ମିଲ୍କ୍ ମନ୍ତ୍ର ପକ୍ଷରୁ ‘ଦୁଗ୍ଧର ପୁଷ୍ଟିକାରୀତା ଓ ସ୍ୱାସ୍ଥ୍ୟ ଉପରେ ଅପମିଶ୍ରଣର ପ୍ରଭାବ’ ଶୀର୍ଷକ ଆଲୋଚନାଚକ୍ର

milkmantraଦୃତ ପ୍ରଗତିଶୀଳ ଦୁଗ୍ଧ ଏବଂ ଦୁଗ୍ଧଜାତଦ୍ରବ୍ୟ ଉପôାଦନକାରୀ କମ୍ପାନି ମିଲ୍କ୍ ମନ୍ତ୍ର ଡେରୀ ପ୍ରାଇଭେଟ୍ ଲିମିଟେଡ୍ ଆଜି ‘ଦୁଗ୍ଧର ପୁଷ୍ଟିକାରୀତା ଓ ସ୍ୱାସ୍ଥ୍ୟ ଉପରେ ଅପମିଶ୍ରଣର ପ୍ରଭାବ’ ଶୀର୍ଷକ ଏକ ଆଲୋଚନାଚକ୍ରର ଆୟୋଜନ କରିଥିଲା ଯେଉଁଥିରେ ଦୁଗ୍ଧ ଏବଂ ଦୁଗ୍ଧଜାତଦ୍ରବ୍ୟରେ ଅପମିଶ୍ରଣ ଦ୍ୱାରା ସମାଜ କିପରି ପୁଷ୍ଟିହୀନତା ଆଡକୁ ଗତିକରୁଛି ସେ ବିଷୟରେ ଆଲୋଚନା କରାଯାଇଥିଲା । ଅବସର ପ୍ରାପ୍ତ ସି.ଡି.ଏମ୍.ଓ. ଡାକ୍ତର ରମାବଲ୍ଲ୍ଭ ମିଶ୍ର, ଗୃହ ବିଜ୍ଞାନ ପ୍ରାଧ୍ୟାପିକା ଡାକ୍ତର ପ୍ରଭାବତି ଗୁରୁ, ଏବଂ ନୁ୍ୟଟ୍ରିସନ୍ ଏକ୍ସପର୍ଟ ସଂନ୍ଧ୍ୟାରାଣୀ ଭୋଇ ପ୍ରମୁଖ ଏହି ଆଲୋଚନାଚକ୍ରରେ ଯୋଗ ଦେବା ସହିତ ମଣିଷ ଶରୀରକୁ ପୁଷ୍ଟି ଯୋଗାଉଥିବା ଖାଦ୍ୟମାନଙ୍କ ମଧ୍ୟରେ ଦୁଗ୍ଧ ସର୍ବୋତ୍ତମ ହୋଇଥିବା ବେଳେ ଦୁଗ୍ଧ ଏବଂ ଦୁଗ୍ଧଜାତଦ୍ରବ୍ୟ କ୍ଷେତ୍ରରେ ଅପମିଶ୍ରଣକୁ ଦୃଢ ସମାଲୋଚନା କରିଥିଲେ ।
ସୂଚନା ଯୋଗ୍ୟ ଯେ, ଦୁଗ୍ଧ ଏବଂ ଦୁଗ୍ଧଜାତଦ୍ରବ୍ୟ କ୍ଷେତ୍ରରେ ଅପମିଶ୍ରଣକୁ ଦୃଢଭାବେ ବିରୋଧ କରୁଥିବା ତଥା ନିଜର ଖାଣୀ୍ଟକ୍ଷୀର ଓ ଉକ୍ରୃଷ୍ଟମାନର ଦୁଗ୍ଧଜାତଦ୍ରବ୍ୟ ପାଇଁ ପରିଚିତ ଏହି ଦୃତ ପ୍ରଗତିଶୀଳ ଦୁଗ୍ଧ ଏବଂ ଦୁଗ୍ଧଜାତଦ୍ରବ୍ୟ ଉପôାଦନକାରୀ କମ୍ପାନି ମିଲ୍କ୍ ମନ୍ତ୍ର ନିକଟରେ ସମ୍ବଲପୁରଠାରେ ଏକ ଫ୍ଲାଣ୍ଟ ଅଧିଗ୍ରହଣ କରି ପଶ୍ଚିମ ଓଡିଶାରେ ପ୍ରବେଶ କରିଛି । ଦୁଗ୍ଧ ଅପମିଶ୍ରଣ ଏବଂ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ସମ୍ବନ୍ଧରେ ଲୋକଙ୍କ ମଧ୍ୟରେ ସଚେତନାତା ଶୃଷ୍ଟି କରିବା ଉଦେ୍ଧଶ୍ୟରେ ମିଲ୍କ୍ ମନ୍ତ୍ରର ଏହି ପଦକ୍ଷେପକୁ ପ୍ରଶଂସା କରି ଆଲୋଚନାଚକ୍ରର ମଡରେଟର୍ ଡାକ୍ତର ରମାବଲ୍ଲ୍ଭ ମିଶ୍ର କହିଥିଲେ, “ଏପରି ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ସଚେତନତା ଆବଶ୍ୟକ ଥିବା ସମୟରେ କମ୍ପାନିର ଏହି ପଦକ୍ଷେପକୁ ମୁ ସ୍ୱାଗତ କରୁଛି । ଯୁବପିଢୀମାନଙ୍କର ଶାରିରୀକ ତଥା ମାନସିକ ବିକାଶ ନିମନ୍ତେ ଦୁଗ୍ଧ ନିହାତି ଆବଶ୍ୟକ । ୟୁରିଆ, ବ୍ଲଟିଙ୍ଗ୍ ପେପର୍, ଷ୍ଟ୍ରାଚ୍ ପରି କ୍ଷତିକାରକ ଅପମିଶ୍ରକ ପନୀର୍ର ପୁଷ୍ଟିର ମାନ ହ୍ରାସ କରିବା ସହିତ ବିଭିନ୍ନ ରୋଗର କାରଣ ମଧ୍ୟ ହୋଇଥାଏ ।”
ଏହି ଆଲୋଚନାଚକ୍ରରେ ନିଜନିଜର କର୍ମକ୍ଷେତ୍ରରୁ ମିଳିଥିବା ଅଭିଜ୍ଞତା ଦ୍ୱାରା ବିଶିଷ୍ଟ ବକ୍ତାମାନେ ନିଜର ମତ ପୋଷଣ କରିଥିଲେ । ‘ଦୁଗ୍ଧ ଅପମିଶ୍ରଣ ଏବଂ ସ୍ୱାସ୍ଥ୍ୟ ସମସ୍ୟା’, ‘ଦୈନନ୍ଦିନ ଘରୋଇ କାର୍ଯ୍ୟ ମଧ୍ୟରେ କପରି ଦୁଗ୍ଧର ପୁଷ୍ଟିକାରୀତା ବଜାୟ ରଖିହେବ’ ଏବଂ ‘ମହିଳାଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟରେ ଦୁଗ୍ଧର ଆବଶ୍ୟକତା’ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା ।
୨୦୦୯ ମସିହାରେ ପ୍ରତିଷ୍ଠିତ ହୋଇଥିବା ମିଲ୍କ୍ ମନ୍ତ୍ର ନିଜର ଫ୍ଲାଗ୍ସିପ୍ ବ୍ରାଣ୍ଡ ମିଲ୍କୀ ମୁ କ୍ୱାଲିଟି ଦୁଗ୍ଧଜାତଦ୍ରବ୍ୟ ଯଥା, ପାଶ୍ଚରାଇଜ୍ଡ୍ ଦୁଗ୍ଧ, ପନୀର୍, ଭାରତର ପ୍ରଥମ ପ୍ରୋ-ବାୟୋଟିକ୍ ଦହି, ଲସ, ଘୋଳଦହି ଓ ମିଠି ମିଷ୍ଟି ଦହି ପାଇଁ ଏବେ ଘରେ ଘରେ ପରିଚିତ । ଏଥିକାଲ୍ ମିଲ୍କ୍ ସୋର୍ସିଂ ଯୋଜନା ଓ ଟ୍ରାଇପ୍ୟାକ୍ ଟେକ୍ନୋଲୋଜି ମାଧ୍ୟମରେ ସତେଜ ତଥା ଖାଣି୍ଟକ୍ଷୀର ନିଜର