ଭୁବନେଶ୍ୱରର ଇନ୍ଫୋସିଟିଠାରେ ଏଚ୍ଡିଏଫ୍ସି ବ୍ୟାଙ୍କ ଓଡ଼ିଶାରେ ୧୦୦ତମ ଶାଖା ଉଦ୍ଘାଟନ କରିଛି

hdfcodishaଭୁବନେଶ୍ୱରର ଇନ୍ଫୋସିଟିଠାରେ ଏଚ୍ଡିଏଫ୍ସି ବ୍ୟାଙ୍କ ଓଡ଼ିଶାରେ ତାର ୧୦୦ତମ ଶାଖାର ଶୁଭାରମ୍ଭ କରିଛି । ଏହି ଶାଖାକୁ ଉଦ୍ଘାଟନ କରିଥିଲେ ଓଡ଼ିଶାର ଅର୍ଥ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ । ସମ୍ମାନିତ ଅତିଥି ଭାବରେ ଓଡ଼ିଶାର ଡିଜିପି ଆଇପିଏସ୍ ସଂଜୀବ ମାରିକ ଏବଂ ଚାଟାର୍ଡ଼ ଆକାଉଣ୍ଟାଣ୍ଟ୍ ରାଜୀବ କୁମାର ସାହୁ ଏଚ୍ଡିଏଫ୍ସି ବ୍ୟାଙ୍କର ଶାଖା ବ୍ୟାଙ୍କିଂ ମୁଖ୍ୟ ମଧୁସୂଦନ ହେଗ୍ଡେ, ଏଚ୍ଡିଏଫ୍ସି ବ୍ୟାଙ୍କର ଜୋନାଲ୍ ହେଡ୍ ଶ୍ରୀ ଦେବାଶିଷ୍ ସେନାପତି ଏବଂ ବ୍ୟାଙ୍କର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଶାଖାଟି ଚନ୍ଦକା ଶିଳ୍ପାଞ୍ଚଳ ପଟିଆର ଇନ୍ଫୋସିଟିଠାରେ ପ୍ଲଟ୍ ନଂ ଇ/୩ ର ତଳ ମହଲାରେ ଅବସ୍ଥିତ ।
ଏହି ନୂତନ ଶାଖାଟି ଇନ୍ଫୋସିଟି ଅଞ୍ଚଳରେ ଥିବା ପାଖାପାଖି ୫୦୦୦୦ ଲୋକଙ୍କୁ ସେବା ପ୍ରଦାନ କରିବ ଯେଉଁଠାରେ ଅନେକ ଗୁଡ଼ିଏ ଆଇଟି କମ୍ପାନୀ, ଶିକ୍ଷାନୁଷ୍ଠାନ ତଥା ମ୍ୟାନେଜମେଣ୍ଟ କଲେଜ ରହିଛି । ଏହି ନୂତନ ଶାଖା ମାଧ୍ୟମରେ ଲୋକମାନେ ଏଚ୍ଡିଏଫ୍ସି ପ୍ରଦାନ କରୁଥିବା ବିଭିନ୍ନ ସେବା ଓ ସୁବିଧାକୁ ସହଜରେ ପାଇପାରିବେ ।
ଗତ ପାଞ୍ଚ ବର୍ଷ ଧରି ଏଚ୍ଡିଏଫ୍ସି ବ୍ୟାଙ୍କ ଓଡିଶାର ବିଭିନ୍ନ ଅଞ୍ଚଳରେ ତାର ଶାଖାକୁ ବିସ୍ତାର କରୁଛି । ଏହା ହେଉଛି ଓଡ଼ିଶାରେ ତାର ୧୦୦ତମ ଶାଖା । ଏହି ଯାତ୍ରା ୨୦୦୧ରେ ଆରମ୍ଭ ହୋଇଥିଲା ଯେତେବେଳେ ଭୁବନେଶ୍ୱରରେ ଏଚ୍ଡିଏଫ୍ସି ପକ୍ଷରୁ ତାର ପ୍ରଥମ ଶାଖାର ଶୁଭାରମ୍ଭ କରାଯାଇଥିଲା । ତାହାପରଠାରୁ ଏଚ୍ଡିଏଫ୍ସି ଏହାର ବହୁମୁଖୀ ଡିଜିଟାଲ୍ ଚ୍ୟାନେଲ୍ ମାଧ୍ୟମ ଯଥା ନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ ଏବଂ ଅନ୍ୟାନ୍ୟ ସୁବିଧା ଜରିଆରେ ସେବା ପ୍ରଦାନ କରିଆସୁଛି ।
