ବରଗଡ଼ ଠାରେ ଭୀନ୍ନକ୍ଷମ ଶିବିରରେ ଅନିୟମିତତା ଅଭିଯୋଗ

ଆଜି ସର୍ବଶିକ୍ଷା ଅଭିଯାନ ତରଫରୁ ବରଗଡ଼ ଠାରେ ଭୀମଭୋଇ ଭୀନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ଶିବିରରେ ଆଜି ବହୁ ଭୀନ୍ନକ୍ଷମ ହଇରାଣ ହୋଇଥିବା ବେଳେ ଶିବିରରେ ବ୍ୟାପକ ଅତିୟମିତତା ଦୃଷ୍ଟିକୁ ଆସିଛି । ବାଧାମୁକ୍ତ ଯାତାୟତ ସୁବିଧା ନଥିବା ସ୍ଥାନରେ ଅନ୍ଲାଇନ୍ ଆବେଦନ ପାଇଁ ସମସ୍ତଙ୍କୁ ଡ଼କାଇ ଅଫ୍ଲାଇନ ପଞ୍ଜୀକରଣ କରାଯାଇଥିବା ବେଳେ ଚଢ଼ା ଦରରେ ଫର୍ମ ମଧ୍ୟ ବିକ୍ରୀ କରାଯାଇଥିବାର ଅଭିଯୋଗ ରହିଛି । ଏଥିସହ ଉକ୍ତ ପଞ୍ଜିକରଣ ପ୍ରକ୍ରୀୟା ବେଳେ ପରମାନେଣ୍ଟ ଭୀନ୍ନକ୍ଷମ ପ୍ରମାଣପତ୍ର ଧାରୀଙ୍କୁ ମଧ୍ୟ ଏଥିରେ ସାସିଲ କରାଯାଇଥିଲା, ଯାହା ଫଳରେ ବହୁ ଭୀନ୍ନକ୍ଷମ ଭାଇ-ଭଉଣୀ ହଇରାଣ ହେବାଟା ସାର ହୋଇଛି । ଏପରିକି ଅନ୍ଲାଇନ୍ କରାଯାଇଥିବା ଜନୈକ ଛାତ୍ରୀଙ୍କୁ ଆସନ୍ତା ତା.୧.୩.୧୫ ଦିନ ସରକାରୀ ଡ଼ାକ୍ତରଖାନାକୁ ଯାଇ ସାର୍ଟିଫିକେଟ ନେବାକୁ ପରାମର୍ଶ ଦେଇଥିଲେ । bargarh

ଏପରିକି ବିଭିନ୍ନ ଲୋକଙ୍କୁ (୧୮ରୁ ଉଦ୍ଧ୍ୱର୍ ବୟସ) ତାଙ୍କର ଅନ୍ଲାଇନ୍ କରାଯାଇନାହିଁ ବୋଲି କହି କ୍ୟାମ୍ପରୁ ସେଠାରେ କାର୍ଯ୍ୟରତ ବି.ଆର୍.ଟି. ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା । ଶିବିରରେ ବଫେ ଖାଦ୍ୟ ବିତରଣ ନେଇ ମଧ୍ୟ ଭୀନ୍ନକ୍ଷମ ଭାଇ-ଭଉଣୀ ଓ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିଲା ।

ଏହାଛଡ଼ା ଆଜି ଅନୁଷ୍ଠିତ ଶିବିରର ଅବ୍ୟବସ୍ଥାକୁ ନେଇ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ନିଦେ୍ର୍ଧଶକଙ୍କୁ ପଚରାଯିବାରୁ ସେ, ସଂପୃକ୍ତ ଅଧିକାରୀଙ୍କୁ ଆନୁସଙ୍ଗିକ ଖର୍ଚ୍ଚ ପ୍ରଦାନ କରାଯାଇଥିବା କହିଥିବା ବେଳେ ଖାଦ୍ୟ ଓ ଟେଣ୍ଟ ବାବଦକୁ ବରଗଡ଼ ବ୍ଲକର ଅଧିକାରୀଙ୍କୁ ସମାଜ ମଙ୍ଗଳ ବିଭାଗରୁ ଏ.ଡ଼ି.ଏସ୍.ଡ଼.ବ୍ଲୁ. କେବଳ ୨୦ ହଜାର ଟଙ୍କା ଯୋଗେଇ ଦେଇଥିବା ବେଳେ ସର୍ବଶିକ୍ଷା ଅଭିଯାନ ତରଫରୁ କିଛି ଅର୍ଥ ଦିଆଯାଇନଥିବା ସଳଚନା ମିଳିଥିଲା । ସୂଚନାଯେଗ୍ୟ ଯେ, ତା.୨୮.୧.୧୫ ରୁ ୩୧.୧.୧୫ ମଧ୍ୟରେ ମୋଟ ୧୧୫୦ଜଣଙ୍କ ଫର୍ମ ଗ୍ରହଣ କରାଯାଇଥିବା ବେଳେ ଆଜି ମାତ୍ର ୭୫୩ ଜଣଙ୍କ ଡ଼ାକ୍ତପରୀକ୍ଷା କରାଯାଇ ପାରିଛି । ଅବ୍ୟବସ୍ଥିତ କ୍ୟାମ୍ପ ଆୟୋଜନ କରାଯାଇଥିବା ଯୋଗୁଁ ଦୂରଦୂରାନ୍ତରୁ ଆସିଥିବା ବହୁ ଭୀନ୍ନକ୍ଷମ ଭାଇ ଭଉଣୀମାନେ ହଇରାଣ ହୋଇ ଫେରିଛନ୍ତି । ତାଙ୍କୁ ବାରମ୍ବାର ଡ଼କାଯାଇ ହଇରାଣ କରାଯିବା ନେଇ ଆଜି ପେରେଣ୍ଟ ଆସୋସିଏସନ, ବରଗଡ଼ ତରଫରୁ ତୀବ୍ର ନିନ୍ଦା କରାଯିବା ସାଙ୍ଗକୁ ସର୍ବଶିକ୍ଷା ଅଭିଯାନର ସଂପୃକ୍ତ ଅଧିକାରୀଙ୍କ ଉପରେ ଭୀନ୍ନକ୍ଷମ ଭାଇ ଭଉଣୀଙ୍କୁ ହଇରାଣ କରାଯାଇଥିବା ନେଇ ସଂଗଠନର ସମ୍ପାଦକ ସାନନ୍ଦ ନାଗ ଭୀନ୍ନକ୍ଷମ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ।

