ମାନସୀ ମହାପାତ୍ରଙ୍କୁ ଡ. ରାଧାନାଥ ଫେଲୋସିପ୍ ପ୍ରଦାନ

manshiଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମ୍ସି)ର ଛାତ୍ରୀ ମାନସୀରାଣୀ ମହାପାତ୍ରଙ୍କୁ ୨୦୧୪-୧୫ ଶିକ୍ଷା ବର୍ଷ ପାଇଁ ଡ. ରାଧାନାଥ ରଥ ଫେଲୋସିପ୍ ପ୍ରଦାନ କରାଯାଇଛି । ଆଜି ସଂସ୍ଥାନ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ନୀଳକଣ୍ଠ ରଥ ଏବଂ ବରିଷ୍ଠ ସାମ୍ବାଦିକ ତଥା ଦୈନିକ ‘ଜନସ•ା’ର ସଂପାଦକ କୁମାର କେତ୍କର ତାଙ୍କୁ ଏହି ଫେଲୋସିପ୍ ପ୍ରଦାନ କରିଥିଲେ ।

ଓଡ଼ିଆ ସାମ୍ବାଦିକତା ଶିକ୍ଷାରେ ଉକ୍ରର୍ଷତା ପାଇଁ ମାନସୀଙ୍କୁ ଏହି ସମ୍ମାନଜନକ ଫେଲୋସିପ୍ ପ୍ରଦାନ କରାଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ଡ. ନୀଳକଣ୍ଠ ରଥ କହିଥିଲେ- ଜନସାଧାରଣଙ୍କ ସ୍ୱାର୍ଥ ସମ୍ବଳିତ ଖବର ସବୁଦିନେ ପ୍ରଧାନ୍ୟ ପାଇବା ଦରକାର । କୁମାର କେତ୍କର ସାମ୍ବାଦିକମାନେ ନିର୍ଭୀକ ହେବା ସହିତ ମଣିଷଙ୍କ ଛାତି ଭିତରକୁ ଚିହ୍ନିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଆଇଆଇଏମ୍ସି ପକ୍ଷରୁ ୨୦୦୨ ମସିହାରୁ ପ୍ରତିବର୍ଷ ଡ. ରାଧାନାଥ ରଥ ଫେଲୋସିପ୍ ପ୍ରଦାନ କରାଯାଉଛି । ଡ. ରଥ ପାଇଥିବା ଅଣୁବ୍ରତ
ସମ୍ମାନ ଅର୍ଥରେ ତାଙ୍କ ପୁତ୍ର ନୀଳକଣ୍ଠ ରଥ ଆଇଆଇଏମ୍ସିରେ ଏହି ଫେଲୋସିପ୍ ଦେବାକୁ ନିଷ୍ପ•ି ନେଇଥିଲେ । ମାନସୀ ଡ. ରାଦାନାଥ ରଥ ଫେଲୋସିପ୍ ପାଇଥିବାରୁ ମୁଁ ବହୁତ ଖୁସି । ଆଗାମୀ ଜୀବନରେ ସେ ଜଣେ ଉ•ମ ସାମ୍ବାଦିକ ହେବ ବୋଲି ସଂସ୍ଥାନର ମୁଖ୍ୟ ମୃଣାଳ ଚାଟାର୍ଜୀ ଆଶା ପ୍ରକାଶ କରିଛନ୍ତି ।
ଫେଲୋସିପ୍ ପାଇବା ପରେ ମାନସୀ ନିଜ ପ୍ରତିକ୍ରିୟାରେ- ଏହାର ଶ୍ରେୟ ନିଜ ବାପା, ମାଆ ତଥା ଶିକ୍ଷକମାନଙ୍କୁ ଦେଇଥିଲେ । ଡ. ରାଧାନାଥ ଓଡ଼ିଆ ସାମ୍ବାଦିକତା ଜଗତରେ ଚିର ସ୍ମରଣୀୟ । ସାମ୍ବାଦିକତା କ୍ଷେତ୍ରରେ ଅବିସ୍ମରଣୀୟ ଅବାଦନ ନିମନ୍ତେ ଭାରତ ସରକାର ତାଙ୍କୁ ପଦ୍ମ-ବିଭୂଷଣ ଉପାଧି ପ୍ରଦାନ କରିଥିଲେ ।

Share in top social networks!