ଏହାର ଶୁଭାରମ୍ଭ ଅବସରରେ ଏଚ୍ଡିଏଫ୍ସି ବ୍ୟାଙ୍କର ଶାଖା ବ୍ୟାଙ୍କିଂ ମୁଖ୍ୟ ମଧୁସୂଦନ ହେଗ୍ଡେ କହିଥିଲେ ଯେ ଏହି ୧୦୦ତମ ଶାଖା ନେଟ୍ୱର୍କର ଶୁମ୍ଭାରମ୍ଭ କରି ଆମେ ରାଜ୍ୟର ପ୍ରତିଟି ଅଞ୍ଚଳରରେ ଆମର ସେବାକୁ ଉପଲବ୍ଧ କରାଇବାର ପ୍ରତିଶୃତିକୁ ଦୋହରାଉଛୁ । ଆମେ ଚାହୁଁ ଆମର ବ୍ୟାଙ୍କିଂ ସେବା ସୁବିଧାକୁ ସମସ୍ତ ଲୋକମାନେ ଉପଲବ୍ଧ କରନ୍ତୁ ଏପରିକି ଗ୍ରାମାଞ୍ଚଳର ଲୋକମାନଙ୍କୁ ଏହି ସୁବିଧା ସୁଯୋଗ ପ୍ରଦାନ ଲାଗି ଆମେ ବ୍ୟାଙ୍କ ଆପ୍କି ମୁଠି ମେଁ ଆଭିମୁଖ୍ୟକୁ ପ୍ରତିପାଦନ କରିବା ପାଇଁ ଯନôବାନ ରହିଛୁ । ।
ଏହି ଅବସରରେ ଏଚ୍ଡିଏଫ୍ସି ବ୍ୟାଙ୍କର ଜୋନାଲ୍ ମୁଖ୍ୟ ଦେବାଶିଷ୍ ସେନାପତି କହିଛନ୍ତି ଯେ ଓଡ଼ିଶାରେ ଏହି ୧୦୦ତମ ଶାଖା ଖୋଲିଥିବା କାରଣରୁ ଆମେ ଅତ୍ୟନ୍ତ ଆନନ୍ଦିତ । ଆମେ ୨୦୦୧ରେ ପ୍ରଥମ ଶାଖାର ଶୁଭାରମ୍ଭ କରିଥିଲୁ । ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ସବୁ ପ୍ରକାର ସେବା ସୁବିଧା ଯୋଗାଇ ଦେବା ପାଇଁ ଆମେ ନିଜର ପ୍ରଚେଷ୍ଟା ଜାରି ରଖିଛୁ ।
ଜାତୀୟ ସ୍ତରରେ ଏଚ୍ଡିଏଫ୍ସି ବ୍ୟାଙ୍କର ୫୬% ଶାଖା ଅର୍ଦ୍ଧ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ରହିଛି ଏବଂ ଧୀରେ ଧୀରେ ଏହାର ଶାଖା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
୩୦ ସେପ୍ଟେମ୍ବର ୨୦୧୪ ସୁଦ୍ଧା ୨୨୩୧ଟି ସହରରେ ବ୍ୟାଙ୍କର ୩୬୦୦ଟି ଶାଖା ଓ ୧୧୫୧୫ଟି ଏଟିଏମ୍ ରହିଛି । ବ୍ୟାଙ୍କ ତାର ସେବା ସୁବିଧା ମଧ୍ୟରେ ଅନେକ ପ୍ରକାର ସୁବିଧା ଯଥା ସେଭିଂସ୍ ଆକାଉଣ୍ଟ, ଫିକ୍ସଡ୍ ଡିପୋଜିଟ୍, କରେଣ୍ଟ ଆକାଉଣ୍ଟ, ଦୁଇ ଚକିଆ ଯାନ ଋଣ, ଅଟୋ ଋଣ, ବାଣିଜି୍ୟକ ଯାନ ଋଣ, କିଷାନ୍ ଗୋଲ୍ଡ କାର୍ଡ଼, କୃଷି ଓ ସହାୟକ ଉପକରଣ ଋଣକୁ ପ୍ରଦାନ କରୁଛି । ଏହା ସହିତ ଫୋନ୍ ବ୍ୟାଙ୍କିଂ, ନେଟ୍ ବ୍ୟାଙ୍କିଂ ଓ ଇଣ୍ଟରନ୍ୟାସ୍ନାଲ୍ କ୍ରେଡିଟ୍ ଓ ଡେବିଟ୍ କାର୍ଡ଼ର ସୁବିଧା ପ୍ରଚଳନ କରିଛି ।
ଏଚ୍ଡିଏଫ୍ସି ବ୍ୟାଙ୍କ ସମ୍ବନ୍ଧରେ
