ଧଉଳି-କଳିଙ୍ଗ ମହୋତ୍ସବର ଅନ୍ତିମ ସଂଧ୍ୟାରେ ଭାରତର ଶାସ୍ତ୍ରୀୟ ନୃତ୍ୟରେ ଶାନ୍ତି, ପ୍ରେମର ବାଣୀ ଓ ସମରକଳାର ପରାକାଷ୍ଠା

DHAULIIIରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ମିଳିତ ଉଦ୍ୟମରେ ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଆୟୋଜିତ ୧୧ତମ ଧଉଳୀ କଳିଙ୍ଗ ମହୋତ୍ସବ ଉଦ୍‍ଯାପନୀ ଉତ୍ସବରେ ପରିବେଷିତ ହୋଇଯାଇଛି ଅତ୍ୟନ୍ତ ମନୋଜ୍ଞ ଓ ଚିତ୍ତାକର୍ଷକ ନୃତ୍ୟ କାର୍ଯ୍ୟକ୍ରମ ।

କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଭାରତର ବିଶିଷ୍ଟ ଶାସ୍ତ୍ରୀୟ ନୃତ୍ୟର ସମ୍ମିଶ୍ରଣରେ ପ୍ରସ୍ତୁତ ଚରିଶ୍ନୁ ଯେଉଁଥିରେ ପ୍ରଥମେ ଭରତନାଟ୍ୟମ ପରିବେଷଣ କରିଥିଲେ ଲୀଳା ଶାମ୍‍ସନ ଓ ସାଥୀ ପରେ ପରେ କଥକ ନୃତ୍ୟ ପରିବେଷଣ କରିଥିଲେ ଆଦିତି ମଙ୍ଗଳଦାସ ଓ ସାଥୀ । ତା ପରେ ପ୍ରିତୀ ପଟେଲ୍‍ ଓ ସାଥୀଙ୍କ ଦ୍ୱାରା ମଣିପୁରୀ ନୃତ୍ୟ ଓ ଅଂଜିକା ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ସମରକଳା ନୃତ୍ୟ ଥାନ୍‍ଂ-ତା ପରିବେଷିତ ହୋଇଥିଲା ପରେ ପରେ କଥକଲି ପରିବେଷଣ କରିଥିଲେ ସଦାନମ୍‍ ବାଲ୍‍କୀର୍ଷ୍ଣ ଓ ସାଥୀ ଏବଂ ଗୁରୁ ଅରୁଣା ମହାନ୍ତିଙ୍କ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର କଳାକାରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା । ଚରିଶ୍ନୁ ଶେଷ ହୋଇଥିଲା ଧନେଶ୍ୱର ସ୍ୱାଇଁ ଓ ସାଥୀଙ୍କ ଦ୍ୱାରା ମର୍ଦଳ ବାଦନ ଏବଂ ମହେଶ ବିନାୟକରାମ୍‍ ଓ ସାଥୀଙ୍କ ଦ୍ୱାରା କର୍ଣ୍ଣାଟକୀ ସଙ୍ଗୀତ ପରିବେଷଣରେ ।

ଉଦ୍‍ଯାପନୀ ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ମୟୁର ଆର୍ଟ ସେଣ୍ଟର, ଭୁବନେଶ୍ୱର କଳାକାରମାନଙ୍କ ଦ୍ୱାରା ମୟୁରଭଞ୍ଜ ଛଉ ନୃତ୍ୟ । ତାଙ୍କର ପ୍ରସ୍ତୁତି ଥିଲା ଦା କଳିଙ୍ଗ ୱାର୍‍ ଯେଉଁଥିରେ ସେମାନେ ତାଙ୍କ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ ଅଶୋକ ରାଜା ଚଣ୍ଡାଶୋକରୁ ଧର୍ମାଶୋକରେ ପରିବର୍ତ୍ତନ ସାଙ୍ଗକୁ ବୁଦ୍ଧ ଧର୍ମର ପ୍ରଚାର ଓ ପ୍ରସାର ।

ସଂଧ୍ୟାର ଅତିଥିମାନେ ଥିଲେ ମାନ୍ୟବର ଭୁବନେଶ୍ୱର ସାସଂଦ ଡ଼. ପ୍ରସନ୍ନ କୁମାର ପାଟଶାଣୀ; ମାନ୍ୟବର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା; ଓଡ଼ିଶାର ଉନ୍ନୟନ କମିଶନର ଶ୍ରୀଯୁକ୍ତ ଉପେନ୍ଦ୍ର ନାଥ ବେହେରା; ଗୋପବନ୍ଧୁ ଏକାଡ଼େମୀର ମହାନିଦେ୍ର୍ଧଶକ ଶ୍ରୀଯୁକ୍ତ ଆଶୋକ କୁମାର ତ୍ରିପାଠୀ; କମିଶନର ତଥା ଶାସନ ସଚିବ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଡ଼କ୍ଟର ଅରବିନ୍ଦ କୁମାର ପାଢୀ; ରୂଚି ମସଲାର ନିଦେ୍ର୍ଧଶକ ଶ୍ରୀଯୁକ୍ତ ଅରବିନ୍ଦ ସାହୁ; ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସମ୍ପାଦକ ଗୁରୁ ଅରୁଣା ମହାନ୍ତି । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଜା ତାରିଣି ମିଶ୍ର ଓ ଇଂ ଶ୍ରୀନିବାସ ଘଟୁଆରୀ ।

Share in top social networks!