ବେଦାନ୍ତ ଫାଉଣ୍ଡେସନ ଓଡ଼ିଶାର କପାଗୁଡ଼ାଠାରେ ଶିଶୁ ଯନô କେନ୍ଦ୍ରର ଉଦ୍ଘାଟନ କରିଛି

Exif_JPEG_420ବେଦାନ୍ତ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟି୍ରଜର ଅନୁଦାନପ୍ରାପ୍ତ ଅନୁଷ୍ଠାନ ବେଦାନ୍ତ ଫାଉଣ୍ଡେସନ ଓଡ଼ିଶାର ଲାଞ୍ଜିଗଡ଼, କପାଗୁଡ଼ାଠାରେ ଏକ ନୂତନ ଶିଶୁ ଯନô କେନ୍ଦ୍ରର ଉଦ୍ଘାଟନ କରିଛି । ଏଠାରେ ଅଢ଼େଇ ବର୍ଷରୁ ପାଞ୍ଚ ବର୍ଷ ବୟସର ଅନୁସୂଚିତ ଜନଜାତିର ଶିଶୁମାନଙ୍କୁ ସେମାନଙ୍କର ଉପଯୁକ୍ତ ବିକାଶ ପାଇଁ ମାଗଣାରେ ଶିକ୍ଷା ତଥା ପୋଷକ ଯୋଗାଇ ଦିଆଯିବ ।

ଏହି କେନ୍ଦ୍ରଟିକୁ ଶ୍ରୀଯୁକ୍ତ ଜଲାଜ୍ ମାଲ୍ପାନି, ହେଡ୍ ଫାଇନାନ୍ସ, ସେସା ଷ୍ଟେର୍ଲାଇଟ୍ ଲି, ଲାଞ୍ଜିଗଡ଼ଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା । ଏହି ଅବସରରେ ଶ୍ରୀଯୁକ୍ତ ବି.ଏସ୍. ମୁଣ୍ଡ୍, ଜିଏମ୍- ପାୱାର ପ୍ଲାଣ୍ଟ, ଶ୍ରୀଯୁକ୍ତ ରଞ୍ଜନ ଶର୍ମା, ହେଡ୍- ସିଏସ୍ଆର ଡିପାର୍ଟମେଣ୍ଟ, ସେସା ଷ୍ଟେର୍ଲାଇଟ୍ ଲି., ଲାଞ୍ଜିଗଡ଼, ଶ୍ରୀଯୁକ୍ତ ଅଭି ମାଝି ଓ କଳାହାଣ୍ଡି ଜିଲ୍ଲାର କପାଗୁଡ଼ାର ଗ୍ରାମ ମୁଖିଆ ଉପସ୍ଥିତ ଥିଲେ । ବେଦାନ୍ତ ଫାଉଣ୍ଡେସନର ଏକ ସର୍ଭେରୁ ଏହା ଜଣାଯାଇଛି ଯେ କପାଗୁଡ଼ାରେ ୨୩ ଜଣ ଶିଶୁ ସାଧାରଣ ସୁବିଧାରୁ ବଞ୍ଚିତ ରହିଛନ୍ତି ।

ଶ୍ରୀଯୁକ୍ତ ଡି.ପି. ଅଗ୍ରୱାଲ୍, ଫାଉଣ୍ଡର ଟ୍ରଷ୍ଟି, ବେଦାନ୍ତ ଫାଉଣ୍ଡେସନ କହିଛନ୍ତି ଯେ – ଫାଉଣ୍ଡେସନ ସର୍ବଦା ବିଭିନ୍ନ କାର୍ଯ୍ୟ ମାଧ୍ୟମରେ ଭାରତର ଆର୍ଥିକ ଦୁର୍ବଳ ଲୋକାମାନଙ୍କର ବିକାଶ ନିମନ୍ତେ ପ୍ରତିଶୃତିବଦ୍ଧ ଏବଂ ଆମେ କପାଗୁଡ଼ାଠାରେ ଏକ ନୂତନ ଶିଶୁ ଯନô କେନ୍ଦ୍ର ସ୍ଥାପନ କରିପାରିଥିବାରୁ ଅତ୍ୟନ୍ତ ଆନନ୍ଦିତ ।

ଏହି ପଦକ୍ଷେପ ସମ୍ବନ୍ଧରେ ସୂଚନା ଦେଇ ଡଃ. ଲୋନା ନାୟକ, ସିଇଓ, ବେଦାନ୍ତ ଫାଉଣ୍ଡେସନ କହିଥିଲେ ଯେ ବେଦାନ୍ତର ଶିଶୁ ଯନô କାର୍ଯ୍ୟକ୍ରମ ମାଧ୍ୟମରେ ୨ ରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ଉପଯୁକ୍ତ ଯନô ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସାରା ଭାରତରେ ୭୬ଟି କେନ୍ଦ୍ର ମାଧ୍ୟମରେ ଆମେ ୨୦୦୦ରୁ ଅଧିକ ଶିଶୁମାନଙ୍କୁ ଉପଯୁକ୍ତ ଯନô ପ୍ରଦାନ କରିବା ସହିତ ସେମାନଙ୍କର ମୂଲ୍ୟବୋଧ ବିକାଶ ଦିଗରେ କାର୍ଯ୍ୟ କରୁଛୁ ବୋଲି ସେ ମତ ପ୍ରକାଶ କରିଥିଲେ ।

Share in top social networks!