୍ୱତନ୍ତ୍ର ବିଦ୍ୟାଳୟ ଗୁଡିକ ସ୍ୱତନ୍ତ୍ର
ଆବଶ୍ୟକତା ଅନୁସାରେ ସେଭଳି ପିଲାଙ୍କୁ ଶିକ୍ଷା, ଯତ୍ନ ଓ ସୁରକ୍ଷା ଯୋଗାଇଦେଉଛନ୍ତି ।
ଭାରତ ସରକାର ୨୦୦୯ରେ ସମନ୍ୱିତ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ (ଆଇସିପିଏସ୍) ଆରମ୍ଭ କରିଥିଲେ । ଜୁଭେନାଇଲ ଜଷ୍ଟିସ୍ (ଶିଶୁଙ୍କ
ଯତ୍ନ ଓ ସୁରକ୍ଷା) ଆଇନକୁ ଆର୍ଥôକ, ରୂପରେଖ ଜନିତ ଓ ପଦ୍ଧତିଗତ ସହାୟତା ଦେବା ଥିଲା ଏହାର ଉଦେ୍ଧଶ୍ୟ । ରାଜ୍ୟ ମହିଳା ଓ ଶିଶୁ
ବିକାଶ ବିଭାଗ ଅଧୀନରେ ଥିବା ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି (ଓଏସ୍ସିପିଏସ୍) ଓଡିଶାରେ ଆଇସିପିଏସ୍ କାର୍ଯ୍ୟକ୍ରମ ଚାଲୁ
କରିବା ଏଜେନ୍ସି ଭାବେ କାର୍ଯ୍ୟ କରୁଛି । ଏବେ ଏହା ଅଧିନରେ ରହିଛି ୨୮୬ଟି, ଶିଶୁଙ୍କ ଯତ୍ନ ପାଇଁ ଉଦ୍ଧିଷ୍ଟ ସଂସ୍ଥା, ୧୮ଟି ଖୋଲା
ଆଶ୍ରୟସ୍ଥଳୀ ଓ ୧୬ଟି ବିଶେଷ ଆଡପ୍ସନ୍ ଏଜେନ୍ସି । ଏସବୁ ସଂସ୍ଥା ସେହି ସ୍ୱତନ୍ତ୍ର ପିଲାଙ୍କୁ ସେବା ଯୋଗାଇ ଆସୁଛନ୍ତି ।
ଡିସେମ୍ବର ୧୪ ତାରିଖରୁ ଜାନୁୟାରୀ ୧୫ ତାରିଖ ମଧ୍ୟରେ ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ
ଉସôବର ଚୂଡାନ୍ତ ପର୍ଯ୍ୟାୟ ହେଉଛି ଏହି ରାଜ୍ୟସ୍ତରୀୟ ଶିଶୁ ମହୋସôବ । ଜିଲ୍ଲାସ୍ତରୀୟ ଉସôବରେ ବିଭିନ୍ନ ଶିଶୁ ପ୍ରଯନô ଅନୁଷ୍ଠାନ ଓ
ସ୍ପେସାଲ ସ୍କୁଲର ପିଲାମାନେ ପ୍ରବନ୍ଧ ଲିଖନ, ତର୍କ, ସଂଗୀତ, ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନେ ଦୁଇଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋସôବ ରେନବୋ-
୨୦୧୫ରେ ଅଂଶଗ୍ରହଣ କରିଛନ୍ତି ।
ଏହି ଦୁଇଦିନିଆ ଶିଶୁ ମହୋସôବ ‘ରେନବୋ ୨୦୧୫’ ଆସନ୍ତା କାଲି ଦିବା ୪ ଘଟିକା ସମୟରେ ଉଦ୍ୟାପିତ ହେବ । ଉଦ୍ୟାପନ
ଉସôବରେ ସବୁଠାରୁ ଭଲ ପ୍ରଦର୍ଶନ କରିଥିବା ଜିଲ୍ଲାକୁ ସର୍ବଶ୍ରେଷ୍ଠ ଜିଲ୍ଲାଭାବେ ଟ୍ରଫି ପ୍ରଦାନ କରାଯିବ ।

Share in top social networks!