କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ତିନିଦିନିଆ ଓଡ଼ିଶା ଗସ୍ତ

jualbhaiକେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ତାଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ଅବସରରେ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ଅନ୍ତର୍ଗତ ତଳଗାଁ ରେ ଥିବା ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରର ଶୁଭ ଉଦ୍ଘାଟନ କରିଥିଲେ । ହରଭଙ୍ଗା ବ୍ଳକ ଅନ୍ତର୍ଗତ ଏହି ତଳଗାଁ ପଂଚାୟତ ଦୁର୍ଗମ ତଥା ନକ୍ସଲ ଉପଦ୍ରବ ଆଦିବାସୀ ବହୁଳ ପଂଚାୟତ ଅଟେ । ସ୍ୱାଧୀନତା ପରଠାରୁ ଏଯାବତ ଏଠାରେ ଟେଲି ଯୋଗାଯୋଗ ସହ ବିଦୁ୍ୟତକରଣ ସୁବିଧାରୁଉକ୍ତ ପଂଚାୟତବାସୀ ବଂଚିତ ଅଛନ୍ତି । ଆଜି ପୂର୍ବାହ୍ନରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମଙ୍କ ଗସ୍ତ ସମୟରେ ଦୁଇ ହଜାରରୁ ଉଦ୍ଧ୍ୱର୍ ଗ୍ରାମବାସୀ ଉଭୟ ପୁରୁଷ ଓ ମହିଳା ମନ୍ତ୍ରୀ ଶ୍ରୀ ଓରାମଙ୍କୁ ସମ୍ବର୍ଦ୍ଧିତ କରି ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ । ପରେ ତଳଗାଁ ପଂଚାୟତ କାର୍ଯ୍ୟାଳୟରେ ଥିବା ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ । ପରେ ଭାରତୀୟ ଜନତା ପାର୍ଟି ତରଫରୁ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନହିିତକର କାର୍ଯ୍ୟକ୍ରମ ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଶ୍ରୀ ଓରାମ କହିଲେ ଯେ, କେନ୍ଦ୍ରରେ ନରେନ୍ଦ୍ର ଭାଇ ମୋଦି ସରକାର ଆଦିବାସୀ ମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି ସମେତ ସାମଗ୍ରୀକ ବିକାଶ ପାଇଁ ଦୃଢ଼ ପରିକର । ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ଶ୍ରୀ ବିଜୟ ମହାପାତ୍ର, ପୂର୍ବତନ ସାଂସଦ ଶ୍ରୀ ରୁଦ୍ରମାଧବ ରାୟ, ବିଜେପି ରାଜ୍ୟ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁକାନ୍ତ ପାଣିଗ୍ରାହୀ, ବୌଦ୍ଧ ଜିଲ୍ଲା ସଭାପତି ଶ୍ରୀ ମନୋରଂଜନ ଦାଶ, ଶ୍ରୀ ଲମ୍ବୋଦର କହଁର, ଶ୍ରୀ କମଳା ପାଣ୍ଡେ ଏବଂ ତଳଗାଁ ଗ୍ରାମ ପଂଚାୟତ ସରପଂଚ ଶ୍ରୀ ରବିନାରାୟଣ ପ୍ରଧାନ ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।
ପୂର୍ବରୁ ବୌଦ୍ଧ ଯିବା ବାଟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଠାରେ ଆୟୋଜିତ ବିଜେପିର ସ୍ୱତନ୍ତ୍ର ସଦସ୍ୟତା ଅଭିଯାନ କାର୍ଯର୍୍ୟକ୍ରମରେ ଯୋଗଦେଇ ୧୩୦୦ ରୁ ଉଦ୍ଧ୍ୱର୍ ଲୋକଙ୍କୁ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ କରାଇଥିଲେ । ସଶକ୍ତ ଭାଜପା ଓ ସଶକ୍ତ ଭାରତ ନିର୍ମାଣ ପାଇଁ ବିଜେପିର ସଦସ୍ୟତା ଅଭିଯାନରେ ସାମିଲ ହେବା ସହ ୧୮୦୦ ୨୬୬ ୨୦୨୦ ଡ଼ାଏଲ କରି ପ୍ରାଥମିକ ସଦସ୍ୟ କରାଇବାକୁ ଶ୍ରୀ ଓରାମ ଅନୁରୋଧ କରିଥିଲେ ।

Share in top social networks!