ଏହାଛଡ଼ା ଆଗାମୀ ମାର୍ଚ୍ଚ ମାସରେ ସ୍କୁଲ ଗୁଡ଼ିକରେ ବାର୍ଷିକ ପରୀକ୍ଷା ହେବାକୁ ଥିବାବେଳେ ୨୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୪ଦିନ ଧରି ପିଲାଙ୍କ ପାଠପଢ଼ାରେ ବ୍ୟଘାତ ସୃଷ୍ଟି କରାଯାଇଥିବାବେଳେ ଶିବିର ଆୟୋଜନ ପାଇଁ ଚୟନ କରାଯାଇଥିବା ସ୍କୁଲ ଆଜି ଛୁଟି ରହିଛି । ଏଣୁ ପିଲାଙ୍କ ପାଠପଢ଼ାରେ ସୃଷ୍ଟି ହୋଇଥିବା ବ୍ୟାଘାତ ପାଇଁ ଦାୟୀ କିଏ ଓ କେଉଁ ଅଧିକାର ବଳରେ ଏହା କରାଗଲା ବୋଲି ଶ୍ରୀ ନାଗ ପ୍ରଶ୍ନ ଉଠାଇଛନ୍ତି । କ୍ୟାମ୍ପ ଆୟୋଜନବେଳ କ୍ୟାମ୍ପ ପାଇଁ ଯାତାୟତ ମୁକ୍ତ ସ୍ଥାନ ନିରୂପଣ କରାଯିବା ସହ ପିଲାଙ୍କ ପାଠପଢ଼ା ପ୍ରତି ମଧ୍ୟ ଦୃଷ୍ଟି ଦେବାର ଆବଶ୍ୟକତା ରହିଥିବା ବେଳେ ଆବଶ୍ୟକ ମୁତାବକ ଯେତେଜଣ ଭୀନ୍ନକ୍ଷମ ଭାଇ-ଭଉଣୀଙ୍କ ପରୀକ୍ଷା ଗୋଟିଏ ଦିନରେ କରାଯାଇ ପାରିବ ତାହା ଡ଼ାକ୍ତରଙ୍କ ପରାମର୍ଶକ୍ରମେ ସେତିକି ଜଣଙ୍କୁ ଡ଼କାଯାଇ ଅନ୍ୟମାନଙ୍କୁ ଅନ୍ୟ କ୍ୟାମ୍ପକୁ ଡ଼କାଯାଇ ଆନୁସଙ୍ଗିକ ସୁବିଧା ଯୋଗାଯିବା ଉଚିତ, ଯାହା ଫଳରେ ଭୀନ୍ନକ୍ଷମ ଭାଇ-ଭଉଣୀମାନେ ବାରମ୍ବାର କ୍ୟାମ୍ବକୁ ଆସି ହଇରାଣ ହେବେନାହିଁ ବୋଲି ଶ୍ରୀ ନାଗ କହିଛନ୍ତି । ପ୍ରକାଶଯୋଗ୍ୟ ଯେ, ବିଷୟରେ ବିଷୟରେ ବହୁଲୋକ ଜାଣି ନଥିବା ଅଭିଯୋଗ କରୁଥିବା ବେଳେ ଶିବିର ବିଷୟରେ କୌଣସି ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦିଆଯାଇନଥିବା ନେଇ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି ।

Share in top social networks!