ଉପଭୋକ୍ତାମାନଙ୍କ ପାଖରେ ପହଂଚାଉଥିବାରୁ ଏହି ବ୍ରାଣ୍ଡ ଏବେ ବଜାରରେ ପ୍ରଶଂସାର ପାତ୍ର ହୋଇପାରିଛି । ଚାଷୀମାନଙ୍କୁ ସ୍ୱଛଭାବରେ ସଠିକ୍ ଦେୟ ଦେବା ସହିତ କୃତ୍ରିମ ପ୍ରଜନନ ପ୍ରଣାଳୀ, ଗୋଋଣ ନମନ୍ତେ ବିଭିନ୍ନ ବ୍ୟାଙ୍କ ଓ ଋଣ ପ୍ରଦାନକାରୀ ସଂସ୍ଥା ମାନଙ୍କ ସହ ସହବଦ୍ଧତ୍ତା, ଉତ୍ତମ କ୍ୱାଲିଟିର ଗୋଖାଦ୍ୟ, ଗୋ ସ୍ୱାସ୍ଥ୍ୟ ଶିବିର ଇତ୍ୟାଦି ଭଳି ବିଭିନ୍ନ ଅତିରିକ୍ତ ସେବା ମଧ୍ୟ ଏଥିକାଲ୍ ମିଲ୍କ୍ ସୋର୍ସିଂ ଯୋଜନା ଅନ୍ତର୍ଭୁକ୍ତ ।
ଏହି ଅବସରରେ କମ୍ପାନିର ପ୍ରତିଷ୍ଠାତା ତଥା ପରିଚାଳନା ନିଦେ୍ର୍ଧଶକ ଶ୍ରୀକୁମାର ମିଶ୍ର କହିଥିଲେ, “ଦୁଗ୍ଧ ଏବଂ ଦୁଗ୍ଧଜାତଦ୍ରବ୍ୟ କ୍ଷେତ୍ରରେ ଅପମିଶ୍ରଣ ଅତି ଦୁର୍ଭାଗ୍ୟଜନକ । ଆରମ୍ଭରୁ ହିଁ ମିଲ୍କ୍ ମନ୍ତ୍ର ନିଜ ଦ୍ରବ୍ୟର କ୍ୱାଲିଟି ଏବଂ ପିଓରିଟି ପ୍ରତି ଧ୍ୟାନ ଦେଇଆସୁଛି । ଆମର ଏଥିକାଲ୍ ମିଲ୍କ୍ ସୋର୍ସିଂ ଯୋଜନା ସଠିକ୍ ସମୟରେ ଚାଷୀଙ୍କୁ ସଠିକ୍ ଦେୟ ସୁନିଶ୍ଚିତ କରିବା ସହିତ ଚାଷୀଙ୍କୁ ଉତ୍ତମମାନର ଦୁଗ୍ଧ ଯୋଗାଇବା ପାଇଁ ପ୍ରୋତ୍ସାହିତ କରିଥାଏ । ଦୁଗ୍ଧ ଓ ଦୁଗ୍ଧଜାତଦ୍ରବ୍ୟ ମାନଙ୍କର ସତେଜତା ବଜାୟ ରଖିବା ନିମନ୍ତେ କମ୍ପାନି ଟେଟ୍ରାପ୍ୟାକ୍, ଡିଲେଭାଲ୍ ଏବଂ ମଲ୍ଟିଭାକ୍ ଭଳି ବିଶ୍ୱ ସ୍ତରୀୟ ଫୁଡ୍ ପ୍ୟାକେଜିଂ କମ୍ପାନିମାନଙ୍କ ସହିତ ସହବଦ୍ଧତ୍ତା କରିଛି ।
୩୦,୦୦୦ରୁ ଅଧିକ ଦୁଗ୍ଧଚାଷୀ, ୨୫୦ କଲେକ୍ସନ୍ ପଏଣ୍ଟ ଓ ୨୩ ବଲ୍କ ମିଲ୍କ୍ କୁଲର୍ ସମ୍ବଳିତ ମିଲ୍କ୍ ମନ୍ତ୍ର ପୁରୀ ତଥା ସମ୍ବଲପୁର ଜିଲ୍ଲା ସ୍ଥିତ ଦୁଇଟି ଅତ୍ୟାଧୁନିକ ପ୍ରକ୍ରିୟାକରଣ ପ୍ଲାଣ୍ଟରୁ ଦୈନିକ ପାଖାପାଖି ୭୫,୦୦୦ ଲିଟର୍ ଦୁଗ୍ଧ ଉପôାଦନ କରୁଛି ।

Share in top social networks!