ଜନଜାତି ଚିତ୍ରକଳା ଓ ହସ୍ତଶିଳ୍ପ ଏବେ ବି ଜୀବନ୍ତ

itdaଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟୟୁନିଟ୍-୧ ସ୍ଥିତ ଆଦିବାସୀ ପଡିଆଠାରେ ଆୟୋଜିତ ଆଦିବାସୀ ମେଳା ଆଜି ଏକାଦଶ ଦିବସରେ ପହଞ୍ଚ#ଛିା ଓଡ଼ିଶାରେ ବସବାସ କରୁଥ#ବା ୬୨ ପ୍ରକାର ଆଦିବାସୀ ବର୍ଗ ଦାରିଦ୍ର୍ୟ ପକ୍ଷାଘାତରୁ ନିଜକୁ ମୁକ୍ତ କରି ପ୍ରଗତିର ସ୍ରୋତରେ ସାମିଲ ହେବା ପାଇଁ ଆଜି ଉଦ୍ୟମରତା ଏଥ#ପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଛି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଯାହାର ସୁଫଳ ହାତେଇବାକୁ ସେମାନେ
ହୋଇ ଉଠିଛନ୍ତି ବ୍ୟଗ୍ର ଓ ବ୍ୟାକୁଳା ଏହାରି ଭିତରେ କିନ୍ତୁ ହଜିଯାଇନି ଜନଜାତି ଜୀବନର କଳାପ୍ରାଣ କିମ୍ବା ଲିଭିଯାଇନି ସେମାନଙ୍କ ପାରମ୍ପରିକ ଚିତ୍ରକଳା ଓ ହସ୍ତଶିଳ୍ପର ନିଖୁଣ ସ୍ୱାକ୍ଷରା ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ଓ ପୋଷାକ ଆଭୁଷଣ ବିଭିନ୍ନ କାରୁକାର୍ଯ୍ୟ, ଗୃହସଜ୍ଜା ଆଦିର ନିଖୁଣତାକୁ ଲକ୍ଷ୍ୟ କଲେ ଯେ କେହି କେବଳ ମୁଗ୍ଧ ହେବ ନାହିଁ, ବଣପାହାଡ ଘେରା ଆଦିବାସୀ ପଲ୍ଲୀର ସେହି ପ୍ରତିଭାବନ୍ ଶିଳ୍ପୀ ଓ କାରିଗରଙ୍କ ପାଖରେ ସ୍ୱତଃ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେବା ଗତ ସାଧାରଣତନ୍ତ୍ର ଦିବସରୁ ରାଜଧାନୀର ଆଦିବାସୀ ପଡିଆରେ ଚାଲିଥ#ବା ଆଦିବାସୀ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଚିତ୍ରକଳା ଓ ହସ୍ତକଳା ସାମଗ୍ରୀର ଯେଉଁ ଝଲକ୍ ଦେଖ#ବାକୁ ମିଳୁଛି, ସେଥ#ରୁ ସେମାନଙ୍କର କଳାପ୍ରତିଭାର ମୌଳିକତା ତଥା ଯାଦୁଗରୀ ସ୍ପର୍ଶର ଯଥାର୍ଥ ମୂଲ୍ୟାୟନ ସମ୍ଭବପର ହୋଇପାରିଛିା

Share in top social networks!