ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ବଳିଦାନ ଦିବସ ପାଳିତ

ରାଜ୍ୟ ବିଜେପି ପକ୍ଷରୁ ଏକାତ୍ମ ମାନବବାଦର ଜନକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ପଣ୍ଡିତ ଦୀନଦୟାଲଜୀଙ୍କ ପ୍ରତିମୂର୍ତିରେ ଓଡ଼ିଶା ରାଜ୍ୟ ସଦସ୍ୟତା ପ୍ରଭାରୀ ରଂଜନ ପଟେଲ୍ ମାଲ୍ୟାର୍ପଣ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବିଜେପି ନେତା ରତିକାନ୍ତ ଦାସ, ପ୍ରସନ୍ନ ଦାସ, ସନ୍ତୋଷ ମହାନ୍ତି, ସଂଗ୍ରାମ କେଶରୀ ନାୟକ, ସୁଦୀପ୍ତ ନାୟକ, ପର୍ଶୁରାମ ଜେନା, ଆଶିଷ ଲେଙ୍କା, ଅକ୍ଷୟ ମହାନ୍ତି, ବେଣୁଧର ଦାସ, ଶ୍ୟାମସୁନ୍ଦର ଭୂୟାଁ, ସୁଦର୍ଶନ ବିଶ୍ୱାଳ ଓ ସନ୍ତୋଷ କୁମାର ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଆୟୋଜିତ ସଭାରେ ଉପସ୍ଥିତ ବକ୍ତାମାନେ କହିଥିଲେଯେ,ଭାରତୀୟ ସଂସ୍କୃତି, ପରମ୍ପରା ଏବଂ ଆର୍ଥିକ ଦୃଷ୍ଟିକୋଣକୁ ବହନ କରିଥିବା ଏକାତ୍ମ ମାନବବାଦର ଜନକ ଥିଲେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ । ରାଜସ୍ଥାନର ଧନକିଆ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଦୀନଦୟାଲଜୀ ସାରା ବିଶ୍ୱ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି । ସ୍ୱରାଜ ଓ ସୁସଂସ୍କୃତି ମଧ୍ୟରେ ନିବିଡ଼ ସମ୍ପର୍କକୁ ଆଖି ଆଗରେ ରଖି ଆର୍ଥିକ ବ୍ୟବସ୍ଥାର ପରିଚାଳନା କରିବାକୁ ସେ ଆହ୍ୱାନ ଦେଇଥିଲେ । ଭାରତୀୟ ଜୀବନ ଦର୍ଶନ ଓ ସଂସ୍କୃତିକୁ ବ୍ୟକ୍ତିବିଶେଷରେ ବିଚାର ନକରି ଏହାର ସାମଗ୍ରୀକ ବିଚାର ଉପରେ ଦୀନଦୟାଲଜୀ ଗୁରୁତ୍ୱାରୋପ କରୁଥିଲେ । ତାଙ୍କ ଆଦର୍ଶ ଓ ଦର୍ଶନ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସେ କହିଥିଲେ ।

Share in top social networks!