ଓଡିଆ ଭାଷାର ସୁରକ୍ଷା ଓଡିଆଙ୍କ ଦାୟିତ୍ଵ

ଓଡିଆ ଭାଷା ପ୍ରତି ରୁଚିବୋଧ କମିବାରେ ଲାଗିଛି | ଓଡିଆ ପରମ୍ପରା, ଐତିହ୍ୟ ଓ ସଂସ୍କୃତିର ସ୍ଥିତି ଜରାବସ୍ଥା ଦେଇ ଗତି କରୁଛି | ତେଣୁ ଏହାର ସୁରକ୍ଷା ପାଇଁ ପ୍ରତିଟି ଓଡିଆକୁ ସଜାଗ ରହିବାକୁ ପଡିବ | ପାଶ୍ଚାତ୍ୟର କୁପ୍ରଭାବରେ ନପଡି ନିଜ ମା’ ଓ ମାତୃଭାଷା ପ୍ରତି କର୍ତ୍ତ୍ୟବ୍ୟବୋଧକୁ ନିଜ ମଧ୍ୟରେ ଉଜ୍ଜୀବିତ ରଖିବାକୁ ପଡିଡ ବୋଲି ଉତ୍କଳ ସମ୍ମିଳନୀ ର ପ୍ରତିଷ୍ଠା ଦିବସରେ ଅତିଥିମାନେ ପ୍ରକାଶ କରିଛନ୍ତି | ଉତ୍କଳ ସମ୍ମିଳନୀ ର କେନ୍ଦ୍ରୀୟ କର୍ଜୟାଳୟରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଦିବସରେ ଉତ୍କଳ ବିଶ୍ଵ ବିଦ୍ୟାଳୟର ପ୍ରଫେସର ଡକ୍ଟର ଅଶୋକ କୁମାର ପଟ୍ଟନାୟକ ଅତିଥି ଭାବେ ଯୋଗୋଡେଇ କହିଲେ ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମ ରେ ଓଡିଆ ମାନଙ୍କୁ ସାମିଲ କରିବା ଉଚିତ୍ |

ODISHAAAଏହି ଅବସରରେ ଅନେକ ମୂଲ୍ୟବାନ ପ୍ରସ୍ତାବମାନ ରଖାଯାଇଥିଲା | ସମ୍ମିଳନୀର ସଭାପତି ବସନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସାଧାରଣ ସମ୍ପାଦକ ଡକ୍ଟର ରାଧାନାଥ ପ୍ରହରାଜ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ଡକ୍ଟର ଗୌରାଙ୍ଗ ପ୍ରସାଦ ବେହେରା ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଶେଷରେ ଜିତେନ୍ଦ୍ର କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ | କାର୍ଯ୍ୟକର୍ମ ରେ ଅନ୍ୟମାନଙ୍କ ମଧ୍ୟରେ ମହାନଗର, ବାଲିଅନ୍ତା, ପିପିଲି, ଡେଲାଙ୍ଗ, ପଟ୍ଟାମୁଣ୍ଡାଇ ବ୍ଲକ, ପଟ୍ଟାମୁଣ୍ଡାଇ ବିଜ୍ଞାପିତ ଅଞ୍ଚଳ ଓ ନିମାପଡା ଶାଖାର ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ |

Share in top social networks!