ଭୁବନେଶ୍ୱରରେ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଆସନ୍ତା ୧୩ ତାରିଖରୁ

budhist-conferenceଆସନ୍ତା ୧୩ ତାରିଖରୁ ତିନିଦିନ ବ୍ୟାପୀ ଭୁବନେଶ୍ୱରଠାରେ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ ହେବା ଓଡ଼ିଶାର ବୌଦ୍ଧ ଐତିହ୍ୟ ସମ୍ପଦ ଓ କୀର୍ତ୍ତିରାଜିଗୁଡିକୁ ସମଗ୍ର ବିଶ୍ୱରେ ପରିଚିତ ଓ ପ୍ରଚାରିତ କରିବା ଉଦ୍ଦେଶ୍ୟରେ ତଥା ରାଜ୍ୟରେ ବୌଦ୍ଧକୀର୍ତ୍ତି ପର୍ଯ୍ୟଟନକୁ ଅଧ#କ ସମୃଦ୍ଧ କରିବା ଲକ୍ଷ୍ୟରେ ଏହି ସମ୍ମିଳନୀର ଆୟୋଜନ ଏକ ବିଶେଷ ସଂଯୋଜନାା

ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ରାଜ୍ୟର ବୌଦ୍ଧପୀଠଗୁଡିକର ବିଶେଷ ମାନ୍ୟତା ଅର୍ଜନ ସାଙ୍ଗକୁ ପର୍ଯ୍ୟଟକମାନଙ୍କର ଆଗ୍ରହ ସଂପ୍ରସାରଣ ମଧ୍ୟ ଏପରି ସମ୍ମିଳନୀର ଅନ୍ୟତମ ଉଦ୍ଦେଶ୍ୟ ବୋଲି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତିା ଆଜି ଅପରାହ୍ନରେ ସଚିବାଳୟରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥ ପାନ୍ଥନିବାସର କଳିଙ୍ଗ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହେବାକୁ ଥ#ବା ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛିା ଏଥ#ରେ ଜାପାନର କିଓଟୋ ବିଶ୍ୱବିଦ୍ୟାଳୟର ବୌଦ୍ଧ ବିଦ୍ୱାନମାନଙ୍କ ସମେତ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ବୌଦ୍ଧ ଗବେଷକମାନେ ଯୋଗଦେବୋ ଏହା
ବ୍ୟତୀତ ଦେଶ ତଥା ବିଦେଶରେ କାର୍ଯ୍ୟରତ ଟୁର ଅପରେଟର ଏବଂ ରାଜ୍ୟର ଟୁର ଅପରେଟରମାନେ ଏହି ସମ୍ମିଳନୀରେ ସମବେତ ହେବୋ
ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି, ସମ୍ମିଳନୀକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛିା

ପ୍ରଥମ ଦିନ ତିନୋଟି ଅଧ#ବେଶନ ଅନୁଷ୍ଠିତ ହେବା ଭାରତ ସମେତ ଓଡ଼ିଶାର ବୌଦ୍ଧ କୀର୍ତ୍ତିଗୁଡିକ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରାଯିବା ପର୍ଯ୍ୟଟନ କ୍ଷେତ୍ରରେ ବୌଦ୍ଧ କୀର୍ତ୍ତିଗୁଡିକ ନେଇ ପର୍ଯ୍ୟଟକମାନଙ୍କର ଅଧ#କ ଆଗ୍ରହ ବୃଦ୍ଧି ନିମନ୍ତେ ବ୍ୟାପକ ଆଲୋଚନା କରାଯାଇ କାର୍ଯ୍ୟକ୍ରମ ଯୋଜନା ପ୍ରଣୟନ କରାଯିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବୌଦ୍ଧ ଅଧ୍ୟୟନ ବିଭାଗର ମୁଖ୍ୟ ପ୍ରଫେସର ଏଚ୍.ପି. ଗାଙ୍ଗନେଗୀ, ଗୋଆଲିୟର୍ସ୍ଥିତ ଜାତୀୟ ପର୍ଯ୍ୟଟନ ଓ ଭ୍ରମଣ ପରିଚାଳନା ସଂସ୍ଥାନର ନିର୍ଦ୍ଦେଶକ ପ୍ରଫେସର ଏସ୍ କୁଳଶ୍ରେଷ୍ଠ, ଭାରତୀୟ ଟୁର ଅପରେଟର ମହାସଂଘର ଅଧ୍ୟକ୍ଷ ସୁବାଷ ଗୋଏଲ ପ୍ରମୁଖ ଆଲୋଚକ ଭାବରେ
ଯୋଗଦେବୋ ଦ୍ୱିତୀୟ ଦିନ ଗବେଷକ ଓ ପ୍ରତିନିଧ#ମାନେ ଲଳିତଗିରି-ଉଦୟଗିରି- ରନ#ଗିରିକୁ କ୍ଷେତ୍ର ପରିଦର୍ଶନରେ ଯାଇ ଆମର ସାଂସ୍କୃତିକ ଐତିହ୍ୟ, ପର୍ଯ୍ୟଟନ ଭିତ୍ତିଭୂମି ବିଷୟରେ ଅଧ୍ୟୟନ କରିବୋ ତୃତୀୟ ଦିନ ସମବେତ ଟୁର୍ ଅପରେଟରମାନେ ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ବାବଦରେ ବାଣିଜି୍ୟକ ଆଲୋଚନାରେ ମିଳିତ ହେବୋ

“ହାରୋ’(ଓଡ଼ିଶା)ର ଅଧ୍ୟକ୍ଷ ଜେ.କେ ମହାନ୍ତି ପୌରୋହିତ୍ୟ କରିବୋ ୧୩ ତାରିଖ ସନ୍ଧ୍ୟା ୬ଟାରେ ରବୀନ୍ଦ୍ର ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ
କରାଯିବା ଶ୍ରୀଲଙ୍କାର ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ଉପସ୍ଥାପନ କରିବୋ ବୌଦ୍ଧ ସନ୍ୟାସୀମାନଙ୍କ ଉପରେ ଆଧାରିତ କଥାବସ୍ତୁକୁ ନେଇ ପ୍ରସିଦ୍ଧ ଲେଖକ ହରପ୍ରସାଦ ଦାସଙ୍କ ରଚିତ ଓ ଗାୟିକା ସସ୍ମିତା ଦାସଙ୍କ ଉପସ୍ଥାପିତ ସଙ୍ଗୀତର ଏକ ଅଡିଓ ସିଡି “ଦେହ ବିଦେହ’ ମଧ୍ୟ ଲୋକାର୍ପିତ ହେବା ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣପୂର୍ବ ଏସିଆ ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ୟରେ ଏକ ଫଟୋ ପ୍ରଦର୍ଶନୀ ସମ୍ମିଳନୀ ସ୍ଥଳରେ ଆୟୋଜିତ ହେବା

ଏହି ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ, ପର୍ଯ୍ୟଟନ ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ଉତ୍ପଳ କୁମାର ପତି ଓ ସମ୍ମିଳନୀର କାର୍ଯ୍ୟକ୍ରମ ସଂଯୋଜକ ଡ. ସୁନୀଲ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ budhist-conferenceପଦାଧ#କାରୀମାନେ ଉପସ୍ଥିତ ଥ#ଲୋ

Share in top social networks!