ଭୁବନେଶ୍ୱରରେ ସଙ୍ଗୀତମୟ ଆସର ‘ରୁହାନିୟତ’

runiyatଏକ ପୁରାତନ ଏବଂ ସର୍ବାଧିକ ପ୍ରସାରିତ ସଙ୍ଗୀତମୟ ପର୍ବ ‘ରୁହାନିୟତ’ ଏହାର ୧୪ତମ ବାର୍ଷିକ ଉସôବ ପାଳନ ଅବସରରେ ଆସନ୍ତା ଫେବୃୟାରୀ ୧୩ ତାରିଖରେ ଭୁବନେଶ୍ୱରସ୍ଥିତ ହୋଟେଲ କଳିଙ୍ଗ ଅଶୋକରେ ସନ୍ଧ୍ୟା ୬.୩୦ଘଟିକାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ରୁହାନିୟତର ଭୁବନେଶ୍ୱର ସଂସ୍କରଣର ଏହି ରମ୍ୟ ଆସର ଶାନ୍ତି ଏବଂ ଏକତାର ବାର୍ତ୍ତା ପ୍ରସାର କରିବା ଲକ୍ଷ୍ୟରେ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ୍, ରାୟପୁର, କୋଲକତା, ଅହମଦାବାଦ୍ ଏବଂ ପୁଣେ ଆଦି ସ୍ଥାନରେ ପ୍ରଦର୍ଶନ କରିସାରିବା ପରେ ରାଜଧାନୀ ଭୁବନେଶ୍ୱରଠାରେ ଏହି ସମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଅଛି ।
୨୦୦୧ ମସିହାରେ ମୁମ୍ବାଇଠାରେ ମହେଶ ବାବୁଙ୍କ କଳ୍ପନା ପ୍ରସୂତ ରୁହାନିୟତ ଏହାର ସଫଳ ୧୪ ବର୍ଷ ଅତିକ୍ରାନ୍ତ କରିଛି । ଏହା କଳାକାର, ଦର୍ଶକ ଏବଂ ଏହାର ସମସ୍ତ ସହଭାଗୀ ମାନଙ୍କ ନିମନ୍ତେ ସର୍ବଦା ସ୍ୱତନ୍ତ୍ରତା ବଜାୟ ରଖିଆସିଛି ।
ଚଳିତ ବର୍ଷ ଭୁବନେଶ୍ୱରରେ ରୁହାନିୟତ ଏହାର ଅଭିନବ ପ୍ରଦର୍ଶନ ଦ୍ୱାରା ଦର୍ଶକ ଏବଂ କଳାପ୍ରେମୀମାନଙ୍କ ଅନ୍ତରରେ ଏକ ଶାନ୍ତି ଏବଂ ଉଲ୍ଲାସର ଫଲ୍ଗୁ ପ୍ରବାହିତ କରିବାର ଲକ୍ଷ୍ୟ ରଖିଛି ।
ଆଫ୍ରିକୀୟ ସୁଫି ଗାୟକଙ୍କ ଦ୍ୱାରା କୋରା (୧୩ଶ ଶତାବ୍ଦୀର ଏକ ବାଦକ ଯନ୍ତ୍ର) ବାଦନ ଦ୍ୱାରା ଏକ ଅନନ୍ୟ ଇଣ୍ଡୋ-ଆଫ୍ରିକୀୟ ସୁଫି ସଙ୍ଗୀତ ପ୍ରଦର୍ଶନ, ରାଜସ୍ଥାନୀ ସଙ୍ଗୀତ ଗାୟକ ମାନଙ୍କର ମନଛୁଆଁ ପ୍ରଦର୍ଶନ ଦର୍ଶକ ମାନଙ୍କୁ ବେଶ୍ ବିମୋହିତ କରିବ ବୋଲି ବିଶ୍ୱାସ । ଏହା ବ୍ୟତିତ ଆସାମ, ପଞ୍ଜାବ, ରାଜସ୍ଥାନ ଏବଂ ଦିଲ୍ଲୀ ଆଦି ରାଜ୍ୟ ଗୁଡିକରୁ କଳାକାରମାନେ ସେମାନଙ୍କର କଳାନିପୁଣତା ପ୍ରଦର୍ଶନ କରିବେ ।
ଆସନ୍ତା ଫେବୃୟାରୀ ୧୩ରେ ହେବାକୁ ଥିବା ଏହି ସଙ୍ଗୀତମୟ ଆସରରେ ଆସାମର ହଫିଜା ବେଗମ ଚୌଧୁରୀ ଏବଂ ସାଥୀ ମାନଙ୍କ ଦ୍ୱାରା ଜିକର-ଜାରି, ପଞ୍ଜାବର ଭାଇ ନିର୍ମଳ ସିଂ ଖାଲ୍ସାଙ୍କ ଦ୍ୱାରା ଶବ୍ଦ, ଅନନ୍ୟ ଇଣ୍ଡୋ-ଆଫ୍ରିକୀୟ ସୁଫି ସଙ୍ଗୀତ ଏବଂ ଦିଲ୍ଲୀର କାଦିର୍ ନିୟାଜି-ନିଜାମି ଏବଂ ସାଥୀ କଳାକାର ମାନଙ୍କ ଦ୍ୱାରା କୱାଲି ଆଦି ପରିବେଷଣ କରାଯିବ ।

Share in top social networks!