ହାଉସିଂ ଡେଭ୍ଲପ୍ମେଣ୍ଟ ଫାଇନାନ୍ସ କର୍ପୋରେସନ (ଏଚ୍ଡିଏଫ୍ସି) ଦ୍ୱାରା ୧୯୯୫ରେ ଉନ୍ନିତ ଏହା ହେଉଛି ଭାରତର ଅଗ୍ରଣୀ ହାଉସିଂ ଫାଇନାନ୍ସ କମ୍ପାନୀ । ଏଚ୍ଡିଏଫ୍ସି ବ୍ୟାଙ୍କ ହେଉଛି ଭାରତର ଏକ ଅଗ୍ରଣୀ ବ୍ୟାଙ୍କ ଯାହା ଅନେକଗୁଡ଼ିଏ ଆର୍ଥିକ ସେବା ଓ ଉପôାଦକୁ ଏହାର ୨୮.୫ ନିୟୁତ ଗ୍ରାହକମାନଙ୍କୁ ଯୋଗାଇ ଦେଇଛି । ସାରା ଭାରତରେ ଏହାର ଅନେକଗୁଡ଼ିଏ ଶାଖା ରହିଛି । ଏହି ବ୍ୟାଙ୍କ ଜରିଆରେ ଏଟିଏମ୍, ଫୋନ୍ ବ୍ୟାଙ୍କିଂ, ନେଟ୍ ବ୍ୟାଙ୍କିଂ ଏବଂ ମୋବାଇଲ୍ ବ୍ୟାଙ୍କିଂ ଓ ଆହୁରି ଅନେକ କିଛି ସୁବିଧା ଗ୍ରାହକମାନଙ୍କୁ ପ୍ରଦାନ କରାଯାଉଛି । ବ୍ୟାଙ୍କ ଏହାର ତିନୋଟି ମୁଖ୍ୟ ବିଜ୍ନେସ୍ ବିଭାଗରେ ରିଟେଲ୍ ବ୍ୟାଙ୍କିଂ, ହୋଲ୍ସେଲ୍ ବ୍ୟାଙ୍କିଂ ଏବଂ ଟ୍ରେଜେରି ଅପରେସନ୍ ମାଧ୍ୟମ ପାଇଁ ଲୋକମାନଙ୍କ ନିକଟରେ ବିଶେଷ ଆଦୃତ ହୋଇପାରିଛି ।
ବ୍ୟାଙ୍କର ଏହି ପ୍ରତିଯୋଗୀତାମୂଳକ ଦକ୍ଷତାରୁ ଏହା ପ୍ରତିପାଦିତ ହୋଇପାରିଛି ଯେ ସେ ଉପଯୁକ୍ତ ମାନର ବୈଷୟିକତା ଓ ବିଶ୍ୱଶ୍ରେଣୀୟ ସେବା ପ୍ରଦାନ କରିବାକୁ ସମର୍ଥ । ବିଗତ ୧୯ ବର୍ଷ ଧରି ବ୍ୟାଙ୍କ ସଫଳତା ପୂର୍ବକ ଏହାର ମାର୍କେଟ୍ ସେୟାର ସୃଷ୍ଟି କରିବା ସହିତ ବ୍ୟାବସାୟିକ ଲାଭ ଓ ସେବା ଗୁଣମାନରେ ଉନ୍ନତି ଆଣିପାରିଛି ।
୩୦ ସେପ୍ଟେମ୍ବର ୨୦୧୪ ସୁଦ୍ଧା ଶେଷ ୩ ମାସ ପାଇଁ ବ୍ୟାଙ୍କର ମୋଟ୍ ଆୟ ୧୩୮.୯୪ ବିଲିୟନ ରହିଛି । ନେଟ୍ ରାଜସ୍ୱ (ନେଟ୍ ସୁଧ ଆୟ ସହିତ ଅନ୍ୟାନ୍ୟ ଆୟ) ୭୫.୫୮ ବିଲିୟନ୍ ହୋଇପାରିଛି । ଏହି ସମୟ ସୁଦ୍ଧା ଏହାର ନେଟ୍ ଲାଭ ପରିମାଣ ୨୩.୮୧ ବିଲିୟନ୍ ରହିଛି ଯାହା ଗତ ବର୍ଷର ତୁଳନାରେ ୨୭.୧% ଅଧିକ ।
୩୧ ମାର୍ଚ୍ଚ ୨୦୧୪ ଶେଷ ସୁଦ୍ଧା ବର୍ଷ ପାଇଁ ଏହାର ମୋଟ୍ ଆୟ ୪୯୦.୫୫ ବିଲିୟନ୍ ରହିଥିଲା । ବ୍ୟାଙ୍କର ଏହି ଉଲ୍ଲେଖନୀୟ ସଫଳତା ଓ ଗୁଣମାନ ପାଇଁ ଅଗ୍ରଣୀ ଭାରତୀୟ ତଥା ଆନ୍ତର୍ଜାତିୟ ପ୍ରକାଶନ ସଂସ୍ଥାଗୁଡ଼ିକ ଏଥିପାଇଁ ବ୍ୟାଙ୍କକୁ ପ୍ରଶଂସା କରିଛନ୍ତି ।

Share in top social networks!