ଘଣ୍ଟା-ମୃଦଙ୍ଗ ବାଦ୍ୟ, ନୃତ୍ୟଓ ସମରକଳାରେ ଆରମ୍ଭ ରକଳାରେ ଆରମ୍ଭ ହେଲା ୧୧ତ ହେଲା ୧୧ତମ ଧଉଳୀ କଳିଙ୍ଗ ମହୋତ୍ସବ ଧଉଳୀ କଳିଙ୍ଗ ମହୋତ୍ସବ

samarଐତିହାସିକ ଧଉଳୀର ପାଦଦେଶରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଦ୍ୱାରା ଆୟୋଜିତ ୧୧ତମ ଧଉଳୀ କଳିଙ୍ଗ ମହୋତ୍ସବର ଆଜି ଥିଲା ଉଦ୍‍ଘାଟନୀ ସଂଧ୍ୟା । ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ ସେହି ସ୍ଥାନରୁ ଆଜି
ଝଙ୍କୃତ ହେଉଥିଲା ଘଣ୍ଟ-ମୃଦଙ୍ଗ ଓ ସୃଜନଶୀଳ ନୃତ୍ୟର ଅପୂର୍ବ ଛନ୍ଦ ଓ ମୁର୍ଚ୍ଛନା ।

ସଂଧ୍ୟାର ପ୍ରଥମ ପରିବେଷଣ ଥିଲା ଗଞ୍ଜାମ ଜିଲ୍ଲାରୁ ଆସିଥିବା ଧନୁର୍ଦ୍ଧର ରେଡ଼ି ଓ ସାଥୀଙ୍କ ଦ୍ୱାରା ଘଣ୍ଟା ଓ ମୃଦଙ୍ଗ ବାଦନ ପରେ ପରେ ପୁରୀରୁ ଆସିଥିବା କୃଷ୍ଣ ଚନ୍ଦ୍ର ବିଶ୍ୱାଳ ଓ ସାଥୀଙ୍କ ଦ୍ୱାରା ନାଗା ନାଚ । ତା ପରେ ପରିବେଷଣ ହୋଇଥିଲା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟ ସମ୍ବଳପୁରୀ ପରେ ପରେ ଗୋଟିପୁର ନୃତ୍ୟ, ମୟୁରଭଞ୍ଜ ଛଉ, ପ୍ରହଲ୍ଲାଦ ନାଟକ ଏବଂ ଶେଷରେ ଭବାନିପାଟଣାରୁ ଆସିଥିବା ମହାବୀର ସାଂସ୍କୃତିକ ଅନୁଷ୍ଠାନର ଜୟନ୍ତ କୁମାର
ବେହେରା ଓ ସାଥୀ କଳାକାରଙ୍କ ଦ୍ୱାରା ବଜାଶାଲ୍‍ ନୃତ୍ୟ ପରିବେଷଣ ।

ଦ୍ୱିତୀୟ ପରିବେଷଣ ଥିଲା ନୂଆଦିଲ୍ଲୀରୁ ଆସିଥିବା ଆଦିତି ମଙ୍ଗଳଦାସ ଓ ସାଥୀଙ୍କ ଦ୍ୱାରା କଥକ ନୃତ୍ୟ । ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ଗୁରୁବେ ନମଃ ଗୁରୁବେ ନମଃ ଗୁରୁବେ ନମଃ ଯେଉଁଥିରେ ଗୁରୁଙ୍କ ପ୍ରତି ତାଙ୍କର ଅନ୍ତରତମ ନିବେଦନ । ଗୁରୁ ଯିଏ ପଞ୍ଚମହାଭୁତର ସମଷ୍ଟି ହେଲେ ମଧ୍ୟ ଇଶ୍ୱରଙ୍କର ସାକାର ସ୍ୱରୂପ । ଜଡ଼ ଠାରୁ ଗତୀମୟତା ପର୍ଯ୍ୟନ୍ତ ପ୍ରତେକ ଉପାଦାନରେ ସ୍ପଷ୍ଟ ହୁଏ ତାଙ୍କର ସତ୍ତା । ତାଙ୍କର ଶେଷ ପ୍ରସ୍ତୁତି ଥିଲା ଇନ୍‍ଫାନାଇଟ୍‍ ଯର୍ନି ୍‍ଫାନାଇଟ୍‍ ଯର୍ନି ୍‍ଫାନାଇଟ୍‍ ଯର୍ନି ୍‍ଫାନାଇଟ୍‍ ଯର୍ନି ଯେଉଁଥିରେ ସୃଷ୍ଟିର ଅୟମାରମ୍ଭ ଠାରୁ ଏଯାବତ୍‍ ଅବାରିତ ଚାଲିଥିବା ସୃଷ୍ଟିର ଯାତ୍ରାକୁ ସେମାନେ ବଖାଣି ଥିଲେ କଥକ ନୃତ୍ୟ
ମାଧ୍ୟମରେ ।

ପ୍ରଥମ ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା କର୍ଣ୍ଣାଟକର ସମରକଳା ନୃତ୍ୟ କାମଶଲେ । ଯେଉଁ ଥିରେ ସେମାନେ ନିଜ ।ମଶଲେ ପାଦରେ ଚାଲି ଚାଲି ଭଗବାନଙ୍କୁ ଦର୍ଶନ କରିବାକୁ ଯିବା ବେଳେ କୌଣସି ଶତୃଙ୍କ ଠାରୁ ନିଜକୁ ବଞ୍ଚାଇବା ପାଇଁ ଏହି କଳାର ପ୍ରୟୋଗ କରିଥାନ୍ତି ।

ସଂଧ୍ୟାର ଅତିଥିମାନେ ଥିଲେ ମାନ୍ୟବର ଓଡ଼ିଶାର ରାଜ୍ୟପାଳ ଡ଼. ଏସ୍‍. ସି. ଜମିର୍‍; ମାନ୍ୟବର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା; କମିଶନର ତଥା ଶାସନ ସଚିବ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଡ଼କ୍ଟର ଅରବିନ୍ଦ କୁମାର ପାଢୀ; ପର୍ଯ୍ୟଟନ ବିଭାଗର ନିଦେ୍ର୍ଧଶକ ଶ୍ରୀଯୁକ୍ତ ଅଶୋକ କୁମାର ତାରେଣିଆ; ବିଶିଷ୍ଟ ଓଡ଼ିଶୀ samarନୃତ୍ୟାଙ୍ଗନା ତଥା ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ ଅରୁଣା ମହାନ୍ତି । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ
ଅନୁଜା ତାରିଣି ମିଶ୍ର ଓ ଇଂ ଶ୍ରୀନିବାସ ଘଟୁଆରୀ ।